Home ଜିଲ୍ଲା ପରିକ୍ରମା ଧାମରା-ଚାନ୍ଦବାଲି ରେ ଉତ୍କଳୀୟ ନୌବାଣଜ୍ୟର ପରମ୍ପରା ଏବେବି ଉଜ୍ଜୀବିତ

ଧାମରା-ଚାନ୍ଦବାଲି ରେ ଉତ୍କଳୀୟ ନୌବାଣଜ୍ୟର ପରମ୍ପରା ଏବେବି ଉଜ୍ଜୀବିତ

49

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ନୌବାଣିଜ୍ୟ ଆଜିର ଓଡିଶା ବାସୀଙ୍କ ପାଇଁ କିମ୍ବଦନ୍ତୀ ସାଜିଥିବା ବେଳେ ଉତ୍କଳୀୟ ସଂସ୍କୃତିରୁ କର୍ପୂର ଉଡିଯାଇ କପଡା ପଡିରହିଥିବା ବେଳେ ସେହି ପୂର୍ବ ସଂସ୍କୃତିକୁ ମନେ ପକାଇ ଉଜ୍ଜୀବିତ କରିବା ପାଇଂ ଏକ ପ୍ରୟାସ କରିଛି ଧାମରା- ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ତାର ରାଜ୍ୟ ସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ କରିଛି । ଆଜିର ଏହ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପରିପ୍ରେକ୍ଷୀରେ ପ୍ରଥମ ପଦକ୍ଷେପ ସ୍ୱରୂପ ଚାନ୍ଦବାଲିରୁୁ ୭ ସାଧବ ଆସି ଧାମରା ଠାରେ ପହଂଚିବା ପରେ ଧାମରାଇ ମନ୍ଦିର ନିକଟରେ ବୋଇତ ବନ୍ଦାଣ କମିଟ ଏବଂ ଧାମରାର ୭ ସାଧବାଣୀ ଙ୍କ ତରଫରୁ ଏକ ଭବ୍ୟ ସମ୍ଭର୍ନ୍ଧନା ମଧ୍ୟରେ ବିଶାଳ ଶୋଭାଯାତ୍ରାରେ ସେମାନଙ୍କୁ ଗ୍ରହଣ କରି ଗଙ୍ଗା ମାତ ନିକଟସ୍ଥ ପଡିଆର ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା । ଆଜିର ଏହି ସଭା କାର୍ଯ୍ୟରେ ବଳଭଦ ଲେଙ୍କା ସଭାପତିତ୍ୱ କରିଥିଲୋ ପରେ ପରେ ଅତିଥି ପରିଚୟ ଦେଇଥିଲେ ସମାଜସେବୀ ରଞ୍ଜନ ସାହୁ ।

ଆଜିର ଏହି ସଭାରେ ଯୋଗଦେଇଥିବା ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ,ନିଜର ବକ୍ତବ୍ୟରେ ଧାମରା ବନ୍ଦର ଏହି ସମସ୍ତ ଲୋକ ହିତକର ତଥା ଓଡିଆସଂସ୍କତିକୁ ଉଜ୍ଜୀବିତ କରିବା ପାଇଁ ହୋଇଥିବା ପ୍ରୟାଶକୁ ସାହାଯ୍ୟ ଏବଂ ସହଯୋଗ କରିବା ନହାତି ଆବଶ୍ୟକ ହୋଇ ପଡିଛି ମତ ରଖିଥିଲେ ଏବଂ ଧାମରା ବନ୍ଦର କର୍ତୁପକ୍ଷ ଦକ୍ଷତା ବିକାଶ ପାଇଁ ସ୍ଥାନୀୟ ଅଂଚଳର ଯୁବକ ଏବଂ ଯୁବତୀ ମାନଙ୍କୁ ନେଇ ଏକ କର୍ମଶାଳ କରିବା ନିହାତି ଅପରିହାର୍ଯ୍ୟ ବୋଲି କହିଥିଲେ । ସେହି ପରି ମୂଖ୍ୟ ବକ୍ତା ଭାବରେ ପଣ୍ଡିତ ସଂଗ୍ରାମ ଆଚାଯ୍ୟ କାର୍ତିକ ମାହାତ୍ମ ଏବଂ ଆ କା ମା ବୈ ର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହ ଧାମରାରେ ହେଉଥିବା ବୋଇତବନ୍ଦାଣ ତଥା ବାଲିଯାତ୍ରା ରାଜନିତୀ ରୁ ଦୂରେଇ ରହିପାରିଲେ ଆଗାମୀ ଦିନରେ ଏହା ଯୁବ ସମାଜ ପତି ଏକ ଉଦାହରଣ ସୃଷ୍ଟି ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ , ନିଜ ନିଜର ବକ୍ତବ୍ୟ ରଖି ସେମାନେ ଇତିହାସର ପୃଷ୍ଠାକୁ ରୋମନ୍ଥନ କରି ସେହି ପୂର୍ବ ସ୍ମୁତିକୁ ମନେପକାଇ ନୌବାଣିଜ୍ୟ ପରମ୍ପରା କୁ କିପରି ଆମର ପୂର୍ବ ବଂଶଧର ମାନେ ସେହି ଗୌରବମୟ ଉତ୍କଳୀୟ ପରମ୍ପରା ସହ ଓତ ପ୍ରୋତ ଭାବରେ ଜଡିତ ହୋଇ ସେହି ପରମ୍ପରା କୁ ଆଜିର ଦିଗଦର୍ଶନ ଭାବରେ ମାନିନେଇ ଥିବାରୁ ଆଜିର ଏହି ଓଡିଆ ଜାତି ସମୃଦ୍ଧ ହୋଇପାରିଛି ଏବଂ ଆଗକୁ ଆହୁରି କିଛି କରି ପାରିବାର ଉଦ୍ୟମ ଜାରୀ ରଖିଛି ତାହା ଉପରେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.