Home ଜିଲ୍ଲା ପରିକ୍ରମା ନିଜକୁ ଇଟିଭିର ସାମ୍ବାଦିକ କହି ଗିରଫ ହେଲେ ଜଣେ ବ୍ୟକ୍ତି

ନିଜକୁ ଇଟିଭିର ସାମ୍ବାଦିକ କହି ଗିରଫ ହେଲେ ଜଣେ ବ୍ୟକ୍ତି

114

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜକୁ ଇଟିଭିର ସାମ୍ବାଦିକ କହି ଲୋକଙ୍କୁ ଭୁଆଁ ବୁଲାଇ ଠକୁଥିବା ଜଣେ ଯୁବକ ଆଜି ପୁଲିସ୍ ହାତରେ ଗିରଫ ହୋଇଛି । ପ୍ରାପ୍ତ ଖବର ମୂଳେ ବାଲେଶ୍ୱର ଜିଲା ବାଲିପୋଖରୀ ଅଧୀନସ୍ଥ ତେଲନଟି ଗ୍ରାମନିବାସୀ ଅଚ୍ୟୁତାନନ୍ଦ ନାୟକ ନାମକ ଜଣେ ଯୁବକ ନିଜକୁ ଇଟିଭିର ସାମ୍ବାଦିକ ବୋଲି ପରିଚୟ ଦେଇ ବିଭିନ୍ନ ସ୍ଥାନରେ ଠକି ଆସୁଥିଲେ । ଏଥିସହିତ ସେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇଟିଭି ଲୋଗୋକୁ ପୋଷ୍ଟ କରି ଏହାର ଅପବ୍ୟବହାର କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସେ ଭଦ୍ରକର ଚରମ୍ପା ଠାରେ ରହିଆସୁଥିବାବେଳେ ଏଥିନେଇ ଇଟିଭି ପକ୍ଷରୁ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ପକ୍ଷରୁ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ଶେଷରେ ପୁଲିସ୍ ଏହି ନକଲି ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପରେ ଏଥିନେଇ ଅଧିକ ଅନୁସନ୍ଧାନ କରିବା ପରେ ସହରାଞ୍ଚଳ ପୁଲିସ୍ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି । ତେବେ ତାଙ୍କର ଜାମିନ୍ ଆବେଦନ ଖାରଜ ପରେ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.