Home ଜିଲ୍ଲା ପରିକ୍ରମା ନଳାଙ୍ଗ ବଜାରକୁ ୫ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଗେଲପୁର ସରପଞ୍ଚ

ନଳାଙ୍ଗ ବଜାରକୁ ୫ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଗେଲପୁର ସରପଞ୍ଚ

20

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗେଲପୁର ପଂଚାୟତର ନଳାଙ୍ଗ ଅଂଚଳରେ କୋଭିଡ୍ ସଂକ୍ରମଣ ଦ୍ରୁତଗତିରେ ବଢିଚାଲିଛି । ଏଥିପାଇଁ ଗେଲପୁର ସରପଞ୍ଚ ମାନସୀ ରାଉତ ଓ ସରପଞ୍ଚ ପ୍ରତିନିଧି ସୁବ୍ରତ ରାଉତ ସ୍ଥାନୀୟ କିଛି ବୁଦ୍ଧିଜୀବୀ ଓ ବ୍ୟବସାୟୀମାନଙ୍କ ସହିତ କୋଭିଡ୍ ନିୟମ ପାଳନ ପୂର୍ବକ ଆଲୋଚନା କରି ଆସନ୍ତା ୨୪ ତାରିଖ ସୋମବାର ଠାରୁ ୨୮ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଜିଲାପାଳଙ୍କ କ୍ଷମତାକୁ ପ୍ରୟୋଗ କରି କୋଭିଡ୍ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ନଳାଙ୍ଗ ବଜାରକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି । କେବଳ ଔଷଧ ଦୋକାନକୁ ଛାଡି, ପାନ, ଚା, ଗ୍ରୋସରୀ ସମେତ ବଜାରର ଅନ୍ୟ ସମସ୍ତ ଦୋକାନ ୫ ଦିନ ପାଇଁ ଖୋଲାଯାଇପାରିବ ନାହିଁ । ଏଥିପାଇଁ ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ଜନସାଧାରଣ ଓ ବ୍ୟବସାୟୀ ଭାଇମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ତେବେ ଏଥିପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ବଜାର ସମେତ ଆଖପାଖ ଗ୍ରାମରେ ଘୋଷଣା କରାଯାଇ ସମସ୍ତଙ୍କୁ ଅବଗତ କରାଇ ଦିଆଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ସରପଞ୍ଚ ପ୍ରତିନିଧି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.