Home ଜିଲ୍ଲା ପରିକ୍ରମା ଧାମରା ବନ୍ଦରରେ ସ୍ଥାନୀୟ ନିଯୁକ୍ତି ଦାବିରେ ଦାବିପତ୍ର

ଧାମରା ବନ୍ଦରରେ ସ୍ଥାନୀୟ ନିଯୁକ୍ତି ଦାବିରେ ଦାବିପତ୍ର

56

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାର ଧାମରାଠାରେ ପ୍ରତିଷ୍ଠିତ ଗ୍ରୁପ୍ ଅଫ୍ ଆଦାନୀ ଦ୍ୱାରା ପରିଚାଳିତ ଧାମରା ବନ୍ଦରରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, କମ୍ପାନୀ ପକ୍ଷରୁ ଜିଲ୍ଳା ସଦର ମହକୁମାର ସୌନ୍ଦର୍ଯ୍ୟ କରଣ, ଧାମରା ବନ୍ଦରକୁ ଭଦ୍ରକରୁ ଯାଇଥିବା ରେଳ ଲାଇନ୍‌ର ଉଭୟ ପାଶ୍ୱର୍ରେ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରାଯିବା, ଭଦ୍ରକ ଜିଲ୍ଳାରେ ପର୍ଯ୍ୟାପ୍ତ ବୃକ୍ଷରୋପଣ କରାଯିବା ସହିତ ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷଣମୁକ୍ତ କରିବାରେ ପଦକ୍ଷେପ ଗ୍ରହଣ କରିବା, ଟ୍ରେନ ଯୋଗେ ପରିବହନ ହେଉଥିବା କୋଇଲାକୁ ଢାଙ୍କି ପରିବହନ କରିବା, ସ୍ଥାନୀୟ ଅଞ୍ଚଳର ବିକାଶ, ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଥିବା ମେଡ଼ିକାଲକୁ ଆମ୍ବୁଲାନ୍‌ସ ଯୋଗାଣ କରାଯିବା ଭଳି ଦାବି ନେଇ ଭଦ୍ରକ ଜିଲ୍ଳା ଯୁବ କଂଗ୍ରେସ ପକ୍ଷରୁ ସଂଗଠନର ସଭାପତି ହେମନ୍ତ ମହାପାତ୍ର, ପିସିସି ସମ୍ପାଦକ ମନୋଜ ବିଶ୍ୱାଳ, ଯୁବନେତା ସତ୍ୟ ପୁହାଣ, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଆଶିଷ କୁମାର ମହନ୍ତ, ଭଣ୍ଡାରିପୋଖରୀ ବ୍ଳକ ଯୁବ କଂଗ୍ରେସ ସଭାପତି ସାଦ୍ ସିଦ୍ଦିକ୍ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏପରିକି ଦାବି ପୂରଣ ନହେଲେ ଆନ୍ଦୋଳନ ହେବ ବୋଲି ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.