Home ଜିଲ୍ଲା ପରିକ୍ରମା ନିଗମ ଜ୍ୟୋତି ଶିକ୍ଷାନୁଷ୍ଠାନ ବାର୍ଷିକୋତ୍ସବ

ନିଗମ ଜ୍ୟୋତି ଶିକ୍ଷାନୁଷ୍ଠାନ ବାର୍ଷିକୋତ୍ସବ

48

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ଥିବା ନିଗମଜ୍ୟୋତି ଶିକ୍ଷାନୁଷ୍ଠାନରେ ଦଶମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ପରମେଶ୍ୱର ଦୁଆରୀଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ସମଜାସେବୀ ବସନ୍ତ ରାଉତ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସିଆରସିସି ଅଣୁପ କୁମାର ଦାସ ଯୋଗ ଦେଇଥିଲେ । ନିଗମ ଜ୍ୟୋତି ଶିକ୍ଷାନୁଷ୍ଠାନ ର ପରିଚାଳକ ରାମକୃଷ୍ନ ଦୁଆରୀଙ୍କ ସଂଯୋଜନାରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ଓ ଯତୀନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟର ଆଜିର ଏହି ଉସ୍ତବରେ ଉପସ୍ଥିତ ରହିବା ସହ ସମସ୍ତ ଛାତ୍ରଛାତ୍ରୀ ମାନେ ନିଜକୁ ଗଢି ତୋଳିଲେ ଦେଶର ମାନ ଦଣ୍ଡ ସୁଦୃଢ ହୋଇ ପାରିବ ବୋଲି ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶ୍ରୀ ଧର ସ୍ୱାଇଁ ସୂର୍ଯ୍ୟମଣୀ ବେହେରା, ସାଧନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିବା ସହ ନିଜର ବହୁମୁଲ୍ୟ ବକ୍ତବ୍ୟ ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷାନୁଷ୍ଠାନ ର ପରିଚାଳକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଖଗେଶ୍ୱର ମଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ମହେଶ୍ୱର ଦୁଆରୀ ,ବିଶ୍ୱଜିତ ରାଉତ, ଜିତେନ୍ଦ୍ର ମାଝୀ,ଶିବ ଗିରି ଜୟନ୍ତ ପଡିହାରୀ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.