Home ଜିଲ୍ଲା ପରିକ୍ରମା ଧାମରା ଥାନାରେ ହିତାଧିକାରୀଙ୍କ ଏତଲା : ୪୯ ମାସର ରାସନ ହଡପ

ଧାମରା ଥାନାରେ ହିତାଧିକାରୀଙ୍କ ଏତଲା : ୪୯ ମାସର ରାସନ ହଡପ

71

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳର ଦୋସିଙ୍ଗା ପଂଚାୟତ ସବୁବେଳେ ଚର୍ଚ୍ଚାରେ ରହୁଛି । ୩ ମାସ ଆଗରୁ ରାସନ୍ ସାଙ୍ଗରେ ଲୁଣ ପ୍ୟାକେଟ୍ ଦେଇ ଚର୍ଚ୍ଚାରେ ଥିବା ଏହି ପଂଚାୟତର ଡିଲରମାନେ ଏବେ ୪୯ ମାସର ରାସନ୍ ସାମଗ୍ରୀ ନଦେଇ ଚର୍ଚ୍ଚାକୁ ଆସିଛନ୍ତି । ଜଣେ ଖାଉଟିଙ୍କ ୪୯ ମାସର ରାସନ୍ ସାମଗ୍ରୀ ହଡପ କରି ଚର୍ଚ୍ଚାକୁ ଆସିଥିବା ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତ ଜୟ ଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀ ପୁଣି ଖାଉଟିଙ୍କ ରାସନ୍ ସାମଗ୍ରୀ ବାଟମାରଣା କରିଛନ୍ତି ବୋଲି ଜିଲାପାଳ, ଉପଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ଚାନ୍ଦବାଲି ବିଡିଓ ଏବଂ ଚାନ୍ଦବାଲି ଏମଆଇଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ଦୋସିଙ୍ଗା ପଂଚାୟତ ଅମରନଗର ଗ୍ରାମର ଖାଉଟି ଯଶୋଦା ବେହେରା (କାର୍ଡ ନଂ ୦୪୦୫୧୧୧-୩୧୮୭), ସମିପାଟିଆ ଗ୍ରାମର ଭାଗ୍ୟଶ୍ରୀ ଦାସ (୩୩୫୨), ଦୋସିଙ୍ଗା ଗ୍ରାମର କଳ୍ପନା ସାନ୍ତରା (୩୧୮୪), ଆରତୀ ସାନ୍ତରା (୩୧୮୬) ପ୍ରଦ୍ୟୁତନଗର ଗ୍ରାମର ସୁଷମା ପଣ୍ଡା (୩୨୮୪) ଡିସେମ୍ବର ୨୦୧୯ ରେ ଉପଭୋକ୍ତା ଭାବେ ସରକାରଙ୍କ ସ୍ୱୀକୃତି ପାଇଥିବା ବେଳେ ସେମାନଙ୍କୁ ଆଜିପର୍ଯ୍ୟନ୍ତ (୭ମାସ) ଖାଉଟି ସାମଗ୍ରୀ ମିଳିଥିବା ଜଣାଯାଇଛି । ଏହି ଖାଉଟିମାନେ ଚାନ୍ଦବାଲି ଏମଆଇଙ୍କ ପାଖରେ ଅଭିଯୋଗ କରିବା ପରେ ସେମାନଙ୍କ ରାସନ୍ ସାମଗ୍ରୀ ଡିଲର ଉଠାଉଥିବା ଏମଆଇ ଉମେଶ ନାୟକ ସୂଚନା ଦେଇଥିଲେ । ସେହିପରି ପ୍ରଦ୍ୟୁତନଗର ଗ୍ରାମର ବିଷ୍ଣୁପ୍ରିୟା ମାଇତି (୩୩୪୧), ଦୋସିଙ୍ଗା ଗ୍ରାମର ଶକୁନ୍ତଳା ଘଡେଇ (୩୩୦୮), କଳ୍ପନାରାଣୀ ଦେବର୍ଶମା (୧୭୨୮) ଡିସେମ୍ବର ୨୦୧୯ ମସିହା ଠାରୁ ମାତ୍ର ୨ ମାସର ରାସନ୍ ସାମଗ୍ରୀ ପାଇଥିବାବେଳେ ସେମାନଙ୍କ ନାମ ଖାତାରୁ କଟିଯାଇଛି ବୋଲି ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକା ସେମାନଙ୍କୁ କହି ଆଉ ଅବଶିଷ୍ଟ ରାସନ୍ ସାମଗ୍ରୀ ହଡପ କରିଥିବା ଏମ୍‌ଆଇଙ୍କ ପାଖରୁ ଜଣାଯାଇଛି ।

