Home ଜିଲ୍ଲା ପରିକ୍ରମା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି, ଧଳା ଜହର ବିରୋଧରେ ସାମଗ୍ରିକ...

ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି, ଧଳା ଜହର ବିରୋଧରେ ସାମଗ୍ରିକ ଲଢ଼େଇ ଆବଶ୍ୟକ- ଅକ୍ଷୟ କୁମାର

33

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ପାଇଁ ସ୍ୱାଧିନତା ଆଣିବା ଦିଗରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଅବଦାନ ଆଜି ମଧ୍ୟ ଅବିସ୍ମରଣୀୟ ହୋଇ ରହିଛି। ଶ୍ରୀ ବୋଷଙ୍କ ନେତୃତ୍ୱରେ ସ୍ୱାଧିନତା ସମ୍ଭବ ହୋଇ ନାହିଁ ସତ, କିନ୍ତୁ ସେ ଯୁବପିଢ଼ୀଙ୍କ ମଧ୍ୟରେ ଯେଉଁ ଉଦ୍ଦାମତା ଭରି ଦେଇଥିଲେ, ତାହା ଏବେ ମଧ୍ୟ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। କିନ୍ତୁ ଆଜିର ଯୁବ ସମାଜ ନିଶା କଳବରେ କବଳିତ। ତେଣୁ ଏକ ସ୍ୱଳ୍ପ ଭୌଗଳିକ ପରିବେଶ ମଧ୍ୟରେ ଭଦ୍ରକକୁ ନିଶାମୁକ୍ତ ଜିଲ୍ଲା କରି ଗଢ଼ି ତୋଳିବାକୁ ଶପଥ ନେବାକୁ ଓ ଏଥି ନିମିତ୍ତ ସାମଗ୍ରୀକ ଲମେଇର ଆବ୍ରାକତା ଥିବା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଅନୁଷ୍ଠିତ ମହା ସମ୍ମିଳନୀରେ ବହୁ ବିଶିଷ୍ଟ ଅତିଥି ମତବ୍ୟକ୍ତ କରିଛନ୍ତି। ସଂଗଠନର ଜିଲ୍ଲା ସଂଯୋଜକ ଜାହିର ଖାନଙ୍କ ସଂଯୋଜନାରେ ଏହି ସମ୍ମିଳନୀ ପୁରୁଣାବଜାର ଠାରେ ମହାବୀର ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନୱାର ଅଲ୍ଲୀ, ଭୁବନେଶ୍ୱର ଶାଖା ସଂଗଠନର ସଂଯୋଜକ ଅମିତ କୁମାର ଜେନା, ମଧୁମିତା ସାମଲ, ଭଦ୍ରକର ବରିଷ୍ଠ ସମାସେବୀ ଏସ.ଏମ ଫାରୁକ୍‌ଙ୍କ ସମେତ ଭଦ୍ରକ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ସମସ୍ତ ସଦସ୍ୟ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଶେଷ କରି ଭଦ୍ରକ ଜିଲ୍ଲାରେ ଧଳା ଜହର କାରବାର ଓ ସେବନ ବୃଦ୍ଧି ପାଉଥିବାରୁ ଅତିଥିମାନେ ଉଦବେଗ ପ୍ରକାଶ କରିଥିଲେ। ତେଣୁ ଭଦ୍ରକ ଜିଲ୍ଲାରେ ଧଳା ଜହର କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେମାନେ ନିଜ ନିଜ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ। ତେବେ ପ୍ରଥମେ ଭଦ୍ରକ ବନ୍ତ ଛକରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ମହାବୀର ପଡ଼ିଆ ଠାରେ ପହଞ୍ଚିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.