Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର କର୍ମଚାରୀ ସଂଘ ଏବଂ ଏଲଏନଜି ଟର୍ମିନାଲ ମଜଦୁର ସଂଘର ଗଣଧାରଣା ଡାକରା

ଧାମରା ବନ୍ଦର କର୍ମଚାରୀ ସଂଘ ଏବଂ ଏଲଏନଜି ଟର୍ମିନାଲ ମଜଦୁର ସଂଘର ଗଣଧାରଣା ଡାକରା

30

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର କର୍ମଚାରୀ ସଂଘ ଏବଂ ଏଲଏନଜି ଟର୍ମିନାଲ ମଜଦୁର ସଂଘ ଆସନ୍ତା ୨୧ତାରିଖ ରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅର୍ନଦ୍ଦିଷ୍ଟ କାଳ ପାଇଁ ଗଣଧାରଣ ଦେବେ ବୋଲି ଆଜି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ୨୦୦୮ ମସିହାରୁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଧାମରା ବନ୍ଦର ଗଢି ଉଠିଥିଲା । ଆଜି ସମଗ୍ର ଏସିଆ ମହାଦେଶରେ ଏହା ଦ୍ୱିତୀୟ ବୃହତମ ବନ୍ଦର ଭାବରେ ଖ୍ୟାତ କିନ୍ତ ଏହି ବନ୍ଦର ପାଇଁ ସ୍ଥାନୀୟ ବାସିନ୍ଦା ନିଜର ଶ୍ରମ ଏବଂ ତ୍ୟାଗ ବଳି ପକାଇଥିବା ବେଳେ ଦୀର୍ଘ ୧୨ବର୍ଷ ହେବ ଧାମରା ବନ୍ଦର ସ୍ଥାନୀୟ ଜନତାଙ୍କୁ କେବଳ ଶୋଷଣ କରି ଚାଲିଛି ଏହାର ଫଳସ୍ୱରୂପ ଜମିଜାଗା ହରାଇଥିବା ,ବିସ୍ଥାପିତ ହୋଇଥିବା ଜନସାଧାରଣ ଙ୍କ ନାମରେ ଆଜି ଭଳି ଦିନରେ ଶତାଧିକ ପୁଲିସ କେସ ହୋଇ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଏହା ଫଳରେ ବହୁ ସ୍ଥାନୀୟ ବାସିନ୍ଦା ନିଜର ଜମି ବନ୍ଧା ପକାଇ ମଧ୍ୟ ଆଜି ଭଳି ଦିନରେ କୌଣସି କେସରୁ ମୁକୁଳି ପାରୁ ନାହାନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ଜନସାଧାରଣଙ୍କୁ ଉପେକ୍ଷା କରି ବାହର ରାଜ୍ୟର ଶ୍ରମିକ ମାନଙ୍କୁ ଗୋତି ଖଟାଯାଉଛି । ସ୍ଥାନୀୟ ଲୋକ ମାନଙ୍କୁ କେବଳ ଦିନ ମଜୁରିଆ ଭାବରେ ମଧ୍ୟ ନିଯୁକ୍ତି ଦିଆଯାଉଥିଲେ ମଧ୍ୟ ସେମାନଙ୍କୁ ଷ୍ଟାଣ୍ଡିଙ୍ଗ ଅର୍ଡର ଦିଆଯାଉ ନଥିବା ବେଳେ ନିଯୁକ୍ତି ପତ୍ର ମଧ୍ୟ ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି । ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ଅବହେଳା ଓ କାଳକ୍ଷେପଣ ନୀତି ପାଇଁ ଶ୍ରମିକ ମାନଙ୍କୁ ମେଡିକାଲ ର ସୁବିଧା ମିଳି ପାରୁ ନାହିଁ ଏବଂ ଏହା ମଧ୍ୟ ଇଏସଆଇ ପରିସରଭୁକ୍ତ ହୋଇ ପାରୁ ନାହିଁ । ବୋନସ କ୍ଷେତ୍ରରେ ବନ୍ଦର କର୍ତ୍ତୃପକ୍ଷ ସରକାରୀ ଆଇନକୁ ବେଖାତିର କରି ନିଯୁକ୍ତି ରବ୍ଦ କରିବାର ଡର ଦେଖାଇ ଶ୍ରମିକ ମାନଙ୍କ ମୁହଁ ବନ୍ଦ କରି ଲାଭାଂଶରେ ନିଜର କଳେବର ବୃଦ୍ଧି କରି ଚାଲିଛି ।

ସରକାରୀ ନିୟମକୁ ବେଖାତିର କରି କଳେବର ବୃଦ୍ଧି ନାମରେ ଜଙ୍ଗଲଜମି, ଶୁଖୁଆଖଳା, ଅନାବାଦୀ ,ଗୋଚର ଏବଂ ଶ୍ମଶାନ ଜମିକୁ ନିଜ ଅକ୍ତିଆରକୁ ନେଇ ରାବଣରାଜ ଚଳାଉଛି । ଅନ୍ୟ ପକ୍ଷରେ ବହୁବାର ସ୍ଥାନୀୟ ଜନସାଧାରଣ ଶ୍ମଶାନ ଦାବୀରେ ନିଜର ପ୍ରିୟଜନଙ୍କ ଶବକୁ ନେଇ ବନ୍ଦର ଆଗରେ ଧାରଣାରେ ବସିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହେଉନାହିଁ ବୋଲି ମଧ୍ୟ ଜଣାଯାଇଛି । ପାରିପାଶ୍ୱିର୍କ ଅଂଚଳର ବିକାଶ ନାମରେ ବିନାଶ କରି ଚାଲିଥିବା ବନ୍ଦର କମ୍ପାନୀ ସ୍ଥାନୀୟ ଜନପ୍ରତିନିଧିଙ୍କୁ ମାସିକିଆ ଚାନ୍ଦା ଦେଇ ଏବଂ ଝୋଟିପକା, ପୁଚିଖେଳ,କବାଡି ଓ ଭଲିବଲ ଖେଳ କରି ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ କାର୍ଯ୍ୟ କରି ଚାଲିଛି ବୋଲି ଡିଣ୍ଡିମ ପିଟି ଚାଲିଛି । ଧାମରା ଲୁଣା ଅଂଚଳରେ ବନ୍ଦର କର୍ତ୍ତୃପକ୍ଷ ବହୁ ଗଭୀର ନଳକୂପ ବସାଇ ଏହି ମଧୁର ଜଳକୁ ଜାହାଜ ସଫା କାର୍ଯ୍ୟରେ ବ୍ୟବହୃତ କରୁଛି । ନିଯୁକ୍ତି କ୍ଷେତ୍ରରେ ଏଲଏନଜି ଟର୍ମିନାଲ ରେ ସ୍ଥାନୀୟ ଅଂଚଳର ଲୋକଙ୍କୁ ନିଯୁକ୍ତି ପରିବର୍ତେ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରି ସର୍ବନିମ୍ନ ମଜୁରୀ ,ସାଲାରୀ ସ୍ଲିପ ,ନିଯୁକ୍ତିପତ୍ର ପ୍ରଦାନ ,ପିଏଫ ପରିସର ଭୁକ୍ତ ଆଦି ବିଭିନ୍ନ ସମସ୍ୟା ନେଇ ଚଳିତ ଡିସେମ୍ବର ୨୧ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନିର୍ଦିଷ୍ଟ କାଳ ପାଇଁ ଭାରତୀୟ ମଜଦୁର ସଂଘ ତରପରୁ ଗଣଧାରଣା ଡାକରା ଦିଆଯିବ ବୋଲି ଏକ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.