Home ଜିଲ୍ଲା ପରିକ୍ରମା ନାଗରିକମାନେ ନିଜ ଅଧିକାର ଜାଣିବା ସହ କର୍ତ୍ତବ୍ୟ ସଚେତନ ହେବା ବାଞ୍ଛନୀୟ, ଭଦ୍ରକ ମହୋତ୍ସବ ଓ...

ନାଗରିକମାନେ ନିଜ ଅଧିକାର ଜାଣିବା ସହ କର୍ତ୍ତବ୍ୟ ସଚେତନ ହେବା ବାଞ୍ଛନୀୟ, ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଦଶମ ସନ୍ଧ୍ୟା

69

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାଗରିକମାନେ ନିଜର ସାମ୍ବିଧାନିକ ଅଧିକାର ଜାଣିବା ସହ କର୍ତ୍ତବ୍ୟ ସଚେତନ ହୋଇ ଦାୟୀତ୍ୱ ନିର୍ବାହ କଲେ ଗୋଟିଏ ସଭ୍ୟ ଶିକ୍ଷିତ ଓ ସମୁନ୍ନତ ହୋଇ ପାରିବ ବୋଲି ଭଦ୍ରକ ସହର ସ୍ଥିତ ଗାନ୍ଧି ପଡ଼ିଆରେ ଅନୁଷ୍ଠିତ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଦଶମ ସଂଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସର୍ବୋଦୟକର୍ମୀ ଗାନ୍ଧୀବାଦୀ ନେତା ବାଗ୍ମୀ ଶେଖର ଗୟାଧର ବାରିକଙ୍କ ସ୍ମୃତିରେ ଉତ୍ସଗୀତ ଏହି ସଂଧ୍ୟାରେ ନାଗରିକମାନଙ୍କର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ଶିରୋନାମାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲଶ। ବର୍ଷୀୟାନ୍ ଅଧିବକ୍ତା ତଥା ସମାଜସେବୀ ନିରାକାର ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସାରସ୍ୱତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ମୁଖ୍ୟଅତିଥି, ବିଶିଷ୍ଟ ସାହିତ୍ୟିକ ଓ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ମୁଖ୍ୟବକ୍ତା, ବାବାମଣି ଡ଼ିଗ୍ରୀ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ମାଧବ ଚନ୍ଦ୍ରୟ ଜେନା କବି ଓ ଚିକିତ୍ସକ ଡା. ଅନିଲ କୁମାର ଦାଶ, ସାମ୍ବାଦିକ ସୁଧାକର ଦାଶ, ଉତ୍ସବ ସମ୍ପାଦକ ରବିନାରାୟଣ ଖିଲାର ସଂଗୀତ ଶିଳ୍ପୀ ରାମନାରାୟଣ ମହାନ୍ତି ବରେଣ୍ୟ ଅତିଥିଭାବେ ଯୋଗଦେଇଥିଲେ।

ଚାନ୍ଦବାଲି ବ୍ଲକ ଓଷ୍ଟା ସଂପାଦକ ପ୍ରଭାକର ପରିଡ଼ା ସ୍ୱାଗତ ଭାଷଣ ସହିତ ସର୍ବୋଦୟ କର୍ମୀ ଗୟାଧର ବାରିକଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। ସଭାପତି ଇଂ ଅଭୟ ସୂତାର ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କିଥିବା ବେଳେ ଆବାହକ ନୀହାର ରଂଜନ କର ଅତିଥିପରିଚୟ ପ୍ରଦାନ କରିଥିଲେ ଓ ସମାଜ ସେବିକା କଳ୍ପନା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ମନୋରମା ରାୟ ଓ ଜାନକୀ ପାଢ଼ୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଆଲୋଚନା ଚକ୍ର ପୂର୍ବରୁ କବି ସ୍ୱର୍ଗତ ସଦାନନ୍ଦ ସାହୁଙ୍କ ସ୍ମୃତିରେ ବ୍ୟଙ୍ଗକବି ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ କବିତା ପାଠତ୍ସବ ଅନୁଷ୍ଠି ହୋଇଥିଲା। ପ୍ରଧ୍ୟାପକ କବି ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟଅତିଥି, ଶିକ୍ଷକ ଓ କବି ସରୋଜ କୁମାର ଓଝା ମୁଖ୍ୟବକ୍ତା, କବି ଓ ଅଧ୍ୟାପକ କିଶୋର କୁମାର ପାଣିଗ୍ରାହୀ, ଶୁଭ୍ରାଂଶୁ ଶେଖର ମାହୁନ୍ତ, କୈଳାଶ ଚନ୍ଦ୍ର ବେହେରା, ନୀଳମାଧବ ସେନାପତି, ବିନୋଦ ବିହାରୀ ସାହୁ, ଶିକ୍ଷକ ଓ ସଂଗଠକ ଗୟାଧର ଦାସ, ସନ୍ତୋଷ କୁମାର ସାହୁ, ଦୀନବନ୍ଧୁ ମହାରଣା, ବାବୁଲାଲ ଦାସ, ଶାନ୍ତିଲତା ପଣ୍ଡା, ପ୍ରଣତି ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କବୟତ୍ରୀ ମନୋରମା ରାୟ ଓ ସରୋଜିନୀ ନାୟକ କବିତା ସଂଯୋଜନା କରିଥିବା ବେଳେ ଇଂ ଅଭୟ ସୂତାର ଅତିଥି ପରିଚୟ ଓ ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ସ୍ୱାଗତ ଭାଷଣ ଓ କବି ଅକ୍ଷୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.