Home ଜିଲ୍ଲା ପରିକ୍ରମା ଧାମରାରେ ଲୁଣା ପାଣିରେ ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ ନଷ୍ଟ, ଚିନ୍ତାରେ ମତ୍ସ୍ୟଜିବୀ ଏବଂ ପରିବାର,...

ଧାମରାରେ ଲୁଣା ପାଣିରେ ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ ନଷ୍ଟ, ଚିନ୍ତାରେ ମତ୍ସ୍ୟଜିବୀ ଏବଂ ପରିବାର, ଜଳସମ୍ପଦ ବିଭାଗକୁ ଦୋଷ ଦେବା ବେଳେ ଧାମରା ବନ୍ଦର କର୍ତ୍ତୃପକ୍ଷ ଚିର ନିଦ୍ରାରେ- ମତ୍ସ୍ୟଜିବୀ ସଂଘ

112

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ବସତି ସ୍ଥାପନ କରି ଶୁଖୁଆ ବେପାର ସହ ଓତପ୍ରୋତ ଭାବରେ ଜଡିତ ୩ଶହ ମତ୍ସ୍ୟଜିବୀଙ୍କ ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ ଆଜି ଲୁଣା ପାଣିରେ ନଷ୍ଟ ହୋଇ ଯାଇଥିବା ବେଳେ ମତ୍ସ୍ୟଜିବୀଙ୍କ ଘରେ ଆଜି ମଧ୍ୟ ଚୁଲିରେ ପାଣି, ଫଳ ସ୍ୱରୂପ ସେମାନଙ୍କ ପରିବାର ଆଜି ଭୋକ ଉପାସରେ ଦିନ କାଟିଛନ୍ତି ବୋଲି ଜଣାଯାଇଛି । ଖବରରୁ ପ୍ରକାଶ ବଙ୍ଗୋପସାଗର କୂଳରେ ଚନ୍ଦନୀପାଳ ନିଜର ଅବସ୍ଥିତ ଜାହିର କରୁଥିବା ବେଳେ ଏହାର କୂଳରେ ଶହ ଶହ ମତ୍ସ୍ୟଜିବୀ ଦୀର୍ଘ ଦିନ ହେବ ସେମାନଙ୍କ ଜିବୀକା ନିର୍ବାହ କରି ଆସୁଛନ୍ତି । ଆଜି ଉଠିଥିବା ଲୁଣା ଜୁଆରରେ ଶହ ସହ ମତ୍ସ୍ୟଜିବୀଙ୍କ ଶୁଖୁଆ ଖଳାରେ ଲୁଣା ପାଣି ପଶି ଯାଇଥିବା ବେଳେ ଏହା ସେମାନଙ୍କ ଘରେ ମଧ୍ୟ ପଶି ଯାଇଛି । ଏହା ଫଳରେ ଖଳାରେ ଥିବା ସେମାନଙ୍କର ଟନ ଟନ ଶୁଖୁଆ ସଂପୂର୍ଣ ନଷ୍ଟ ହୋଇ ଯାଇଥିବା ବେଳେ ନିଜର ଘର ମଧ୍ୟରେ ଶୁଖା ହୋଇ ରହିଥିବା ଶୁଖୁଆ ମଧ୍ୟ ଜୁଆରରେ ଆସିଥିବା ଲୁଣା ପାଣିରେ ସଂପୂର୍ଣ ନଷ୍ଟ ମଧ୍ୟ ହୋଇଯାଇଛି । ଏହି ଲୁଣା ଜୁଆରରୁ ରକ୍ଷା କରିବାକୁ କଇଥଖୋଲା ଜଳସମ୍ପଦ ବିଭାଗ ସଂପୂର୍ଣ ଭାବରେ ବି‘ଳ ହୋଇଥିବା କଥା ସୁଖୁଆ ସଂଘ ଦାବୀ କରିଥିବା ବେଳେ ଧାମରା ବନ୍ଦର କର୍ତୁପକ୍ଷଙ୍କୁ ମଧ୍ୟ ଏ ବାବଦରେ ଦାୟୀ କରାଯାଇଛି ।