Home ଜିଲ୍ଲା ପରିକ୍ରମା ନବ ଉତ୍କଳର ନିର୍ମାତା ଉତ୍କଳକେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ସମାରୋହ, ଭଦ୍ରକରେ ଏକ...

ନବ ଉତ୍କଳର ନିର୍ମାତା ଉତ୍କଳକେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ସମାରୋହ, ଭଦ୍ରକରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଦାବି

47

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବଉତ୍କଳର ନିର୍ମାତା, ଭଦ୍ରକ ମାଟିର କୃତି ସନ୍ତାନ, ସ୍ୱାଧିନତା ସଂଗ୍ରାମୀ, ବିଶିଷ୍ଟ ଜନନାୟକ, ସାମ୍ବାଦିକ, ସୁସାହିତ୍ୟିକ, ଉତ୍କଳକେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ସମାରୋହ ଭଦ୍ରକସହରର ଟାଉନ୍‌ହଲଠାରେ ମହତାବଜୟନ୍ତୀ କମିଟି ଭଦ୍ରକ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ମହତାବ ଜୟନ୍ତୀ କମିଟିର ସଭାପତି ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱ ଓ ଇଂ ଅଭୟ ସୂତାରଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ସାଂସଦ ମଞ୍ଜୁଲତା ମଣ୍ଡଳ ଉଦ୍‌ଘାଟକ ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥିଭାବେ ବିଧାୟକ ସଂଜୀବ କୁମାର ମଲ୍ଲିକ,ବିଶିଷ୍ଟ ଅତିଥିଭାବେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ବରେଣ୍ୟ ଅତିଥିଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୂସୂଦନ ଦାଶ , ସମ୍ମାନୀତ ଅତିଥିଭାବେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ,ତ୍ୟାଗଭୂମି ମହୋତ୍ସବର ସଭାପତି ଅଜୟ ନାୟକ,ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ,ସମ୍ମାନୀତ ବକ୍ତା ଅଧ୍ୟାପକ ନିହାର ରଂଜନ କର ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମଳୟ କୁମାର ଜେନା ,କମିଟିର ସଂପାଦକ ଅପୂର୍ବରଂଜନ ବେହେରା ପ୍ରମୁଖ ଯୋଗଦେଇ ଡ଼ଃ. ହରେକୃଷ୍ଣ ମହତାବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅତିଥିମାନେ ଯୋଗଦେଇ ଡ଼ଃ. ମହତାବଙ୍କ ବହୁ ମୁଖି ପ୍ରତିଭାର ସ୍ମୃତିଚାରଣ କରିଥିଲେ । ଡକ୍ଟର ମହତାବଙ୍କ ଜନ୍ମମାଟି ଭଦ୍ରକ ଜିଲ୍ଲାର ଆଗରପଡାରେ ଦୁଇଟି ପୂଣ୍ମବୟବ ମୂର୍ତ୍ତି ସ୍ଥାପନକୁ ପ୍ରଶଂସା କରିବା ସହିତ ଭଦ୍ରକ ଜିଲ୍ଲାପାଳଙ୍କ ମୁଖ୍ୟକାର୍ଯ୍ୟାଳୟ ନିକଟସ୍ଥ ମହତାବ ଛକରେ ଦୃଷ୍ଟି ଆଢୁଆଳରେ ରହିଯାଉଥିବା କ୍ଷୁଦ୍ରତମ ପ୍ରତିମୂର୍ତ୍ତି ପରିବର୍ତ୍ତେ ସେଠାରେ ଏକ ପୂର୍ଣ୍ମବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଓ ସରକାରୀ ଉଦ୍ୟମରେ ଜୟନ୍ତୀ ଉତ୍ସବ ପାଳନ କରାଗଲେ ଭଲ ହେବ ବୋଲି ଅତିଥିମାନେ ଦାବୀ ଉପସ୍ଥାପନ କରିଥିଲେ ।

ନାଟୀଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି ବିଜୟ ବହଳୀ ବେଦପାଠ ଓ ଶିକ୍ଷୟତ୍ରୀ ଜାନକୀ ପାଢୀ,ମନୋରମା ରାୟ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । କଳାକାର କାଳନ୍ଦୀ ମଲ୍ଲୀକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ସ୍ୱାଧିନତାସଂଗ୍ରାମୀ ରାମହରି ଗୋସ୍ୱାମୀ,ଓ ବ୍ରଜକିଶୋର ରାଉତଙ୍କ ସମେତ ସାମ୍ବାଦିକ ବାସୁଦେବ ତ୍ରିପାଠି,ସନ୍ତୋଷ ଦାସ,ମାନସ ପରିଡା ,ସଂଗଠକ କୃଷ୍ଣ ବେହେରା ରତ୍ନାକର ପରିଡାଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ଅପରାହ୍ନ ସମୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଭାତ ନଳିନୀଙ୍କ ସଭାପତିତ୍ୱରେ ଗୀତାରାଣି ଆଇଚ, ଜାନକୀ ପାଢୀ,ମନୋରମା ରାୟ,କଳ୍ପନା ଜେନା ,କବି ରମେଶ ଚନ୍ଦ୍ର ସ୍ୱାଇଁ,ବୈକୁଣ୍ଠ ବିଶ୍ୱାଳଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ସଦାନନ୍ଦ ସାହୁ,ବିଜୟ ବହଳି,ଗୋଲକବନ୍ଧୁ ଆଚାର୍ଯ୍ୟ ,ରମେଶ ଦାସ,ବସନ୍ତ ପାତ୍ର,ନାରାୟଣ ପ୍ରଧାନ, ଅନିଲ ଦାସ,ସ୍ୱରୂପ ନାୟକ ପ୍ରମୁଖ ବହୁ କବି ଓ କବୟତ୍ରୀ ଯୋଗଦେଇ କବିତା ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.