ଭୁବନେଶ୍ଵର,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଫଳ । ଗତକାଲି ବସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏନେଇ ସୂଚନା ପ୍ରଦାନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏଥିସହ ଚଳିତ ବର୍ଷ ଅନଲାଇନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ମଧ୍ୟ ସ୍ୱୀକାର କରିଛନ୍ତି ମନ୍ତ୍ରୀ । ଏହାସହ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିବା ପାଞ୍ଚ ହଜାର ଛାତ୍ରଛାତ୍ରୀ ଠାରୁ ଆଦାୟ କରାଯାଇଥିବା ଟଙ୍କାକୁ ଫେରାଇ ଦିଆଯିବା ସହ ସମସ୍ତ ପରିକ୍ଷାର୍ଥୀଙ୍କ ପୁନଃ ମୁଲ୍ୟାୟନ କରାଯିବ ବୋଲି ସେ କହିଛନ୍ତି । କିଛି ଦିନ ତଳେ ଓଟିଇଟି ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରି ଅଭିଯୋଗକୁ ବୋର୍ଡ ଓ ବିଭାଗୀୟ ମନ୍ତ୍ରୀ ଅସ୍ୱୀକାର କରିଥିଲେ ।