Home ଜିଲ୍ଲା ପରିକ୍ରମା ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏନଏସଏସ କାର୍ଯ୍ୟକ୍ରମ

ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏନଏସଏସ କାର୍ଯ୍ୟକ୍ରମ

10

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ ଏସ ଏସ ତର‘ର ଜାତୀୟ ସେବା ଶିବିର ସପ୍ତାହ ଉଦଘାଟନ ହୋଇ ଯାଇଛି । ଅଧ୍ୟାପକ ପ୍ରଭାତ କୁମାର ଦାସ ଜାତୀୟ ସେବା ଶିବିରକୁ ପତାକା ଉତୋଳନ କରିବା ସହ ଏହି ଅବସରରେ ଏହି କାର୍ଯ୍ୟକ୍ରମ କାହିଁକି ପାଳନ କରିବା ଏବଂ ଏହା ଦ୍ୱାରା କିପରି ଅଂଚଳର ବିକାଶ ହୋଇ ପାରିବ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସଏସ ପ୍ରୋଗ୍ରାମ ଅଫିସର ରାଜେନ୍ଦ୍ର ନାରାୟଣ ରାଉତ ଉପସ୍ଥିତ ରହି କିପରି ସଂପୃକ୍ତ ଛାତ୍ରଛାତ୍ରୀ ମାନେ ସମାଜ ସେବାରେ ନିଜକୁ ନିୟୋଜିତ କରି ପାରିଲେସମାଜରେ ଏହା ଏକ ଉଦାହରଣ ହୋଇ ରହିବ ସେ ବିଷୟରେ ଆଲୋକପାତ କରିଥିଲେ । ଏନଏସଏସରେ ଭାଗ ନେଇଥିବା ୫୦ଜଣ ସ୍ୱୟଂ ସହାୟକ ବାଳକ ବାଳିକା ମତ୍ସପୋତାଶ୍ରୟ ଅଧିନରେ ଥିବା ସମସ୍ତ ସ୍ଥାନକୁ ସଫେଇ କରିବା ସହ , ମତ୍ସ୍ୟପୋତାଶ୍ରୟ ଅଧିନରେ ଥିବା କଲୋନୀ ରେ ଏକ ରାଲି କରି ଆଜି ଭଳି ଦିନରେ ପରିବେଶକୁ ସଫାସୁତୁରା କରିବା ସହ ନିଜର ପାରିପାଶ୍ୱିକ ଅଂଚଳକୁ ସଫେଇ ରଖିବା ପାଇଁ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ । ଏଥିସହ ଅଳିଭରିଡଲେ କଇଁଛଙ୍କ ପ୍ରଜନନ ରୁତୁ ହୋଇଥିବାରୁ ଏହି ସମୟରେ ସମସ୍ତ ଜନସାଧାରଣଙ୍କ ସହ ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ଚାଲୁଥିବା ସମସ୍ତ ଭୁଟୁଭୁଟି, ଟ୍ରଲର,ଗିଲେଟିନ ଚାଳକ ଏବଂ ଷ୍ଟାଫ ମାନଙ୍କୁ ଏହି ବିଷୟରେ ଅବଗତ କରିବା ସହ ପ୍ରାକୃତିକ ଭାରସାମ୍ୟକୁ ସନ୍ତୁଳିତ ରଖିବା ପାଇଁ ବୁଝାଇଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନେ ନିକଟସ୍ଥ ନରସିଂହପୁର (ଡିଆଁ) ଗ୍ରାମକୁ ଯାଇ ସାଧାରଣ ଜନତାଙ୍କୁ ସଚେତନତା ବିଷୟରେ ଅବଗତ କରାଇଥିଲେ । ଏହି ଜାତୀୟ ସେବା କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲିବ ବୋଲି ଜଣାଯାଇଛି । ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଜଗନ୍ନାଥ ଦାସ, ରାଜେନ୍ଦ୍ର ନାରାୟଣ ଦାସ, ଉଷାରାଣୀ ବେହେରା, ନିଶାକର ପାତ୍ର, ,ବିଜୟ ରାଉତ,ବିଜୟ କୁମାର ସାହୁ, ମନୋରଞନ ମଲିକ, ମାନସ ରଞନ ଦାସ, ବିଜୟ କୁମାର ରାଉତ,ମହିମା ପଲେଇ,ଜ୍ୟୋର୍ତିମୟୀ ବାରିକ,ମମତା ପାଢୀ,ରାଜା ଦାସ,ମାନଓ ରଞନ ଦାସ ଉମେଶ ମାଝୀ ଏବଂ ଅକ୍ଷୟ କୁମାର ନାୟକ ପ୍ରମୁଖ ଉପସ୍ତିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.