ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ପଂଚାୟତ ଅଧିନସ୍ଥ ସୁକଚାନ୍ଦ ମାନ୍ନା ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ଦାସଙ୍କୁ ୨୦୨୩-୨୪ ବର୍ଷ ପାଇଁ କଳିଙ୍ଗ ଶିକ୍ଷାଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହରେ ବୀର କଳିଙ୍ଗ ସାପ୍ତାହିକ ଓଡିଆ ଖବର କାଗଜ ୧୯ତମ ସ୍ୱ ନକ୍ଷତ୍ର ଓ ସମ୍ବର୍ନ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ମହାମହିମ ଛତିଶଗଡ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ,ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ଦୁର୍ଗା ପ୍ରଶନ୍ନ ପଟନାୟକ, ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ମୁଖ୍ୟ ଶାସନ ଶଚିବ ଡ.ସହଦେବ ସାହୁ, ପ୍ରାକ୍ତନ ଅର୍ଥମନ୍ତ୍ରୀ ,ସାଂସଦ ତଥା ବିଧାୟକ ଶଶିଭୂଷଣ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ । କୁନୀ କୁନୀ ଛାତ୍ରଛାତ୍ରୀ ମାନଙ୍କର ବୈଷିକ ଓ ସହ ଶୈକ୍ଷିକ ଭିତିଭୂମିକୁ ସୁଦୃଢ କରିବାକୁ ପ୍ରୟାଶ ଜାରୀ ରଖିଥିବା ଜଣେ କୃତୀ ଶିକ୍ଷକ ,କବି ,ଲେଖକ,ସଂଗଠକ ଓ ସମାଜସେବୀ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବାରୁ ଉପସ୍ଥିତ ଅତିଥି ମାନେ ଧାମରା ଅଂଚଳର ଶିକ୍ଷକ ଅନୁପ କୁମାର ଦାସଙ୍କୁ କଳିଙ୍ଗ ଶିକ୍ଷାଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ । ଧାମରା ଅଂଚଳ ପାଇଁ ସେ ଏହି ଗୌରବ ଅର୍ଜନ କରିଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।