Home ଜିଲ୍ଲା ପରିକ୍ରମା ନଈ ଏପାରିରେ ଜୀବନ, ଆରପାରିରେ ଜୀବିକା, ଘର ଭଦ୍ରକ ଜିଲାରେ, ଜମି ଯାଜପୁର ଜିଲାରେ, ଶହଶହ...

ନଈ ଏପାରିରେ ଜୀବନ, ଆରପାରିରେ ଜୀବିକା, ଘର ଭଦ୍ରକ ଜିଲାରେ, ଜମି ଯାଜପୁର ଜିଲାରେ, ଶହଶହ ଚାଷୀଙ୍କୁ ମିଳୁନି ସରକାରୀ ସହାୟତା ବିହନ

41

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଈ ଏପାରିରେ ଜୀବନ ଆରପାରିରେ ଜୀବିକା , ଏପରି ପୁରୁଷ ପୁରୁଷ ଧରି ଭଦ୍ରକ ଜିଲା ଦୋହରାପାଟଣା ଗାଁର ଶହଶହ ଚାଷୀମାନେ ପଡୋଶୀ ଜିଲା ଯାଜପୁର ଜିଲାରେ ଥିବା କ୍ଷେତରେ ବାରମାସ ଫସଲ କରୁଥିଲେ ମଧ୍ୟ ଉଭୟ ଜିଲାରୁ ନା ପାଆନ୍ତି ସରକାରୀ ବିହନ ନା ପାଆନ୍ତି କ୍ଷତିହୋଇଥିବା ଫସଲର ସହାୟତା । ଚାଷ ପାରମ୍ଭରୁ ବିହନ ପାଇଁ ଉଭୟ ଜିଲାର ଅଧିକାରୀଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି ଶୁଣୁ ନଥିବା କହନ୍ତି ଦୋହରା ପାଟଣା ଗାଁର ଚାଷୀ ଜଗନ୍ନାଥ ମହାକୁଡ, ଗଙ୍ଗଧର ଦାସ ପ୍ରମୁଖ । ସବୁଠାରୁ ବଡକଥା ହେଲା ଜମି ଥିବା ଅଞ୍ଚଳ ବୈତରଣୀ ନଦୀର ଆରପାରିରେ ହୋଇଥିବାରୁ ପ୍ରତିଦିନ ସକାଳ ହେଲେ ଜୁଆରୀଆ ଭରାନଈରେ ଟଳମଳ ହୁଲି ଡଙ୍ଗାରେ ନିଜ ଜୀବନକୁ ବାଜି ଲଗାଇ ଯାଇଥାନ୍ତି ନିଜର କ୍ଷେତକୁ, ପୁଣି ସଂଧ୍ୟା ହେଲେ ଫେରନ୍ତି ଘରକୁ । ଯଦି ବର୍ଷା କିମ୍ବା ପବନ ହେଲା ତାହାଲେ ରାତି କଟେ ଚାଷଜମିରେ । ଏପରିକି ଏହି ଅଞ୍ଚଳର ଚାଷଜମି ତଳମାଳରେ ହୋଇଥିବାରୁ ପ୍ରତିବର୍ଷ ବୈତରଣୀ ନଦୀରେ ଆସୁଥିବା ନଈବଢିରେ ଫସଲ କେତେବେଳେ ସମ୍ପୁର୍ଣ୍ଣ ଧୋଇ ଯାଏ ତ ଆଉ କେତେବେଳେ ଅଳ୍ପକେ ବର୍ତ୍ତି ଯାଇଥାଏ । ଏପରିକି ବର୍ଷା ଅଭାବରୁ ମରୁଡି ମଧ୍ୟ ଦେଖାଦେଇଥାଏ । ହେଲେ ଚାଷୀମାନଙ୍କର ପରିବାର ପୋଷଣ ନିମନ୍ତେ ଅନ୍ୟକିଛି ରୋଜଗାର ନଥିବାରୁ ବଜାରରୁ ବିହନ କିଣି ପୁଣି ଲାଗି ପଡନ୍ତି ଚାଷ କାର୍ଯ୍ୟରେ । ଏପରି ସମସ୍ୟା ବାବଦରେ କୃଷି ବିଭାଗର ଭିଏଡବ୍ଲୁ ରଞ୍ଜିତା ପଣ୍ଡାଙ୍କୁ ପଚାରିବାରୁ ଦୋହରା ଅଞ୍ଚଳର ଚାଷୀମାନଙ୍କର ଜମି ଯାଜପୁର ଜିଲାରେ ଥିବାରୁ ବିହନ କିମ୍ବା କୈାଣସି ସହାୟତା ରାଶି ମିଳି ପାରିବ ନାହିଁ ବୋଲି ରୋକଠୋକ ଭାବେ ମନା କରିଥିଲେ । ହେଲେ ପୁରୁଷପୁରୁଷ ଧରି ଦୋହରାପାଟଣା ଗାଁର ଶହଶହ ଚାଷୀ ଭରାନଈ ଓ ହିଂସ୍ରକୁମ୍ଭୀରକୁ ଖାତିର ନକରି ନିଜର ଜୀବନଜୀବିକା ପାଇଁ ସଂର୍ଘଷ କରୁଥିଲ ପ୍ରଶାସନ କେବେ ତାଙ୍କ ଦୁଃଖ ବୁଝିବ ତାହା କେବଳ ଭଗବାନଙ୍କୁ ଜଣା ବୋଲି କହନ୍ତି ଗାଁର ପୁରୁଖା ଲୋକ ରକ୍ଷାକର ବାରିକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.