କଇଥଖୋଲା ଜଳସମ୍ପଦ ବିଭାଗ ବଙ୍ଗୋପସାଗର ଏବଂ ମନ୍ତେଇ ନଦୀର କୂଳେ କୂଳେ ସ୍ଥାୟୀ ପଥର ବନ୍ଧ ନିର୍ମାଣ କରିବାକୁ ବହୁବାର ଏହ ିମତ୍ସ୍ୟଜିବୀ ମାନଙ୍କୁ କଥା ଦେଇଥିବା ବେଳେ ତାହା କେବଳ କଥାରେ ରହିଯାଇଛି ଏହି ଲୁଣା ବନ୍ଧକୁ ନିର୍ମାଣ କରିବ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି । ଏ ବାବଦରେ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ କୁଞ ବିହାରୀ ଜେନା ଙ୍କ ସହ ଯୋଗା ଯୋଗ କରିବାରୁ ସେ ନିଜର ଅକ୍ଷମତା ପ୍ରକାଶ କରିବା ସହ କୌଣସି ମତାମତ ଦେବାକୁ ମନା କରି ଦେଇଥିଲେ । ଅନ୍ୟ ପକ୍ଷରେ ଧାମରା ବନ୍ଦର କର୍ତୁପକ୍ଷ ମତ୍ସ୍ୟଜିବୀ ଏବଂ ଶୁଖୁଆ ଖଳାକୁ ଲୁଣା ପାଣି ଦାଉରୁ ରକ୍ଷା କରିବା ପାଇଁ ଜୈନିକ ଠିକାଦାରଙ୍କୁ ୨୭ଲକ୍ଷ ଟଙ୍କାର କାର୍ଯ୍ୟଦେଶ ଦେଇଥିବା ବେଳେ ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାଟି ଝୁଡିଏ ମଧ୍ୟ ଏଠାରେ ପଡି ପାରି ନାହିଁ ବୋଲି ଅଭିଯୋଗ ହୋଇଛି । ଏ ବାବଦରେ ଧାମରା ବନ୍ଦରର କାର୍ଯ୍ୟକାରୀ ସଭାପତି ଜଗତ ପରିଜାଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରିନଥିଲେ । ଫଳରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଏବଂ ଧାମରା ବନ୍ଦର କର୍ତୁପକ୍ଷଙ୍କ ମନମାନୀ ପାଇଁ ଆଜି ଭଳି ଦିନରେ ଶହ ଶହ ମତ୍ସ୍ୟଜିବୀ ସେମାନଙ୍କର ଜିବୀକା ହରାଇବା ସହ ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ ଲୁଣା ପାଣିରେ ନଷ୍ଟ ହୋଇ ଯାଇଛି ।ଏହାର ଫଳସ୍ୱରୂପ ଶୁଖୁଆ ସଂଘର ସମସ୍ତ କର୍ମକର୍ତା ଏବଂ ମତ୍ସ୍ୟଜିବୀ ସଂଘ ସେମାନଙ୍କ ନଷ୍ଟ ହୋଇଥିବା ଶୁଖୁଆର କ୍ଷତିପୂରଣ ଏବଂ ଲୁଣା ପାଣିରେ ଭାଙ୍ଗି ଯାଇଥିବା ଘରର ପୁନଃରୁଦ୍ଧାର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଧାମରା ବନ୍ଦର କର୍ତୁପକ୍ଷଙ୍କ ନିକଟରେ ଦାବୀ ରଖିଛନ୍ତି ନଚେତ ଆଗାମୀ ଦିନରେ ଶୁଖୁଆ ସଂଘର ପୂର୍ବତନ ସଂପାଦକ ବଳରାମ ମାଝୀ, ସଂପାଦକ ରାମଚନ୍‌ଦ୍ର ଦାସ, ସଭାପତି ସୁରେନ୍ଦ୍ର ମାଝୀ, ହରିହର ବେହେରା, ଶୁଧୀର ପାତ୍ର, ବୁଲା ପାତ୍ର, ତପନ ପରିଡା, ଅମୂଲ୍ୟ ମାନ୍ନାଙ୍କ ସମେତ ସମସ୍ତ ମତ୍ସ୍ୟଜିବୀ ରାଜରାସ୍ତାକୁ ସେମାନଙ୍କର ହକ ପାଇଁ ଓହ୍ଲାଇବାକୁ ପଛଘୁଂଚା ଦେବେ ନାହିଁ ବୋଲି ସତର୍କ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.