Home ଜିଲ୍ଲା ପରିକ୍ରମା ନାରୀଶକ୍ତି ହିଁ ରାଷ୍ଟ୍ରଶକ୍ତିର ମୂଳଭିତ୍ତି, ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଦ୍ୱିତୀୟ ସଂଧ୍ୟା

ନାରୀଶକ୍ତି ହିଁ ରାଷ୍ଟ୍ରଶକ୍ତିର ମୂଳଭିତ୍ତି, ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଦ୍ୱିତୀୟ ସଂଧ୍ୟା

40

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରୀ ହିଁ ନାରାୟଣୀ ଏବଂ ନାରୀ ଶକ୍ତି ହିଁ ରାଷ୍ଟ୍ରଶକ୍ତିର ମୂଳଭିତ୍ତି । କେବଳ ସାମ୍ପ୍ରତି ସମୟରେ ନୁହେଁ, ମାନବ ସଭ୍ୟତାର ଆରମ୍ଭରୁ ରାଷ୍ଟ୍ର ଗଠନରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଅନସ୍ୱୀ କାର୍ଯ୍ୟ ବୋଲି ଭଦ୍ରକର ମଠସାହି ସ୍ଥିତ ଗୋପାଳଜୀଉ ମଠ ପଡିଆରେ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ତଥା ଚରମ୍ପା ସ୍ଥିତ ଅବନ୍ତିକା ଆବାସିକ ମହାବିଦ୍ୟାଳୟ +୨ ଓ ୩ ପ୍ରଯୋଜନାରେ ଆୟୋଜିତ ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ଶହିଦ୍ ପରିବେବ୍ଦାଙ୍କ ନାମରେ ଉତ୍ସର୍ଗୀକୃତ ମଞ୍ଚରେ ଅବସର ପ୍ରାପ୍ତ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସନ୍ଧ୍ୟାରେ ଭଦ୍ରକ ପଞ୍‌ଚାୟତ ସମିତିର ଅଧ୍ୟକ୍ଷା ଉର୍ମିଳା ନାୟକ ଭଦ୍ରକ ଜିଲ୍ଲା ପରିଷଦ ସଦସ୍ୟା ତଥା ପୂର୍ବତନ ତିହିଡି ପଂଚାୟତ ସମିତି ଅଧ୍ୟକ୍ଷା ବିଦ୍ୟୁତ ଲତା ନାୟକ ତେଜସ୍ୱିନୀ ମହିଳା ସଙ୍ଗଠନର ଅଧ୍ୟକ୍ଷା କଳ୍ପନା ଜେନା, ସାହିତ୍ୟିକା ତଥା ଶିକ୍ଷୟିତ୍ରୀ ଗୀତାରାଣୀ ଆଇଚ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଭାନୁମତୀ ମାଟିଆ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କବୟିତ୍ରୀ ଚୈତାଳୀ ଖିଲାର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ ସ୍ୱାଗତ ଭାଷଣ, ଶିକ୍ଷୟିତ୍ରୀ ମନୋରମା ରାୟ ଅତିଥି ପରିଚୟ ଓ ତେଜସ୍ୱିନୀ ମହିଳା ସଙ୍ଗଠନର ସମ୍ପାଦିକା ଅଞ୍ଜନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କଣ୍ଠଶିଳ୍ପୀ ଶଶିକଳା ମିଶ୍ର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଉକ୍ତ ସନ୍ଧ୍ୟାରେ କାର୍ଯ୍ୟକ୍ରମକୁ ମହୋତ୍ସବ ଓ ପୁସ୍ତକ ମେଳାର ସଭାପତି ଇଂ. ଅଭୟ ସୂତାର, ସମ୍ପାଦକ ରବିନାରାୟଣ ଖିଲାର, ଆବାହକ ଅଧ୍ୟାପକ ନିହାର ରଞ୍ଜନ କର, ତ୍ରିଲୋକ ରାୟ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.