Home ଜିଲ୍ଲା ପରିକ୍ରମା ଧାମରା ପଂଚାୟତରେ ପଂଚାୟତି ରାଜ ମଧ୍ୟରେ ହୀନ ରାଜନୀତି, ଲୋକଙ୍କୁ ଦେଖାଇ ଖୋଲି ନେଲେ ଲାଇଟ...

ଧାମରା ପଂଚାୟତରେ ପଂଚାୟତି ରାଜ ମଧ୍ୟରେ ହୀନ ରାଜନୀତି, ଲୋକଙ୍କୁ ଦେଖାଇ ଖୋଲି ନେଲେ ଲାଇଟ ପୋଷ୍ଟ

59

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ପଂଚାୟତ ଏବେବି ଅବହେଳିତ ଯେଉଁଠାରେ ସାଧାରଣ ଜନତା ବଳି ପଡୁଥିବା ବେଳେ ହୀନ ଚକ୍ରାନ୍ତର ଶିକାର ହେଉଛନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଧାମରା ପଂଚାୟତ ଅର୍ନ୍ତଗତ ଗୁଆଁଳ ଗ୍ରାମରେ। ଏହି ଗ୍ରାମରେ ୧୩ନଂ ଓାର୍ଡରେ ୫୦ ହରିଜନ ପରିବାର ବସବାସ କରନ୍ତି। ଏହି ଓାର୍ଡରେ ୧୦ଟି ବତିଖୁଂଟରେ ୨୦୧୮-୧୯ ଆର୍ଥିକ ବର୍ଷରେ ପଂଚାୟତିରାଜ ତରଫରୁ ଉଜ୍ୱଳ ଆଲୋକୀକରଣର ବ୍ୟବସ୍ଥା କରାଯାଇଥିଲା। ଏହି ଆଲୋକୀକରଣ ବ୍ୟବସ୍ଥାର ସୁଫଳ ମିଳିବା ପୂର୍ବରୁ ନେସ୍କୋ ବିଭାଗରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ଲାଇନମ୍ୟାନ ଚିନ୍ତାମଣି ନାୟକ ଏହି ସମସ୍ତ ଲାଇଟ ଗୁଡିକ ଖୋଲି ନେଇଥିଲେ। କେଉଁ କାରଣରୁ ସଂପୃକ୍ତ ଲାଇନମ୍ୟାନ ଏହି ଲାଇଟ ଖୋଲୁଛନ୍ତି ବୋଲି ପଚାରିବାରୁ ଏହି ପଂଚାୟତରୁ ଗତ ପଂଚାୟତ ନିର୍ବାଚନରେ ନିର୍ବାଚିତ ହୋଇ ଯାଇଥିବା ପଂଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧିଙ୍କ ଇଙ୍ଗିତରେ ଏହା ଖୋଲାଯାଉଛି ବୋଲି ସଂପୃକ୍ତ ଲାଇନ ମ୍ୟାନ ଓାର୍ଡ ଲୋକଙ୍କୁ କହି ସମସ୍ତ ଲାଇଟ ଖୋଲି ନେଇଥିଲେ। ସଂପୃକ୍ତ ଲାଇନମ୍ୟାନ ବିରୁଦ୍ଧରେ ୧୩ନଂ ଓାର୍ଡର ସମସ୍ତ ବ୍ୟକ୍ତି ବିଶେଷ ଏହି ଲାଇଟ ପୋଷ୍ଟ ଖୋଲି ନେଇଥିବା କଥା ଧାମରା ଠାରେ ଥିବା ଟାଟା ପାଓାର (ନେସ୍କା)ର କନିଷ୍ଠ ପରିଚାଳକ ଙ୍କୁ ଲିଖିତ ଭାବରେ ଜଣାଇଥିଲେ। ଇତି ମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଟାଟା ପାଓାର(ନେସ୍କୋ)କର୍ତୁପକ୍ଷ ସବୁ ଜାଣିଶୁଣି ନୀରବ ରହିଥିବା ବେଳେ କେଉଁ ପରିସ୍ଥିତିରେ ସଂପୃକ୍ତ ଲାଇନମ୍ୟାନ ବିରୁଦ୍ଧରେ କିଛି ପଦକ୍ଷେପ ନେଉ ନାହାନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମସ୍ତ ଲାଇଟ ଗୁଡିକର ପତା କିଛି ନଥିବା ବେଳେ ଏହାକୁ ସଂପୃକ୍ତ ଲାଇନମ୍ୟାନ ଖୋଲି ବିକ୍ରି କରି ଦେଇଛନ୍ତି ଅଥବା ପଂଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧିଙ୍କ ଇଙ୍ଗିତରେ ଏହା ଖୋଲାଯାଇଛି ତାହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ସଂପୃକ୍ତ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏ ବିଷୟରେ ଧାମରା ଠାରେ ଥିବା ଟାଟା ପାଓାର(ନେସ୍କୋ) କନିଷ୍ଠ ପରିଚାଳକଙ୍କୁ ପଚାରିବାରୁ ସେ ଏହି ଘଟଣାର ସତ୍ୟାସତ୍ୟ ଅଛି ବୋଲି କହିବା ସହ ତାଙ୍କ ପାଖରେ ଏହି ଘଟଣାର ଲିଖିତ ଅଭିଯୋଗ ପହଂଚିଛି, ସେ ଉଚ୍ଚ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ପଦକ୍ଷେପ ନେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.