Home ଜିଲ୍ଲା ପରିକ୍ରମା ଧାମରାରେ ପାରାଦ୍ୱୀପ ବନ୍ଦର ନ୍ୟାସ ପକ୍ଷରୁ ମତ୍ସ୍ୟଜିବୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ

ଧାମରାରେ ପାରାଦ୍ୱୀପ ବନ୍ଦର ନ୍ୟାସ ପକ୍ଷରୁ ମତ୍ସ୍ୟଜିବୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ

89

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ମତ୍ସ୍ୟପୋତାଶ୍ରୟ ସଭା ଗୃହରେ ଧାମରା ରେ ବସବାସ କରୁଥିବା ଏବଂ ଜିବୀକା ନିର୍ବାହ କରୁଥିବା ମତ୍ସ୍ୟଜିବୀଙ୍କ ମାନଙ୍କୁ ନେଇ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମୁଦ୍ରରୁ ବିଭିନ୍ନ ଯାନ୍ତ୍ରିକ ଡଙ୍ଗା ମାନଙ୍କରେ ମାଛ ମାରି କିପରି ସେହି ମାଛ ଗୁଡିକୁ ଉଚ୍ଚ ମାନର ଗୁଣବତାର ସହ ପ୍ୟାକିଂ କରାଯାଇ ପାରିବ ଏବଂ କେତେ ପରିମାଣର ବରଫ ଦେବା ସହ ବିଭିନ୍ନ କୌଶଳ ଅବଲମ୍ବନକରି ସେହି ମାଛ ଗୁଡିକୁ ବେଶୀ ଦିନ ପର୍ଯ୍ୟନ୍ତ ରଖାଯାଇ ପାରିବ ସେ ବିଷୟରେ ମତ୍ସ୍ୟଜିବୀ ମାନଙ୍କୁ ତାଲିମ ଦେଇଥିଲେ । କୋବିଡ ସମୟରେ କୋବିଦ ନିୟମକୁ କିପରି ମାନିଚଳିବା ଓ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବା ଏବଂ ସାମଜିକ ଦୂରତାକୁ ଗୁରୁତ୍ୱ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା । ଏଥିସହ ସମଦ୍ର ମଧ୍ୟରେ ଛୋଟ ଛୋଟ ମାଛ ଜାଆଁଳର ସୁରକ୍ଷା ପାଇଁ ମାଛ ଧରା ଜାଲର ମୁଣା ଫାଶକୁ ବର୍ଗାକାର କରାଗଲେ ଜାଆଁଳର ସୁରକ୍ଷା କରାଯାଇପାରିବ ବୋଲି ଦର୍ଶାଯିବା ସହ ଧାମରା ମତ୍ସ୍ୟଜିବୀ ସଂଘର ସମସ୍ତ ମାଲିକ ମାନଙ୍କୁ ଏହି ବିଷୟରେ ଅବଗତ କରାଯାଇଥିଲା ।ପାରାଦ୍ୱୀପ ବନ୍ଦର ନ୍ୟାସ ପକ୍ଷରୁ ଏହି ତାଲିମ କାର୍ଯ୍ୟକ୍ରମରେ ଧାମରା ମତ୍ସ୍ୟଜିବୀ ସଂଘର ସମସ୍ତ ଟ୍ରଲର ମାଲିକ ଆଗାମୀ ଦିନରେ ଏହି ବର୍ଗାକାର ଜାଲ ମୁଣା ଫାଶ ବ୍ୟବହାର କରିବେ ବୋଲି ନିଜର ସମ୍ମତି ପ୍ରଦାନ କରିଥିଲେ । ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ନ୍ୟାସ ପକ୍ଷରୁ ଟ୍ରଲର ମାଲିକ ମାନଙ୍କୁ ନେଇ ସମଦ୍ରରେ ଏହି ଜାଲ ବ୍ୟବହାର କରି ଏହାର ଉପକାରିତା ବିଷୟରେ ସମସ୍ତ ଟ୍ରଲର ଚାଲକ ଏବଂ ମାଲିକ ମାନଙ୍କୁ ଅବଗତ କରାଇଥିଲେ । ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ମାଧାମରାଇ ମତ୍ସ୍ୟଜିବୀ ସଂଘର ସଂପାଦକ ସୁଦର୍ଶନ ଲେଙ୍କା, ଅମୁଲ୍ୟ କୁମାର ମଣ୍ଡଳ ଏବଂ ଦୀପକ କୁମାର ପରିଡା,ଅଶୋକ ଜାନା ପ୍ରମୁଖ ଉପସ୍ଥିତ ରହି ଏହି ବର୍ଗାକାର ଜାଲର ପରୀକ୍ଷାକୁ ଅନୁଧ୍ୟାନ କରିଥିଲେ ।ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଟ୍ରଲର ଚାଳକ ,ମତ୍ସ୍ୟଜିବୀ ଏବଂ ଟ୍ରଲର ମାଲିକ ମାନଙ୍କୁ ନ୍ୟାସ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ଆଜିର ଏହି କାର୍ଯ୍ୟକ୍ରମରେ ଧାମରା ମତ୍ସ୍ୟପୋତାଶ୍ରୟର ପରିଚାଳକ ନଳିନୀକାନ୍ତ ଦାସ ,ନେଟଫିଶର ରାଜ୍ୟ ସଂଯୋଜକ ସୁଭ୍ରକାନ୍ତ ମହାପାତ,୍ରକ୍ଷେତ୍ର ସଂଯୋଜକ ଗୟାଧର ଜେନା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମସ୍ତ ମତ୍ସ୍ୟଜିବୀଙ୍କୁ ଆଗାମୀ ଦିନରେ ଉନ୍ନତ ମାନର ଶୁଖୁଆ ପ୍ରସ୍ଥୁତ କରିବାକୁ ଆହ୍ୱାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.