Home ଜିଲ୍ଲା ପରିକ୍ରମା ନନ ଫର୍ମାଲ ଶିକ୍ଷକ ମହାସଂଘର ଆନ୍ଦୋଳନ ଚେତାବନୀ, ପୁରୁଣା ପେନସନ ଦାବି

ନନ ଫର୍ମାଲ ଶିକ୍ଷକ ମହାସଂଘର ଆନ୍ଦୋଳନ ଚେତାବନୀ, ପୁରୁଣା ପେନସନ ଦାବି

26

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ୧୯୭୯-୮୦ ମସିହା ପୂର୍ବରୁ କୋମଳମତୀ ଶିଶୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେହି ବର୍ଷ ଠାରୁ ବିଦ୍ୟାଳୟ ନଥିବା ଗ୍ରାମରେ ନନ୍ ଫର୍ମାଲ ଶିକ୍ଷାକେନ୍ଦ୍ର ସ୍ଥାପନ କରି ରାଜ୍ୟ ସରକାର ପିଲାଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ। ରାଜ୍ୟ ସରକାର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ଏସମସ୍ତ ଶିକ୍ଷକ ନିଯୁକ୍ତି କରିଥିଲେ। ଏବେ ସେହି ନନଫର୍ମାଲ ଶିକ୍ଷକମାନେ ପର୍ଯ୍ୟାୟକ୍ରମେ ଇଜିଏସ, ଶିକ୍ଷା ସହାୟକ, ଗଣ ଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକ ଭାବେ ନିୟମିତ ହୋଇଛନ୍ତି। ଏହି ଶିକ୍ଷକମାନଙ୍କ ନିକଟରେ ୨୫ରୁ ୩୦ବର୍ଷର ଅଭିଜ୍ଞତା ରହିଛି। କିନ୍ତୁ ସରକାର ଏହି ବର୍ଗର ଶିକ୍ଷକମାନଙ୍କର ସମସ୍ୟାର ସମାଧାନ ନକରି ସେମାନଙ୍କୁ ମାନସିକ ଯନ୍ତ୍ରଣା ଦେଇ ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି। କେତେକ ଶିକ୍ଷକ ଶିକ୍ଷୟତ୍ରୀ ଅବସର ନେବାବେଳେ, କୌଣସି ପ୍ରାପ୍ୟ(ଏକ୍ସ କ୍ୟାଡର ଶିକ୍ଷକ)ମାନଙ୍କୁ ମିଳୁ ନାହିଁ। ସେମାନେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି। ସେହିପରି ଶିକ୍ଷା ସହାୟକରୁ ନିୟମିତ ହୋଇ ଅବସର ନେଉଥିବା ଶଇକ୍ଷକମାନେ ୭ଶହରୁ ଏକ ହଜାର ଟଙ୍କା ଭିତରେ ନୂତନ ପେନସନ ଯୋଜନାରେ ପାଉଛନ୍ତି। ଏହି ସ୍ୱଳ୍ପ ପେନସନରେ ପରିବାର ଚଳାଇବା କଷ୍ଟକର ହେଉଥିବାବେଳେ ରୋଗବ୍ୟାଧି ପାଇଁ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ସରକାର ସମସ୍ତ ନନଫର୍ମାଲ ଶିକ୍ଷକରୁ ନିୟମିତ ହୋଇଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସେମାନଙ୍କ ମୂଳ ନନ ଫର୍ମାଲ ଶିକ୍ଷା ବ୍ୟବସ୍ଥାକୁ ଗ୍ରହଣ କରି ପୁରୁଣା ପେନସନ ଦେବାକୁ ରାଜ୍ୟ ନନ ଫର୍ମାଲ ଶିକ୍ଷକ ମହାସଂଘର ସଂଯୋଜକ ପ୍ରକାଶ ଚନ୍ଦ୍ର ବେହେରା ଦୃଢ଼ ଦାବି କରିଛନ୍ତି। ଏହିବର୍ଗର ଶିକ୍ଷକମାନଙ୍କର ନ୍ୟାର୍ଯ୍ୟ ଦାବି ତୁରନ୍ତ ସମାଧାନ ନହେଲେ ଆଗାମୀ ଅଧିବେଶନ ସମୟରେ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.