Home ଓଡ଼ିଶା ନିମ୍ନମାନର ରାସ୍ତାକୁ ନେଇ ଅଭିଯୋଗ

ନିମ୍ନମାନର ରାସ୍ତାକୁ ନେଇ ଅଭିଯୋଗ

141

ନୟାଗଡ଼, ୦୪/୧୧ (ଓଡ଼ିଆ ପୁଅ/ପି ନାୟକ) : ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗାଁରେ ହେଉଥିବା ରାସ୍ତା କାମରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଓଡଗାଁ ବ୍ଲକ ଗୋଡିପଲ୍ଲୀ ଠାରୁ କୁରାଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପୁରୁଣା କଂକ୍ରିଟ ନଉଠାଇ ପୂର୍ତ୍ତ ବିଭାଗ ପକ୍ଷରୁ ପୁରୁଣା କଂକ୍ରିଟ ଉପରେ ପୁଣିଥରେ କଂକ୍ରିଟ ଢାଳି ନୂତନ ରାସ୍ତା ନିର୍ମାଣ ହେଉଛି। ନିମ୍ନମାନର ରାସ୍ତାକାମକୁ ଜାଣିଶୁଣି କୌଣସି ବିଭାଗୀୟ କର୍ତ୍ତୃପକ୍ଷ ତାଗିତ କରୁନଥିବାବେଳେ ପୁରୁଣା କଂକ୍ରିଟ ଉପରେ ପୁଣି ଥରେ କଂକ୍ରିଟ ଢାଳି ରାସ୍ତା ନିର୍ମାଣ ହେଉଛି।ଯାହା ଫଳରେ ଗ୍ରାମବାସୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ସମ୍ପୃକ୍ତ ରାସ୍ତାର ପୁନଃନିର୍ମାଣ କରି ସମ୍ପୃକ୍ତ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଗ୍ରାମବାସୀମାନେ ଆନ୍ଦୋଳନ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.