 

 

ଅନ୍ୟପକ୍ଷରେ ଦୋସିଙ୍ଗା ଗ୍ରାମର ମଂଜୁଲତା ଦଳେଇ (୧୬୪୮) ୨୦୧୫ ମସିହାରୁ ରାସନ୍ ସାମଗ୍ରୀ ପାଇ ଆସୁଥିବାବେଳେ ଏପ୍ରିଲ ୨୦୧୮ ମସିହା ଠାରୁ ଅଦ୍ୟାବଧି ରାସନ୍ ସାମଗ୍ରୀ ପାଉନାହାଁନ୍ତି । ଏ ବାବଦରେ ଅନୁସନ୍ଧାନରୁ ଜଣାଯାଇଛି ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକା ମଂଜୁଲତାଙ୍କ ନାମରେ ଦୀର୍ଘ ୨୬ ମାସ ଧରି ରାସନ୍ ସାମଗ୍ରୀ ହଡପ କରିଛନ୍ତି । ସେହିପରି ରବିନ୍ଦ୍ରନଗର ଗ୍ରାମର ସ୍ୱର୍ଗତଃ କାନ୍ତାୟନୀ ପରିଡା, ସ୍ୱା- ୰ ରାମକୃଷ୍ଣ ପରିଡା, ୰ ସହଦେବା ସାହୁ, ସ୍ୱା- ଅନନ୍ତ ସାହୁ ୪ ବର୍ଷ ହେବ ମୃତ୍ୟୁବରଣ କରିଥିଲେ ମଧ୍ୟ ୨୦୨୦ ମସିହା ମଇ ମାସ ପର୍ଯ୍ୟନ୍ତ ସେମାନଙ୍କ ରାସନ୍ ଉଠାଯାଉଛି । ତାହା ତଦନ୍ତ ସାପେକ୍ଷ ବୋଲି ଦୋସିଙ୍ଗା ପଂଚାୟତବାସୀ ଅଭିଯୋଗ କରିଛନ୍ତି । ଦୋସିଙ୍ଗା ପଂଚାୟତ ୧୧ଟି ରାସନ୍ କାର୍ଡରେ ହଜାର ହଜାର କ୍ୱିଣ୍ଟାଲ ରାସନ୍ ସାମଗ୍ରୀ ଜୟ ଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀ ହଡପ କରିଥିବାବେଳେ ଏହି ସ୍ୱୟଂ ସହାୟିକା ଗୋଷ୍ଠୀକୁ ତୁରନ୍ତ ଦରଖାସ୍ତ କରିବା ସହ ସଂପୃକ୍ତ ସଂପାଦିକାଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ସଂପୃକ୍ତ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏହି ସମସ୍ତ ଅଭିଯୋଗ ଜିଲା ଯୋଗାଣ ଅଧିକାରୀଙ୍କ ପାଖରେ ହୋଇଥିବାବେଳେ ସେ ଏହାର ତଦନ୍ତ ଦାୟିତ୍ୱ ଚାନ୍ଦବାଲି ଏମଆଇଙ୍କୁ ଦେଇଛନ୍ତି । ତଦନ୍ତ ରିପୋର୍ଟ ପରେ ଯାହାକିଛି ହେବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଧାମରା ଥାନାରେ ହିତାଧିକାରୀମାନେ ୬ଟି ଏତଲା ଦାଖଲ କରିଛନ୍ତି ସଂପୃକ୍ତ ଡିଲରଙ୍କ ନାମରେ । ଧାମରା ଥାନା ଅଧିକାରୀ କହିଛନ୍ତି ରିପୋର୍ଟ ଅନୁଯାୟୀ ତଦନ୍ତ କରୁଛୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.