Home ଓଡ଼ିଶା ନର୍ସ ନିହାରୀକାଙ୍କ ହତ୍ୟା ପ୍ରସଙ୍ଗ : ୬ ଜଣିଆ ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ କଲା...

ନର୍ସ ନିହାରୀକାଙ୍କ ହତ୍ୟା ପ୍ରସଙ୍ଗ : ୬ ଜଣିଆ ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ କଲା ପିସିସି

270

ଭୁବନେଶ୍ୱର ତା ୨୧-୯ (ଓଡ଼ିଆ ପୁଅ) – ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗାଁର ନର୍ସ ନିହାରୀକାଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ମାନନୀୟ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ୬ ଜଣିଆ ‘ତଥ୍ୟ ଅନୁଧ୍ୟାନକାରୀ କମିଟି’ ଗଠନ କରିଛନ୍ତି। ଉକ୍ତ ୬ ଜଣିଆ କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନ୍ଜୀବୀ ଶ୍ରୀ ଶିବାନନ୍ଦ ରାୟ ଅଧ୍ୟକ୍ଷ ରହିଥିବା ବେଳେ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରାକ୍ତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନ୍ଦିତା ପରିଡା, ଶ୍ରୀମତୀ ରଶ୍ମି ମହାପାତଙ୍କ ସମେତ ଯୁବ ଆଇନଜୀବୀ ତଥା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଓ ଜିନେଶ ଦାସ ପ୍ରମୁଖ ସଦସ୍ୟ ରହିଛନ୍ତି।

ଶ୍ରୀଯୁକ୍ତ ରାୟଙ୍କ ଅଧ୍ୟକ୍ଷତାରେ ଖୁବ୍ଶୀଘ୍ର କମିଟି ଘଟଣାସ୍ଥଳ ଗସ୍ତ କରି ସବିଶେଷ ତଥ୍ୟ ସଂଗ୍ରହ କରି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.