Home ଜିଲ୍ଲା ପରିକ୍ରମା ଧାମରାରେ ୩ ଦଳ ପାଳିବେ ବୋଇତ ବନ୍ଦାଣ

ଧାମରାରେ ୩ ଦଳ ପାଳିବେ ବୋଇତ ବନ୍ଦାଣ

65

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ରେ ତିନି ରାଜନୈତିକ ଦଳ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ କରିବେ । ଆଜି ବିଜେପି ପକ୍ଷରୁ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କମିଟି ଆଜି ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ,ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ,ଅଭିମନ୍ୟୁ ସେଠୀ, ମାଧବାନନ୍ଦ ମଲିକ ଏବଂ ହେମନ୍ତ ପାଢୀ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି । ସେହିପରି କଂଗ୍ରେସ ତରଫରୁ ପାଳିତ ହୋଇ ଆସୁଥିବା ମା ଧାମରାଇ ଆଂଚଳିକ ବୋଇତ ବନ୍ଦାଣ କମିଟି ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ କୁମାର ପଟନାୟକ , ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ବକ୍ତା ଭାବେ,ସମ୍ମାନୀତ ଅତିଥି ଭାବେ ଓଡିଶା କଂଗ୍ରେସ କମିଟିର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟନାୟକ,ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଅଶୋକ କୁମାର ଦାସ, ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ ପ୍ରମୁଖ ଯୋଗ ଦେବେ । ସେହିପରି ଧାମରା ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ତାହାର ଏହି କାର୍ଯ୍ୟକ୍ରମ ୨୪ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ,ଅବକାରୀ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରେଣ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞୁଲତା ମଣ୍ଡଳ,ସମ୍ମାନୀତ ଅତିଥି ଭାବେ ଚାନ୍‌ଦବାଲି ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି । ଏହି କମିଟି ଗୁଡିକ ମଧ୍ୟରୁ ଧାମରା –ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ୭ ସାଧବଙ୍କୁ ନେଇ ଚାନ୍ଦବାଲି କୁ ବାଣିଜ୍ୟ ଯାତ୍ରା କରିବ, ସାର୍ବଜନୀନ ବୋଇତ ବନ୍ଦାଣ କମିଟି କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆକୁ ଏବଂ ମା ଧାମରାଇ ଆଂଚଳିକ ବୋଇତ ବନ୍ଦାଣ କମିଟି ସାଧବ ମାନଙ୍କୁ ନେଇ କେନ୍ଦ୍ରାପଡା ଜିଲ୍ଲାର ନଳିତାପାଟିଆ କୁ ଯାତ୍ରା କରିବ । ଏହି ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ସମସ୍ତ କମିଟି ପକ୍ଷରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.