Home ଜିଲ୍ଲା ପରିକ୍ରମା ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଭଦ୍ରକ ଜିଲ୍ଲାର ଦ୍ୱିତୀୟ ସାମ୍ବିଧାନିକ ସମ୍ମିଳନୀ

ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଭଦ୍ରକ ଜିଲ୍ଲାର ଦ୍ୱିତୀୟ ସାମ୍ବିଧାନିକ ସମ୍ମିଳନୀ

12

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲଷ୍ଟା)ର ଭଦ୍ରକ ଜିଲ୍ଲାସ୍ତରୀୟ ଦ୍ୱିତୀୟ ସାମ୍ବିଧାନିକ ସମ୍ମିଳନୀ ବାଗୁରାଇସ୍ଥ ଜାଗୁଳାଇ ଉ.ପ୍ରା. ବିଦ୍ୟାଳୟ ପରିସରରେ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲାର ଓଲଷ୍ଟାର ସଭାପତି ନକୁଳ ଚରଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ତତ୍ପରେ ଓଲଷ୍ଟାର ପ୍ରାକ୍ତନ ସହ ସମ୍ପାଦକ ଭାଗିରଥି ଖୁଣ୍ଟିଆ ଓ ପ୍ରାକ୍ତନ ସଭାପତି ଭାଗୀରଥି ନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅଲେଖ କୁମାର ନାୟକ, ରୋହିତ କୁମାର ଜେନା, ଶୈଳେନ୍ଦ୍ର ନାରାୟଣ ଦାଶ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶଶଧର ମହନୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା ଉଦ୍‌ଘାଟନ କରିଥିଲେ । ତତ୍ପରେ ଦିବଂଗତ ଶିକ୍ଷକମାନଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଠିକ୍ ପରେ ପ୍ରଣୟ କୁମାର ସିଂ ଅତିଥିମାନଙ୍କ ପରିଚୟ ପ୍ରଦାନ କଲାପରେ ପ୍ରାକ୍ତନ ଓଲଷ୍ଟା ଭଦ୍ରକ ଶିକ୍ଷା ଜିଲ୍ଲାର ସମ୍ପାଦକ ଅଶୋକ କୁମାର ରାଉତ ବିବରଣୀ ପାଠ କରିଥିଲେ । ତତ୍ପରେ ଅତିଥିମାନେ ସାଙ୍ଗଠନିକ ତଥା ସାମ୍ପ୍ରତିକ ସମୟରେ ଗୁଣାତ୍ମକ ଶିକ୍ଷାର ମୂଲ୍ୟବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେମାନଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର, ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାସ୍କର ଚନ୍ଦ୍ର ପାଢୀ , ସମ୍ପାଦକ ମନୋରଞ୍ଜନ ନାୟକ, ଜାଗୁଳାଇ ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସଂଘମିତ୍ରା ବଳ , ବଳଭଦ୍ରପୁର ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷକ ବାବୁଲା ରାଉତ , ଘନଶ୍ୟାମ ସ୍ୱାଇଁ, ନିଗମାନନ୍ଦ ପଣ୍ଡା ଅନ୍ୟତମ ଥିଲେ । ତତ୍ପରେ ଦ୍ୱିତୀୟ ପର୍ଯ୍ୟାୟ ସଭା ଠିକ୍ ମଧ୍ୟାହ୍ନ ସମୟରେ ଓଲଷ୍ଟାର ରାଜ୍ୟ ସଭାପତି ଜଗବନ୍ଧୁ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ଓଲଷ୍ଟାର ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ବିକ୍ରମ ଦାସ, ଯୁଗ୍ମ ସମ୍ପାଦିକା ଓଲଷ୍ଟା ନିର୍ମଳା ପଣ୍ଡା, ମାଧବାନନ୍ଦ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ସଂଘର ଉପଦେଷ୍ଟା ଅମର ବିଳାସ ବେହେରା, ରାଜକିଶୋର ଦାସ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁଦର୍ଶନ ସ୍ୱାଇଁ, ଅଶୋକ କୁମାର ରାଉତ ଅତିଥି ଭାବରେ ବକ୍ତବ୍ୟ ରଖିଥିଲେ । ତତ୍ପରେ ଓଷ୍ଟାର ରାଜ୍ୟ କର୍ମକର୍ତ୍ତା ସୁରଜିତା ନାୟକ ଅକ୍ଷୟ କୁମାର ହୋତା, ରମାକାନ୍ତ ପରିଡା, ଶଶିଶେଖର କରଶର୍ମା ଓ ଓଷ୍ଟାର ଜିଲ୍ଲା ସମ୍ପାଦକ ପ୍ରଦୀପ ଦାସ ଅଂଶ ଗ୍ରହଣ କରି ଭଦ୍ରକ ଜିଲ୍ଲାର ଓଲଷ୍ଟା ଜିଲ୍ଲା କମିଟି ନିମନ୍ତେ ନକୁଳ ଚରଣ ବାରିକ ସଭାପତି, ଉପେନ୍ଦ୍ର କୁମାର ବିଶ୍ୱାଳ ସମ୍ପାଦକ ଏବଂ ଅଜୟ କୁମାର ମହାପାତ୍ର ଯୁଗ୍ମ ସମ୍ପାଦକ, ବିଜୟ କୁମାର ନାୟକ, ତପନ କୁମାର ଦ୍ୱିବେଦୀ, ଗୋପବନ୍ଧୁ ନାୟକ, ଗଂଗାଧର ରାଉତ, ହରେକୃଷ୍ଣ ଜେନା, ଗଦାଧର ଦାସ, ଶାନ୍ତିଲତା ପଣ୍ଡା, ଗୟାଧର ସାହୁ, ଅଜୟ କୁମାର ନାୟକ, ବିରଞ୍ôଚ ନାରାୟଣ ସାମଲ କୋଷାଧ୍ୟକ୍ଷ ରୂପେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ସର୍ବଶେଷରେ ମନୋଜ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବ୍ଲକର ସଭାପତି ଓ ସଂଯୋଜକମାନେ ସଭା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.