Home ଜିଲ୍ଲା ପରିକ୍ରମା ଧାମରାରେ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ୨ବଖରା ଘର ଭସ୍ମୀଭୂତ

ଧାମରାରେ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ୨ବଖରା ଘର ଭସ୍ମୀଭୂତ

19

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ବିଦ୍ୟୁତ ସଟସର୍କିଟରୁ ୨ବଖରା ଘର ସଂପୂର୍ଣ ପୋଡିଯାଇ ଥିବା ଜଣାଯାଇଛି । ପ୍ରାପ୍ତ ଖବର ଅନୁଯାୟୀ ଗତକାଲି ଧାମରା ପଂଚାୟତ ଅଧିନସ୍ଥ ଝାଡକାଟି ଅଂଚଳରେ ଥିବା ମୁସଲମାନ ବସ୍ତିରେ କୁରବାନ ଅଲ୍ଲି ସାହାଙ୍କ ଘରେ ବିଦ୍ୟୁତ ସଟସର୍କିଟରୁ ନିଆଁ ଲାଗିଯାଇଥିଲା । ଏହା ‘ଳରେ ବସ୍ତିରେ ଥିବା ଲୋକେ ନିଆଁ ପାଖକୁ ଯିବାକୁ ଡରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ କୁରବାନ ଅଲ୍ଲି ସାହାଙ୍କ ୨ବଖରା ଘର ସଂପୂର୍ଣ ପୋଡିଯାଇଥିବା ଜଣାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଚାନ୍ଦବାଲି ତହସିଲ ପକ୍ଷରୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଜରିପାଲ ଯୋଗାଇ ଦିଆ ଯାଇ ନଥିବା ବେଳେ ବର୍ଷା ସମୟରେ ସଂପୃକ୍ତ ବ୍ୟକ୍ତି କିପରି ଚଳିବେ ସେ ନେଇ ଅଂଚଳବାସୀ ଚିନ୍ତା ପ୍ରକଟ କରିବା ସହ ତୁରନ୍ତ ସରକାରୀ ସହାୟତା ଦେବାକୁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.