Home ଜିଲ୍ଲା ପରିକ୍ରମା ନର୍ସଙ୍କୁ ଅଶ୍ଳୀଳ ଇଙ୍ଗିତ ପଡିଲା ମହଙ୍ଗା, ରସିକିଆ ପ୍ରସୁତି ବିଭାଗ ଡାକ୍ତରଙ୍କ ନାଁରେ ଥାନାରେ ଏତଲା

ନର୍ସଙ୍କୁ ଅଶ୍ଳୀଳ ଇଙ୍ଗିତ ପଡିଲା ମହଙ୍ଗା, ରସିକିଆ ପ୍ରସୁତି ବିଭାଗ ଡାକ୍ତରଙ୍କ ନାଁରେ ଥାନାରେ ଏତଲା

100

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ରସିକିଆ ଡାକ୍ତରଙ୍କ କଳାକାରନାମା ପାଇଁ ଏବେ ହରଡଘଣାରେ ପଡିଛି ଚାନ୍ଦବାଲି ମେଡିକାଲର ପ୍ରସୁତି ବିଭାଗ । ପ୍ରସୁତି ବିଭାଗର ଡାକ୍ତରଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ଚାନ୍ଦବାଲି ମେଡିକାଲରେ କାର୍ଯ୍ୟରତ ମହିଳା ନର୍ସ । ମହିଳା ନର୍ସଙ୍କୁ ରସିକିଆ ଡାକ୍ତର ଜଣଙ୍କ ସବୁ ସମୟରେ ଅଶ୍ଳୀଳ ଇଙ୍ଗିତ ସହ ଏକୁଟିଆ ପାଇଲେ ଟଣାଓଟରା କରିବା, ରାତି ସମୟରେ ଟେଲିଫୋନ୍ ମାଧ୍ୟମରେ ପ୍ରେମ ନିବେଦନ କରିବା ସହ ଗାଳିଗୁଲଜ ଏବଂ କ୍ୱାର୍ଟରରେ ପଶି ଦୁଷ୍କର୍ମ କରିବାକୁ ଧମକ ଦେଇଥିବା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି । ଏଥିନେଇ ମହିଳା ନର୍ସ ଚାନ୍ଦବାଲି ଥାନାରେ ସଂପୃକ୍ତ ଡାକ୍ତରଙ୍କ ନାମରେ ଅଭିଯୋଗ କରିବା ସହ ନ୍ୟାୟଭିକ୍ଷା କରିଛନ୍ତି । ପୁଲିସ୍ ଅଭିଯୋଗ ଆଧାରରେ ସଂପୃକ୍ତ ମହିଳା ନର୍ସଙ୍କ ବୟାନ ରେକର୍ଡ କରିବା ସହ କୋର୍ଟକୁ ୧୬୪ ପାଇଁ ପଠାଇଛି । ଅନ୍ୟପଟେ ସଂପୃକ୍ତ ଡାକ୍ତର ଜଣଙ୍କ ପୂର୍ବ ଶତ୍ରୁତା ପାଇଁ ମହିଳା ନର୍ସ ଜଣକ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ସଫେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.