Home ଜିଲ୍ଲା ପରିକ୍ରମା ଧାମରାରେ ସଂସ୍କୃତିମନ୍ତ୍ରୀଙ୍କ ଦ୍ୱାରା ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ

ଧାମରାରେ ସଂସ୍କୃତିମନ୍ତ୍ରୀଙ୍କ ଦ୍ୱାରା ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ

39

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି । ଆଜିର ଏହି ଉଦଘାଟନ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ,ଅବକାରୀ ଓ ସଂସ୍କୃତ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଧାମରାର ପୂର୍ବତନ ସରପଂଚ ପ୍ରିୟରଞ୍ଜନ ଜେନା, ଧାମରା ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା, ୧ନଂ ଜୋନର ଜିଲ୍ଲା ପରିଷଦ ପ୍ରିନ୍ସ ରାକେଶ ନାୟକ , ୨ନଂ ଜୋନର ଜିଲ୍ଲା ପରିଷଦ ରଞନ କୁମାର ସାହୁ, ସାମାଜିକ କର୍ମୀ ଅଭିମନ୍ୟୁ ରାଉତ ପ୍ରମୁଖ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଆଗାମୀ ଦିନରେ ବିଜୁ ଜନତା ଦଳର ହାତ ମୁଠା ଟାଣ କରିବା ସହ ଚାନ୍ଦବାଲି ବିଧାୟକଙ୍କୁ ବ୍ୟୋମକେଶ ରାୟଙ୍କୁ ପୁନଶ୍ଚ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଚୟନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ କରିବା ସହ ବିଜୁ ପଟନାୟକ ଓଡିଶା ପ୍ରତି ଥିବା ଅବଦାନ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ନିଜ ବକ୍ତବ୍ୟରେ ଧାମରା ଅଂଚଳ ଆଗାମୀ ଦିନରେ ଶିଳ୍ପ ହବ ପାଲଟିବା ସହ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଥିଲେ । ଆଜିର ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଜାଗୁଳା ପଂଚାୟତର ସରପଂଚ ସୁରେଶ ସେଠୀ, ସୁରେଶ ମାହୁନ୍ତ, ଅଶୋକ ଜାନା, ଧାମରା ସରପଂଚଙ୍କ ପ୍ରତିନିଧି ,ନିତ୍ୟାନନ୍ଦ ବେହେରା, ମାୟାଧର ପରିଡା, ନିତ୍ୟାନନ୍ଦ ପରିଡାଙ୍କ ସମେତ ଶତାଧିକ ବିଜୁ ଜନତା ଦଳ,ବିଜୁ ଛାତ୍ର ଜନତା ଦଳ ର ଛାମୁଆ କର୍ମୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.