Home ଜିଲ୍ଲା ପରିକ୍ରମା ନାବାଳିକା ଝିଅର ଅପହରଣକୁ ବିତିଲା ୩ ମାସ, ପୁଲିସ୍ ସବୁ ଜାଣି ନୀରବ, ସହରାଞ୍ଚଳ ଥାନା...

ନାବାଳିକା ଝିଅର ଅପହରଣକୁ ବିତିଲା ୩ ମାସ, ପୁଲିସ୍ ସବୁ ଜାଣି ନୀରବ, ସହରାଞ୍ଚଳ ଥାନା ପୁଲିସ୍ ଠାରୁ ନ୍ୟାୟ ନପାଇ ଅନଶନରେ ବସିଲେ ପରିବାର

33

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ନାବାଳିକା କନ୍ୟାର ଅପହରଣ ୩ ମାସରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଭଦ୍ରକ ସହରାଞ୍ଚଳ ପୁଲିସ୍ ତାକୁ ଖୋଜିବାରେ ଅବହେଳା କରୁଥିବା ନେଇ ଆଜି ତାଙ୍କ ପିତାମାତା ସପରିବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏ ସଂପର୍କରେ କନ୍ୟା ପିତାଙ୍କ ପକ୍ଷରୁ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ କରାଯାଇଥିବା ଅଭିଯୋଗ ପତ୍ର ମୂଳେ ପଡୋଶୀ ବାଲେଶ୍ୱର ଜିଲା ସୋର ଥାନା ଅଧୀନସ୍ଥ ଅନନ୍ତପୁର ବାଲିକତିରଣ ଗ୍ରାମର ଶ୍ରୀକାନ୍ତ ମଲ୍ଲିକ ଭଦ୍ରକ ବନ୍ତଛକ ବସ୍‌ଷ୍ଟାଣ୍ଡରେ ପାନଦୋକାନ କରି ଜୀବିକା ନିର୍ବାହ କରନ୍ତି । ସେ ପରିବାର ସହ ଦୀର୍ଘ ୨୦ ବର୍ଷ ହେବ ଭଦ୍ରକର ଏଲଖା ଗ୍ରାମରେ ରହିଆସୁଥିବାବେଳେ ତାଙ୍କୁ ୧୬ ବର୍ଷର ନାବାଳିକା କନ୍ୟା ଗତ ଅଗଷ୍ଟ ୧୦ ତାରିଖ ରାତିରେ ଘରେ ଶୋଇଥିବାବେଳେ କିଏ ତାକୁ ନେଇଯାଇଥିଲା । ଏହି ସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ୧୩ ତାରିଖ ଦିନ ତାଙ୍କ କନ୍ୟାର ଖବର ମିଳିଥିଲା । ତାକୁ ଆଣିବା ପାଇଁ ସେ ସହରାଞ୍ଚଳ ପୁଲିସ୍ ନିକଟରେ ପହଞ୍ôଚôଥଲେ । ସେଠାରେ ଉକ୍ତ କେଶ୍‌ର ତଦନ୍ତଭାର ନେଇଥିବା ଅଧିକାରୀ ଜଣକ ୫ ମିନିଟ୍ ଭିତରେ ଆସିବାକୁ କହି ରାତି ୮ଟାରେ ଆସି ପହଞ୍ôଚôଥିଲେ ।

ଏବଂ ସେ ପଚାରିବାରୁ ୧୪ ତାରିଖ ଦିନ ୧୧ଟା ସମୟରେ ଝିଅକୁ ଆସି ନେଇଯିବାକୁ କହିଥିଲେ । ଫଳରେ ଉଭୟ ପିତାମାତା ପରଦିନ ଦିନ ୧୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଥାନାରେ ବସି ରହିଥିଲେ ମଧ୍ୟ କନ୍ୟାର ଦେଖାନଥିଲା । ଏ ସଂପର୍କରେ ପଚାରିବାରୁ କାଲି ଆସ ବୋଲି କହି ଦିନ ଗଡାଇ ଚାଲିଲେ । ଏ ସଂପର୍କରେ ସେମାନେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇବା ପରେ ମୋର ଝିଅକୁ ଅପହରଣ କରିଥିବା ଯୁବକର ପିତାକୁ ପୁଲିସ୍ ଡକାଇଥିଲେ । ସେ ୭ଦିନ ମଧ୍ୟରେ କନ୍ୟାକୁ ଫେରାଇଦେବାର କଥା କହିଥିଲେ ମଧ୍ୟ ଆଜକୁ ଏକମାସ ହୋଇଥିଲେ ମଧ୍ୟ ଯୁବକର ପିତାମାତା, ମାମୁଁ, ଭଉଣୀ, ଭିଣୋଇ ଏବଂ ତାଙ୍କ ପକ୍ଷର ଭଦ୍ରଲୋକ ପ୍ରତାପ ବାରିକ ପୁଅ-ଝିଅର ସମସ୍ତ ଖବର ଜାଣିଥିଲେ ମଧ୍ୟ ପୁଲିସ୍ ସେମାନଙ୍କ ଉପରେ କୌଣସି ଆଇନଗତ ପଦକ୍ଷେପ ନେଉନାହାଁନ୍ତି । ଯୁବକଟିର ପିତା କନ୍ୟା ପିତାଙ୍କୁ ମୋବାଇଲ୍‌ରେ କହିଥିବା ସମସ୍ତ ରେକର୍ଡିଂ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ରହିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉନାହାଁନ୍ତି । ଏହି ବିଷୟରେ ବାରମ୍ବାର ନିରାଶ ହେବା ପରେ ବାଧ୍ୟହୋଇ ଆଜି ସପରିବାର ଦିବାରାତ୍ର ଅନଶନରେ ବସିରହିଛନ୍ତି । ଏଣୁ ଜିଲା ଆରକ୍ଷୀ ଅଧୀକ୍ଷକ ତୁରନ୍ତ ଏହି ଘଟଣାରେ ନାବାଳିକା କନ୍ୟାର ଉଦ୍ଧାର ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.