Home ଜିଲ୍ଲା ପରିକ୍ରମା ନିଆରା ବିବାହ ଉତ୍ସବ , ଭିନ୍ନକ୍ଷମଙ୍କ ସହ ସ୍ମରଣୀୟ ମୁହୂର୍ତ୍ତର ଖୁସି ବାଣ୍ଟିଲେ ଡାକ୍ତର ନବଦମ୍ପତ୍ତି

ନିଆରା ବିବାହ ଉତ୍ସବ , ଭିନ୍ନକ୍ଷମଙ୍କ ସହ ସ୍ମରଣୀୟ ମୁହୂର୍ତ୍ତର ଖୁସି ବାଣ୍ଟିଲେ ଡାକ୍ତର ନବଦମ୍ପତ୍ତି

23

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପେଷାରେ ଉଭୟ ପୁଅ ଓ ଝିଅ ଡାକ୍ତର । ଜଣଙ୍କର ଘର ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ୨ନମ୍ବର ୱାର୍ଡ଼ର ଚରମ୍ପା ବରାଳପୋଖରୀ ହୋଇଥିବାବେଳେ, ଅନ୍ୟଜଣଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ । ଉଭୟ ଡାକ୍ତରୀ ପେଷାରେ ଫିଜିଓ ଥେରାପିଷ୍ଟ ଓ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ରୋପଣରେ ବିଶେଷଜ୍ଞ । କଟକ ଜିଲ୍ଲା ଓଲଟପୁର ଅସ୍ଥିଶଲ୍ୟ ସ୍ୱତନ୍ତ୍ର ହସପିଟାଲରେ ଗବେଷଣା କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା । ଏହି ସମ୍ପର୍କ ପରବର୍ତ୍ତୀ ସମୟରେ ଏକ ବିଶେଷ ମୁହୂର୍ତ୍ତ ସୃଷ୍ଟି କରିଥିଲା । ଖୁବ ନିକଟରେ ଉଭୟ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ । ତେବେ ନିଜର ବିବାହ ଉତ୍ସବ ପାଳନ କରିବାକୁ ଯାଇ ଉଭୟ ଆପଣେଇଥିଲେ ଭିନ୍ନ ଏକ ନିଆରା ତରିକା । ଏହି ଦୁଇ ଚର୍ଚ୍ଚିତ ଦମ୍ପତ୍ତି ହେଉଛନ୍ତି ସୁଦୂର ଚେନ୍ନାଇ ଠାରେ ଏକ କୃତ୍ରିମ ଅଙ୍ଗ ରୋପଣ କେନ୍ଦ୍ରରେ ଡାକ୍ତର ଥିବା ଭଦ୍ରକ ବରାଳପୋଖରୀ ଅଞ୍ଚଳର ପ୍ରଫୁଲ୍ଲ କୁମାର ସାହୁଙ୍କ ପୁତ୍ର ଡାକ୍ତର ପ୍ରକାଶ ଓ ବାଙ୍ଗାଲୁରସ୍ଥିତ ନିମାସ ଠାରେ କାର୍ଯ୍ୟରତ ଡେଲାଙ୍ଗ ଅଞ୍ଚଳର ଭ୍ରମରବର ବେହେରାଙ୍କ କନ୍ୟା ଡାକ୍ତର ସସ୍ମିତା । ତଥ୍ୟ ଅନୁଯାୟୀ ବିବାହ ପରେ ଏହ ବିବାହ ଉତ୍ସବକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ଭଦ୍ରକ ଚରମ୍ପାସ୍ଥିତ ପୁର୍ନବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର(ସିଆରଏସଆର) ସହିତ ଏହି ନବ ଦମ୍ପତ୍ତି ଉକ୍ତ କେନ୍ଦ୍ର ସହ ଯୋଗଯୋଗ କରିଥିଲେ । ଯେଉଁଠାରେ କି ଶତାଧିକ ମାନସିକ ଅନଗ୍ରସର ଓ ଭିନ୍ନକ୍ଷମ ପିଲାମାନେ ଅବସ୍ଥାନ କରୁଛନ୍ତି । ଅନୁରୂପ ଯେଉଁ କେନ୍ଦ୍ରରେ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳର ଭିନ୍ନଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥବବା ବ୍ୟକ୍ତିଙ୍କ କୃତ୍ରିମ ଅଙ୍ଗ ରୋପଣର ବ୍ୟବସ୍ଥା ଥାଏ । ସଂପୃକ୍ତ କେନ୍ଦ୍ରର ମୁଖ୍ୟ ଡାକ୍ତର ଭଗବାନ ପରିଡ଼ାଙ୍କ ପ୍ରୋତ୍ସାହନକ୍ରମେ ଉଭୟ ପରିବାରର ସଦସ୍ୟ ପହଞ୍ଚିଥିଲେ ଉକ୍ତ କେନ୍ଦ୍ରରେ । ଉକ୍ତ କେନ୍ଦ୍ରର ଅସହାୟ ଭିନ୍ନକ୍ଷମ ଓ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ସହ ନିଜ ବିବାହ ସମୟର ଉତ୍ସବ ମନାଇବାକୁ ଉଭୟ ପ୍ରକାଶ ଓ କନ୍ୟା ସସ୍ମିତା ନିଜ ପରିବାର ସହ ଉକ୍ତ କେନ୍ଦ୍ରରେ ପହଞ୍ଚିଥିଲେ । ନା ଥିଲା ସେଠାରେ ଉତ୍ସବର ମାହୋଲ, ନା ଥିଲା ବିପୁଳ ସାଜସଜ୍ଜା । କେବଳ ଭିନ୍ନକ୍ଷମ ଓ ମାନସିକ ବିକଳାଙ୍ଗଙ୍କ ଅସହାୟତାର ନୀରବ ଓ ଅସ୍ପଷ୍ଟ ସ୍ୱର ମଧ୍ୟରେ ଆଶାର ଆଲୋକ ସୃଷ୍ଟି କରି ଆସିଥିବା ସିଆରଏସଆର ପରିସର ମଧ୍ୟରେ ସେମାନେ ନିଜର ଏହି ସ୍ମରଣୀୟ ମୁହୂର୍ତ୍ତକୁ ଅନ୍ତେବାସୀଙ୍କ ସହ କଟାଇଥିଲେ । ଉକ୍ତ କେନ୍ଦ୍ରର ଅନ୍ତେବାସୀମାନେ ମଧ୍ୟ ଏପରି ଏକ ନିଆରା ମୁହୂର୍ତ୍ତର ଭରପୂର ମଜା ନେଇଥିଲେ । ତେବେ ଗତ ୧୦ ବର୍ଷ ଧରି ବହୁ ଦୁର୍ଘଟଣାଗସ୍ତଙ୍କ ଅସହାୟ ବ୍ୟକ୍ତିଙ୍କ ସହିତ ଆମେ ସମୟ ବିତାଇଛୁ । ସେମାନଙ୍କ ଜୀବନ ଯନ୍ତ୍ରଣା ସହ ଆମେ ବେଶ ପରିଚିତ । ତେଣୁ ଡାକ୍ତର ପରିଡ଼ାଙ୍କ ଏହି ମନ୍ଦିର ରୂପକ ସେବାକେନ୍ଦ୍ରରେ ଆମେ ବିବାହ ଉତ୍ସବ ପାଳି ବେଶ ଆନନ୍ଦିତ । ଏହି ଅବସରରେ ଅନ୍ତେବାସୀଙ୍କ ମୁହଁରେ ଫୁଟି ଉଠିଥିବା ହସ ଆମ ପାଇଁ ଯେକୌଣସି ଖୁସୀର ମୁହୂର୍ତ୍ତ ଠାରୁ ଯଥେଷ୍ଟ ବୋଲି କହିଛନ୍ତି ନିଜ ପ୍ରତିକ୍ରିୟାରେ ସସ୍ମିତା । ଏହି ଅବସରରେ ଉଭୟ ବର ଓ କନ୍ୟାଙ୍କ ପରିବାରବର୍ଗଙ୍କ ସମେତ ସିଆରଏସଆରର ସମସ୍ତ ଅଧିକାରୀ, କର୍ମଚାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ନବଦମ୍ପତ୍ତିଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.