Home କେନ୍ଦୁଝର ନନ୍ଦିପଦା ପୁଲିସକୁ ସଫଳତା, ବହୁ ପରିମାଣର ମନ୍ଦିରରୁ ଚୋରୀ ସାମଗ୍ରୀ ଉଦ୍ଧାର

ନନ୍ଦିପଦା ପୁଲିସକୁ ସଫଳତା, ବହୁ ପରିମାଣର ମନ୍ଦିରରୁ ଚୋରୀ ସାମଗ୍ରୀ ଉଦ୍ଧାର

29

ହାଟଡ଼ିହି, ୨୬ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ପୁଲିସକୁ ମିଳିଛି ବଡ ସଫଳତା । ଗତ ୩/୪ବର୍ଷ ହେଲା ବିଭିନ୍ନ ଦେବାଦେବୀ ମନ୍ଦିରରୁ ହେଉଥିବା ଚୋରୀ ସାମଗ୍ରୀକୁ ଉଦ୍ଧାର କରିବାରେ ସଫଳ ହୋଇଛି । ଆଜି ଏକ ବିଶେଷ ସୁତ୍ରରୁ ଖବରପାଇ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଗିରିଗାଁର ହିରୁ ଯେନାଙ୍କ ଘରେ ଚଢ଼ାଉ କରିବାପରେ ତାଙ୍କ ଘରୁ ଅନେକ ଦେବାଦେବୀ ମନ୍ଦିରରୁ ହୋଇଥିବା ଚୋରୀ ସାମଗ୍ରୀ ସବୁକୁ ଜବଦ କରିଛି । ହିରୁ ସମସ୍ତ ଚୋରୀ ସାମଗ୍ରୀକୁ ଏକ ନିଛାଟିଆ ଘରେ ମାଟିଖୋଳି ପୋତି ରଖିଥିଲା । ତା ମଧ୍ୟରେ ୨୦ରୁ ଉର୍ଦ୍ଧ ଘଣ୍ଟ, ଘଣ୍ଟି, ପିତଳ ଥାଳି, ସମେତ ଅନେକ ଠାକୁରଙ୍କ ସାମଗ୍ରୀ ଉଦ୍ଧାର କରାଯାଇଛି । ଏପରିକି ସେ ଚୋରରାଇ ଆଣିଥିବା ମାଟି ଦ୍ୱୀପ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀକୁ ପୋତି ରଖିଥିଲା । ସେ ହରି ଜଣେ ମାନସିକ ନ୍ୟୁନ ବ୍ୟକ୍ତି ହୋଇଥିବାବେଳେ ତା କଥା ଠାକୁର କିଛି ନ ବୁଝିବାରୁ ସେ ମନ୍ଦିର ଗୁଡିକରୁ ସମସ୍ତ ସାମଗ୍ରୀ ନେଇ ଆସୁଥିଲା ବୋଲି ପୁଲିସ ନିକଟରେ କହିଛି । ସେ କୌଣସି ସାମଗ୍ରୀ କାହାକୁ ଦେଇ ନାହିଁ କି ବିକ୍ରୀ କରିନଥିବା କହିଛି । ସେ ଠାକୁରଙ୍କ ଉପରେ ରାଗି ଏପରି କରୁଥିବା କହିଛି । ଏ ଖବର ପ୍ରଚାର ହେବାପରେ ଆଜି ନନ୍ଦିପଦା ଗାଁର ଲୋକମାନେ ଥାନାରେ ପହଞ୍ଚି ତାଙ୍କ ମନ୍ଦିରରୁ ହୋଇଥିବା ଚୋରୀ ସାମଗ୍ରୀକୁ ଥାନାରୁ ନେଇଥିବାବେଳେ ଚୋରୀହୋଇଥିବା ଅନ୍ୟ ମନ୍ଦିର କର୍ତ୍ତୁପକ୍ଷଙ୍କୁ ଖବର ଦିଆଯାଇଛି, ସେମାନେ ମଧ୍ୟ ଆସି ସେମାନଙ୍କ ସାମଗ୍ରୀ ଚିହ୍ନଟ କରିନେବାକୁ କୁହାଯାଇଥିବା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.