Home Top News ନିଦ୍ରାଗତ ଶ୍ରମିକଙ୍କ ଉପରେ ମାଡିଗଲା ହାଇୱା, ୨ ମୃତ ଓ ଜଣେ ଆହତ

ନିଦ୍ରାଗତ ଶ୍ରମିକଙ୍କ ଉପରେ ମାଡିଗଲା ହାଇୱା, ୨ ମୃତ ଓ ଜଣେ ଆହତ

42

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ରାଜପଥର ସାଈରେଣୁ ଇଣ୍ଡେନ କାର୍ଯ୍ୟାଳୟ ସମ୍ମୁଖରେ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ଅସ୍ଥାୟୀ ଶିବିର ଉପରେ ଆଜି ପ୍ରତ୍ୟୁଷରେ ହାଇୱା ମାଡିଯିବା ଫଳରେ ୨ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି। ରାଜପଥ ନିର୍ମାଣକାରୀ ଠିକାସଂସ୍ଥା ଡି.ବି.ଏଲ. କମ୍ପାନୀର ୧୦ ଜଣ ଶ୍ରମିକ ଅସ୍ଥାୟୀ ରାଜପଥ ପାର୍ଶ୍ୱ ଅସ୍ଥାୟୀ ଶିବିରରେ ରାତ୍ରଯାପନ କରୁଥିଲେ। ମଙ୍ଗଳବାର ସକାଳ ପ୍ରାୟ ୫.୧୫ମି. ସମୟରେ ଆଖୁଆପଦା ଆଡୁ ଓଡି ୦୧ ଏ ପି ୦୦୭୮ ବାଲିବୋଝେଇ ହାଇୱା ମାଡିଯାଇଥିଲା। ଟିଣ ଚଦରରେ ନିର୍ମିତ ଶିବିରଟି ଚୁରମାର ହୋଇଯାଇଥିଲା। ଶିବିରରେ ଥିବା ୭ଜଣ ଶ୍ରମିକ କୌଣସିମାନେ ବାହାରକୁ ବାହାରି ଆସିଥିଲେ। ୩ ଜଣ ଶ୍ରମିକ ରହିଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ, ପୁଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଜେସିବି ମେସିନ ସହାୟତରେ ବାଲି ଖଲାସ କରାଯାଇ ହାଇୱାକୁ ଅଡାଯିବା ପରେ ୨ ଜଣ ଶ୍ରମିକଙ୍କୁ ଆହତ ଅବସ୍ଥାରେ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ଜଣେ ଶ୍ରମିକ ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ପଠାଯାଇଥିଲା। ଘଟଣାସ୍ଥଳରେ ଜଣେ ଶ୍ରମିକ ହାଇୱା ଚକାତଳେ ଚାପି ହୋଇ ବିଭତ୍ସ ଭାବେ ମୃତ୍ୟୁବରଣ କରିଥିଲା। ମୃତକଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ମେଡିକାଲକୁ ପଠାଯାଇଥିଲା। ଚିକିତ୍ସାଧିନ ଥିବା ଜଣେ ଶ୍ରମିକ ମଧ୍ୟ ଭଦ୍ରକରେ ମୃତ୍ୟୁବରଣ କରିଥିଲେ। ମୃତ ଶ୍ରମିକମାନେ ହେଲେ ମଧ୍ୟପ୍ରଦେଶରେ ମହମ୍ମଦ ଅଲଫଜ (୩୨) ଓ ଝାଡଖଣ୍ଡର ପ୍ରମୋଦ ସାହା(୪୦)। ଆହତ ଶ୍ରମିକ ହେଲେ ଝାଡଖଣ୍ଡ ପାଲାମୁ ଅଞ୍ଚଳର ମହେନ୍ଦ୍ର ସାହା(୫୦)। ଡି.ବି.ଏଲ. କମ୍ପାନୀର ପରିଚାଳକ ମେହେମୁଦ ମହମ୍ମଦଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ଋଜୁ କରାଯାଇ ଚାଳକ ଜଳେଶ୍ୱର ଅଞ୍ଚଳର ପ୍ରକାଶ ସାହୁ(୪୦)ଙ୍କୁ ଗିରଫ କରାଯାଇଛି। ସକାଳେ ନିଦ ଲାଗିଯିବାରୁ ଏଭଳି ଘଟଣା ଘଟିଛି ବୋଲି ଗିରଫ ଚାଳକ ପ୍ରକାଶ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.