Home ଜିଲ୍ଲା ପରିକ୍ରମା ନାବାଳିକା ଅପହରଣ ଘଟଣାରେ ଧାମରା ଥାନାଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କଲା ରାଷ୍ଟ୍ରିୟ ଦଳିତ ମହାସଭା ଓଡିଶା...

ନାବାଳିକା ଅପହରଣ ଘଟଣାରେ ଧାମରା ଥାନାଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କଲା ରାଷ୍ଟ୍ରିୟ ଦଳିତ ମହାସଭା ଓଡିଶା ଶାଖା

105

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ନାବାଳିକ କନ୍ୟାକୁ ଅପହରଣ କରି ନେବାର ଦୀର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ଏ ବାବଦରେ ଧାମରା ଥାନାଧିକାରୀଙ୍କୁ ରାଷ୍ଟ୍ରୀୟ ଦଳିତ ମହାସଭା ଓଢିଶା ଶାଖା ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି ।ପ୍ରାପ୍ତ ଖବରରୁ ପ୍ରକାଶ ଗତ ଡିସେମ୍ବର ୧୫ ତାରିଖରେ ଦୋସିଙ୍ଗା ପଂଚାୟତ ର କାର୍ତିକ ବେରା ସେହି ପଂଚାୟତ ଅଧିନସ୍ଥ ଚିଆଣୀ ପାହୀ ଗ୍ରାମର ମଦନ ପାଟାଙ୍କ ନାବାଳିକା କନ୍ୟାକୁ ଅପହରଣ କରି ନେଇଥିଲା । ଅପହରଣ କରି ନେବାର ଦୀର୍ଘ ୧୦ ଦିନ ପରେ ସଂପୃକ୍ତ ଯୁବକ ସେହି ନାବାଳିକା କନ୍ୟାକୁ ଆଣି କନ୍ୟାର ପିତାଙ୍କ ଘର ପାଖରେ ଛାଡି ଦେଇଥିଲା । ଏ ନେଇ ସଂପୃକ୍ତ ନାବାଳିକା ପିତାଙ୍କ ଅଭିଯୋଗ ମୂଳେ ଧାମରା ଥାନାରେ ୧୨୧/୨୧ରେ ଏକ କେଶ ରୁଜୁ କରାଯାଇଥିଲା । କେଶ ରୁଜୁ ହେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାମରା ପୁଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଯିବାରୁ ରାଷ୍ଟ୍ରୀୟ ଦଳିତ ମହାସଭା ଓଡିଶା ଶାଖାର ରାଜ୍ୟ ସଭାପତି ଧିମାନ ମିଲନ ଦାସ ଏବଂ ସଭାନେତ୍ରୀ ରଶ୍ମିତା ଦାସଙ୍କ ପକ୍ଷରୁ ଆଜି ଧାମରା ଥାନାଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରାଯିବା ସହ ନାବାଳିକା କେସରେ ସଠିକ ତଦନ୍ତ କରିବା ସହ ପୋକ୍ସୋ ୭/୮,୩୭୬(ଏନ),୩୬୬(ଏ),୫୦୬(ବି) ଧାରା ଲାଗୁ କରାଯିବାକୁ ଦାବୀ ଜଣାଇଥିଲେ ଏଥିସହ ସଂପୃକ୍ତ ଆସାମୀ ଖୁଲମଖୁଲା ବାହାରେ ବୁଲୁଥିବା ବେଳେ ତାକୁ ଗିରଡ କରାଯିବାକୁ ମଧ୍ୟ ରାଷ୍ଟ୍ରୀୟ ଦଳିତ ମହାସଭା ଓଡିଶା ପକ୍ଷରୁ ଦାବୀ କରିଥିଲେ । ଆଜି ଧାମରା ଥାନାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଦାବୀପତ୍ରର ନକଲ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାପାଳ, ପୁଲିସ ମହା ନିର୍ଦେଶକ,ମାନବାଧିକାର କମିଶନର,ଭାରତର ପ୍ରଧାନମନ୍ତ୍ରୀଙ୍କ ଅବଗତ ନିମନ୍ତେ ପଠାଇଛନ୍ତି । ଆଗାମୀ ଦିନରେ ଆସାମୀକୁ ଗିରଫ କରା ନଗଲେ ରାଷ୍ଟ୍ରୀୟ ଦଳିତ ମହାସଭା ଓଡିଶା ଶାଖା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.