ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଧାମରା ପଂଚାୟତରେ ଥିବା ଧାମରାଇ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଏହି ବିଦ୍ୟାଳୟ ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ଉଦଘାଟନ ହେବ ବୋଲି ଜଣାଯାଇଛି । ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାନ୍ଦବାଲି ବ୍ଲକରେ ଏହି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚାନ୍ଦବାଲି ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ପଲେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଚାନ୍ଦବାଲି ବ୍ଲକ ଅଧକ୍ଷ୍ୟାଙ୍କ ନିଜ ପଂଚାୟତରେ ଏହି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ଶ୍ରେଣୀ ଗୃହ, ଇ ଲାଇବ୍ରେରୀ, ବିଜ୍ଞାନ ଲାବୋରେଟରୀ, ଶୌଚାଳୟ, ପାଚେରୀ ,ଲ୍ୟାଣ୍ଡସ୍କେପିଂ,ପାଦଚଲା ରାସ୍ତା ସହ ବିଦ୍ୟାଳୟ ଆଗରେ ସେଲଫି ପଏଂଟ ମଧ୍ୟ ନିର୍ମାଣ ସରିଛି । ଏହି ସମସ୍ତ କାର୍ଯ୍ୟକୁ ପଂଚାୟତର ସରପଂଚ ପ୍ରିୟରଞ୍ଜନ ଜେନା ଏବଂ ଚେୟାରମେନଙ୍କ ପ୍ରତିନିଧି ରଞ୍ଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟ ସଂପୂର୍ଣ୍ଣ କରିଥିବା ଜଣାଯାଇଛି । ମୋ ସ୍କୁଲ ଯୋଜନାରେ ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ୧୫ଲକ୍ଷ ଟଙ୍କା କେବଳ ଏହି ସମସ୍ତ କାଯ୍ୟର ମରାମତି ପାଇଁ ବ୍ୟାଙ୍କରେ ଏହି ଅର୍ଥ ଗଚ୍ଛିତ ଥିବା ଜଣାଯାଇଛି । ଖୁବ କମ୍ ସମୟ ମଧ୍ୟରେ ଏହି କାର୍ଯ୍ୟ ସାରି ଚାନ୍ଦବାଲି ବ୍ଲକ ତଥା ଭଦ୍ରକ ଜିଲ୍ଲାରେ ଧାମରାଇ ବିଦ୍ୟାଳୟ ସମସ୍ତ ଦୃଷ୍ଟି କୋଣରୁ ପ୍ରଥମ ସ୍ଥାନ ଗ୍ରହଣ କରିବ ବୋଲି ବିଧାୟକ ମତ ପୋଷଣ କରିଥିବା ବେଳେ ଏହାର ଶ୍ରେୟ ଅଂଚଳବାସୀଙ୍କୁ ଦିଆଯିବା ଜରୁରୀ ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଏହି ବିଦ୍ୟାଳୟରେ ‘ାଙ୍କା ପଡିଥିବା ସମସ୍ତ ଟିଜିଟି ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଖୁବ ଶୀଘ୍ର ନିଯୁକ୍ତି ଦିଆଯାଇ ଏହି ବିଦ୍ୟାଳୟରେ ଶିକ୍ଷାର ମାନଦଣ୍ଡ ବଜାୟ ରଖାଯିବ ।ଏଥିପାଇଁ ଧାମରା ସରପଂଚ ,ଚାନ୍ଦବାଲି ବ୍ଲକ ଚେୟାରମେନଙ୍କ ପ୍ରତିନିଧି ଏବଂ ବିଧାୟକ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।