Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ପରିସରରୁ ଅଜଣା ଯୁବକର ଶବ ଉଦ୍ଧାର

ଧାମରା ବନ୍ଦର ପରିସରରୁ ଅଜଣା ଯୁବକର ଶବ ଉଦ୍ଧାର

106

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଆଦାନୀ ବନ୍ଦର ସନିକଟ ଚନ୍ଦନୀପାଳ ଠାରେ ଥିବା ବୈତରଣୀ ନଦୀରେ ଏକ ଅଜଣା ଯୁବକର ଶବ ଧାମରା ସାମୁଦ୍ରିକ ଥାନା ଦ୍ୱାରା ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ଆଦାନୀ ବନ୍ଦର ନିକଟସ୍ଥ ବୈତରଣୀ ନଦୀରେ ଏକ ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଧାମରା ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ଖବରପାଇ ଆଜି ଧାମରା ସାମୁଦକ୍ରି ଥାନାଧିକାରୀ ତୁଶୀଲ କୁମାର ମାଝି ଯାଇ ଏହି ଶବକୁ ଉଦ୍ଧାର କରିବା ପରେ ଶବ ବ୍ୟବଛେଦ ପାଇଁ ଭଦ୍ରକ ପଠାଇଛନ୍ତି । ଏହି ଶବର ଉଦ୍ଧାର ସମୟରେ ଶବର ଦୁଇ ଗୋଡ ଏବଂ ହାତ ବନ୍ଧା ହୋଇଥିବା ବେଳେ ଶବର ଶରୀରରେ ବିଭିନ୍ନ ସ୍ଥାନରେ ବହୁ କ୍ଷତ ସୃଷ୍ଟି ହୋଇଥିବା ଥାନାଧିକାରୀଙ୍କ ନିକଟରୁ ପ୍ରକାଶ । ଉକ୍ତ ଯୁବକ ବୟସ ଆନୁମାନିକ ୨୫ ହୋଇଥିବା ବେଳେ ଏହି ମୃତ ଯୁବକର କୌଣସି ପତା ମିଳି ନାହିଁ ,ସ୍ଥାନୀୟ ଲୋକେ ଏହି ଯୁବକ ଜଣକ ବନ୍ଦର ମଧ୍ୟରେ କାର୍ଯ୍ୟ କରୁଥାଇ ପାରନ୍ତି ବୋଲି ସାଧାରଣରେ ଚର୍ଚା ଚାଲିଥିବା ବେଳେ ପ୍ରକୃତରେ ସେ କେଉଁ ରାଜ୍ୟର ଯୁବକ ତାହାର ପତା କିଛି ମିଳି ନାହିଁ ବୋଲି ଜଣା ଯାଇଛି ।ଏ ନେଇ ଧାମରା ସାମୁଦ୍ରିକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.