Home ଜିଲ୍ଲା ପରିକ୍ରମା ଧାମରା ମହୋତ୍ସବର ଶେଷ ଦିନରେ ଝୁମିଲେ ଦର୍ଶକ, ଆଗାମୀ ଦିନରେ ପ୍ରଚାର ପ୍ରସାର ବ୍ୟାପକ ସହ...

ଧାମରା ମହୋତ୍ସବର ଶେଷ ଦିନରେ ଝୁମିଲେ ଦର୍ଶକ, ଆଗାମୀ ଦିନରେ ପ୍ରଚାର ପ୍ରସାର ବ୍ୟାପକ ସହ କେବଳ ରାଜ୍ୟରେ ନୁହେଁ ସାରା ଭାରତରେ ମହୋତ୍ସବକୁ ପ୍ରଥମ କରିବାର ଇଛା ପ୍ରକାଶ

14

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଚାଲିଥିବା ଧାମରା ମହୋତ୍ସବର ଶେଷ ଦିନରେ ସଂସ୍କୃତିକୁ ନେଇ ଏହି କଳା ବଂଚି ରହିବା ସହ ଆଗାମୀ ଦିନରେ ଧାମରା ମହୋତ୍ସବକୁ କେବଳ ରାଜ୍ୟରେ ନିହେଁ ସାରା ଭାବରତରେ ଏହାକୁ ପ୍ରଥମ କରିବା ସହ ଏହାର ପ୍ରଚାର ପ୍ରସାର କରିଲେ ଏହା ଧାମରା ଖ୍ୟାତିକୁ ବଢାଇ ବ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ । ଆଜି ସନ୍ଧ୍ୟାରେ ଲାଉଡି ରିସର୍ଚ ସେଂଟର ଏବଂ ମାଧାମରାଇ ମତ୍ସ୍ୟଜିବୀ ସଂଘ ତରଫରୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଧାମରା ମହୋତ୍ସବ ଶେଷ ଦିନ ଥିଲା । ଆଜି ମୁଖ୍ୟ ଅତିଥି ଭାବେ ଧାମରା ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା, ମୁଖ୍ୟବକ୍ତା ଭାବେ ସମାଜସେବୀ ନରହରି ମଲିକ, ଧାମରା ମଣ୍ଡଳ ଯୁବ ମୋର୍ଚା ସଭାପତି ତ୍ରିଦିବେଶ ପ୍ରଧାନ,ସମ୍ମାନୀତ ଅତିଥି ଭାବେ ଜାଗୁଳା ପଂଚାୟତର ସମିତି ସଭ୍ୟା ସଂଯୁକ୍ତା ଦାସ, ସ୍ୱର୍ଗତ କାଲା ଜେନାଙ୍କ ପୁତ୍ର ସତ୍ୟ ଶୋଭନ ଜେନା ପ୍ରମୁଖ ମଂଚାସୀନ ଥିଲେ । ମଂଚାସୀନ ସମସ୍ତ ବ୍ୟକ୍ତି ବିଶେଷ ନିଜ ନିଜର ବକ୍ତବ୍ୟରେ ଆଗାମୀ ଦିନରେ ଧାମରା ମହୋତ୍ସବ କୁ ବଂଚାଇ ରଖିବାକୁ ସମସ୍ତେ ବଦ୍ଧ ପରିକର ଏବଂ ଏହି କଳା ବଂଚିଲେ ଧାମରାର ନାଁ ଉଜ୍ୱିବୀତ ହୋଇ ରହି ପାରିବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ଆଜିର ଦର୍ଶକଙ୍କୁ ଓଡିଶୀ ନୃତ୍ୟ କଳାକାର ତଥା ଓଡିଶୀ ଗୁରୁ ସନାତନ ନାୟକ,ବିଜୟ କୁମାର ଏବଂ ଶଚିକାନ୍ତ ପ୍ରଧାନଙ୍କ ଦ୍ୱାରା ମନୋରଞ୍ଜନ କରାଯାଇଥିବା ବେଳେ ଗାନ୍ଧି ନାଟକ କୁ ତରଙ୍ଗ ଥିଏଟର ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଦୃଷ୍ଟି ଦିବ୍ୟାଙ୍ଗିନୀ ଦେହୁରୀ ଦିବ୍ୟାଙ୍ଗନା ହୋଇଥିବା ବେଳେ ତାଙ୍କ ଦ୍ୱାରା ଓଡିଶୀ ଏବଂ ସେମି କ୍ଲାସିକାଲ ନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ଶେଷରେ ବାହାନଗା ର କଳାକାର ଖୁଜରେଶ୍ୱର ଏବଂ ଗ୍ରୁପ ଦ୍ୱାରା ଫକ ଡ୍ୟାନ୍ସ ମଧ୍ୟ ପଦର୍ଶନ କରାଯାଇଥିଲା ।ଆଜି ଭଳି ଦିନରେ ଧାମରାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଧାମରା ପଂଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ କାଲା ଜେନାଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ତାଙ୍କର ପୁତ୍ର ସତ୍ୟ ଶୋଭନ ଜେନାଙ୍କୁ ସମ୍ବ ର୍ନ୍ଧିତ କରାଯାଇଥିଲା । ଶେଷରେ କାର୍ଯ୍ୟକ୍ରମର ପ୍ରାୟୋଜକ ତଥା ଦିବ୍ୟାଙ୍ଗ ଓଡିଶୀ ନୃତ୍ୟ ଗୁରୁ ନିତ୍ୟାନନ୍ଦ ଦାସ ନିଜ ବକ୍ତବ୍ୟରେ ସେ କିପରି ଦୀର୍ଘ ୨ବର୍ଷ ହେବ ଏହି କାର୍ଯ୍ୟକ୍ରମ ସୁଚାରୂ ରୂପେ ଚଳାଇ ଆସୁଥିବା ବେଳେ ସେ ଦିବ୍ୟାଙ୍ଗ ହୋଇ ମଧ୍ୟ କୌଣସି ସମୟରେ ପଛକୁ ଫେରି ଚାହିଁ ନାହାନ୍ତି ଏବଂ ସବୁ ସମୟରେ ନିଜର ଦୃଷ୍ଟି ସ୍ଥିର ରଖିଲେ ଆମେ ଦିନେନା ଦିନେ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବା ବୋଲି ମତ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ର ସୁଦୂର ପ୍ରଚାର ଏବଂ ପ୍ରସାର କରିବାକୁ ଧାମରା ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା ସମସ୍ତଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.