Home କେନ୍ଦ୍ରାପଡ଼ା ଧୂମାତ ଓ ଇନ୍ଦୁପୁର ପଞ୍ଚାୟତରୁ ୧୯୫ ସ୍ୱାବ ନମୁନା ସଂଗ୍ରହ

ଧୂମାତ ଓ ଇନ୍ଦୁପୁର ପଞ୍ଚାୟତରୁ ୧୯୫ ସ୍ୱାବ ନମୁନା ସଂଗ୍ରହ

65

କେନ୍ଦ୍ରାପଡ଼ା ୨୬/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ଓ ଇନ୍ଦୁପୁର ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଇନ୍ଦୁପୁର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଏକ ସ୍ୱାବ ନମୁନା ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଧୂମାତ ସରପଞ୍ଚ ନରହରି ପାଣି ଓ ଇନ୍ଦୁପୁର ସରପଞ୍ଚ ରୀନା ମଲ୍ଲିକଙ୍କ ତତ୍ତ୍ୱାବଧାନରେ ୧୯୫ ସ୍ୱାବ ନମୁନା ସଂଗ୍ରହ କରାଯାଇଛି। ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶ୍ରୀକାନ୍ତ ସ୍ୱାଇଁ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଏହି ଶିବିରରେ ସ୍ୱାବ ସଂଗ୍ରହ କରାଯାଇଥିଲା। ଏହି ଶିବିର ଅନୁଷ୍ଠିତ ହେବା ପାଇଁ ସରପଞ୍ଚ ନରହରି ପାଣି ଜିଲାପାଳ ସମର୍ଥ ବର୍ମାଙ୍କୁ ନିବେଦନ କରିଥିଲେ। ସରପଞ୍ଚ ଶ୍ରୀ ପାଣିଙ୍କ ଅନୁରୋଧ ରକ୍ଷାକରି ଜିଲାପାଳ ସ୍ୱାବ ନମୁନା ଶିବିର କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ ବୋଲି ଶ୍ରୀ ପାଣି ଏହି ଅବସରରେ ସୂଚନା ଦେଇଛନ୍ତି। ଏହି ଶିବିରରେ କୋଭିଡଃ ୧୯ର ସମସ୍ତ ପ୍ରକାର ନିୟମ ପାଳନ କରାଯାଇଥିଲା ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସ ମଲ୍ଲିକ ସୂଚନା ଦେଇଛନ୍ତି। ଜିଲାପାଳଙ୍କ ଏହି ସହଯୋଗ ପାଇଁ ସରପଞ୍ଚ ନରହରି ପାଣି ଓ ସରପଞ୍ଚ ରୀନା ମଲ୍ଲିକ ଜିଲାପାଳ ସମର୍ଥ ବର୍ମାଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.