Home ଓଡ଼ିଶା ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

315

ରାୟଗଡ଼ା,୧୪/୧୦,(ଓଡ଼ିଆ ପୁଅ ପି ନାଏକ): କିରୋସିନି ଡିପୋରେ ଭୀଷଣ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ଏହି ଘଟଣା ରାୟଗଡା ଜିଲ୍ଲା ଗୁଣୁପୁର ଲିମାମେଡା ଗ୍ରାମ ନିକଟରେ ଥିବା ଏକ କିରୋସିନୀ ଡ଼ିପୋରେ ଘଟିଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ମହିଳାଙ୍କ ଘର ଆନ୍ଧ୍ରପ୍ରଦେଶ । ସେ ଏଠାରେ ଏକ କିରୋସିନୀ ଡ଼ିପୋରେ କାର୍ଯ୍ୟ କରୁଥିବା ଅଜା ଆଈଙ୍କ ଘରକୁ ଆସିଥିଲେ । ଆଜି ଭୋର ସମୟରେ ମହିଳା ଜଣଙ୍କ ପୋଡିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଶରୀରର ୯୦ ଭାଗ ପୋଡିଯାଇଥିବା ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.