Home ଜିଲ୍ଲା ପରିକ୍ରମା ନାବାଳକ ବିଷ ପିଇବା ମାମଲା : ଗୃହକର୍ତ୍ତାଙ୍କୁ ବାନ୍ଧିଲା ପୁଲିସ୍

ନାବାଳକ ବିଷ ପିଇବା ମାମଲା : ଗୃହକର୍ତ୍ତାଙ୍କୁ ବାନ୍ଧିଲା ପୁଲିସ୍

39

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ବରପଦୀ ଗ୍ରାମରେ ଘରୋଇ ଚାକର ଭାବେ ନିୟୋଜିତ ଜନୈକ ନାବାଳକ ବିଷ ପିଇବା ଘଟଣାରେ ବନ୍ତ ପୁଲିସ୍ ଗୃହକର୍ତ୍ତା ଉକ୍ତ ଗ୍ରାମର ରବିନ୍ଦ୍ର ନାୟକଙ୍କୁ ଗିରଫ କରିଛି । ଶିଶୁ ସୁରକ୍ଷା କମିଟି (ସିଡବ୍ଳ୍ୟୁସି) ଉକ୍ତ ଗ୍ରାମର ରବିନ୍ଦ୍ର ନାୟକଙ୍କୁ ଗିରଫ କରିଛି । ଶିଶୁ ସୁରକ୍ଷା କମିଟି (ସିଡବ୍ଲ୍ୟୁସି) ର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକଙ୍କ ସୂଚନା ଅନୁଯାୟୀ ଚିକିତ୍ସା ପରେ ସଂପୃକ୍ତ ନାବାଳକ ସୁସ୍ଥ ହୋଇସାରି ଫେରିବା ପରେ ଭଦ୍ରକ ଚାଇଲ୍ଡ ଲାଇନ୍ ହେପାଜତରେ ଅଛି । ଉକ୍ତ ନାବାଳକକୁ ସିଡବ୍ଲ୍ୟୁସିରେ ହାଜର କରାଯିବା ପରେ ନାବାଳକର ବୟାନ ରେକର୍ଡ କରାଯିବ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଚାଇଲ୍ଡ ଲାଇନ୍ କେନ୍ଦ୍ର ସଂଯୋଜିକା ସରସ୍ୱତୀ ମହାରଣାଙ୍କ ଏତଲା ଅନୁଯାୟୀ ଗୃହକର୍ତ୍ତା ଶ୍ରୀ ନାୟକଙ୍କ ଫାର୍ମରେ ସଂପୃକ୍ତ ପାବାଳକ ଗତ ୨ ବର୍ଷ ଧରି କାମ କରି ଆସୁଥିଲେ । ଗୃହକର୍ତ୍ତା ଶ୍ରୀ ନାୟକ ଫାର୍ମରେ ଗୋଟିଏ ବତକ ହଜିଯିବାକୁ ନେଇ ଉକ୍ତ ନାବାଳକକୁ ଗୃହକର୍ତ୍ତା ପ୍ରବଳ ମାଡ ମାରିଥିଲେ । ଫଳରେ ଉକ୍ତ ନାବାଳକ ନିର୍ଯ୍ୟାତନା ସହିନପାରି ବିଷ ପିଇ ଦେଇଥିଲେ । ଗୃହକର୍ତ୍ତା ତୁରନ୍ତ ନାବାଳକକୁ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ନାବାଳକକୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ଆଇସିୟୁରେ ରହି ଚିକିତ୍ସିତ ହୋଇଥିବାବେଳେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏ ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଡ. ବାରିକଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଚାଇଲ୍ଡ ଲାଇନ୍‌, ସିଡବ୍ଲ୍ୟୁସି, ଶ୍ରମ ବିଭାଗ ଓ ବନ୍ତ ପୁଲିସ୍‌ର ମିଳିତ ୫ ଜଣିଆ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ରିପୋର୍ଟ ସିଡବ୍ଲ୍ୟୁସିରେ ଦାଖଲ କରିଥିଲେ । କିନ୍ତୁ କେହି ଥାନାରେ ଅଭିଯୋଗ କରି ନଥିବାରୁ ବନ୍ତ ପୁଲିସ୍ ଚୁପ୍ ବସିଥିଲା । ଭଦ୍ରକ ଚାଇଲ୍ଡ ଲାଇନ୍‌ର କେନ୍ଦ୍ର ସଂଯୋଜିକା ସୁଶ୍ରୀ ମହାରଣା ବନ୍ତ ଥାନାରେ ଗତ ୩ ତାରିଖ ଏନେଇ ଅଭିଯୋଗ କରିବା ପରେ ବନ୍ତ ପୁଲିସ୍ ସଂପୃକ୍ତ ଗୃହକର୍ତ୍ତା ଶ୍ରୀ ନାୟକଙ୍କୁ ତାଙ୍କ ବାସଭବନରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅପରପକ୍ଷେ ଗୃହକର୍ତ୍ତାଙ୍କର କୌଣସି ଦୋଷ ନଥିବା ନାବାଳକର ମା’ ଓ ସଂପର୍କୀୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.