Home ଜିଲ୍ଲା ପରିକ୍ରମା ଧାମରାରେ ଚୋରୀ ସାମଗ୍ରୀ ଉଦ୍ଧାର, ୬ ଅଟକ

ଧାମରାରେ ଚୋରୀ ସାମଗ୍ରୀ ଉଦ୍ଧାର, ୬ ଅଟକ

16

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ଦିନକୁ ଦିନ ଚୋରୀ ବୃଦ୍ଧି ପାଉଥିବା ବେଳେ ଏହି ଚୋରଙ୍କୁ ଧରିବାରେ ଧାମରା ପୁଲିସ କୁ ଏକ ବଡ ସ‘ଳତା ମିଳିଛି । ବିଗତ ଦିନ ମାନଙ୍କରେ ଧାମରାଇ ମନ୍ଦିର ରହୁଣ୍ଡି ଭାଙ୍ଗି ଟଙ୍କା ସୁନା ଲୁଟ ସହିତ ଧାମରା ବିଦ୍ୟାଳୟରୁ ଏକ ୫୬ଇଂଚ ଏଲଇଡି ଟିଭି, ବାଣିଜ୍ୟ ବିଭାଗର ଲଂଚରୁ ବ୍ୟାଟେରୀ ଚୋରୀ ସହିତ ବହୁ ଚୋରା ସାମଗ୍ରୀ କୁ ଉଦ୍ଧାର କରିବା ପୁଲିସ ପାଇଁ ଏକ ଚ୍ୟାଲେଞ ସଦୃଶ ହୋଇଥିଲା । ଗତକାଲି ଏହି ଚୋର ଦଳ ଚନ୍ଦନୀପାଳ ର ଏକ ବୋଟରୁ ବ୍ୟାଟେରୀ ଚୋରୀ କରିବାକୁ ନେଇ ପୁଲିସ ଏକ ତଥ୍ୟ ପାଇଥିଲେ ।ଏହି ତଥ୍ୟ ଆଧାରରେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଏହି ଚଢାଉ ରେ ସାମିଲ ହୋଇ ଧାମରା ଅଂଚଳର ୬ଜଣ ଙ୍କୁ ଅଟକ ରଖିବା ସହ ବହୁ ଚୋରା ସାମଗ୍ରୀ କିଣିଥିବା ଲୋକ ଙ୍କୁ ମଧ୍ୟ ଅଟକ ରଖିଛି । କେଉଁ ପରିସ୍ଥିତିରେ ଏହି ଚୋରା ସାମଗ୍ରୀ ଗୁଡିକୁ ଲୋକ ମାନେ କିଣି ତାହାକୁ ବ୍ୟବହାର କରୁଥିବା ବେଳେ ଧାମରା ଅଂଚଳରେ ଏହି ଚୋରୀ କାର୍ଯ୍ୟ କରୁଥିବା ୬ଜଣ ଙ୍କୁ ଅଟକ ରଖି ପଚରା ଉଚରା ଚାଲିଛି । ଏହି ଆଧାରରେ ଆଗାମୀ ଦିନରେ ବହୁ ତଥ୍ୟ ପୁଲିସ ହାସଲ କରିଥିବା ବେଳେ ଏହି ଚୋରା ସାମଗ୍ରୀ ସମସ୍ତ କେବେ ଜବତ ହେବ ଏବଂ ଏହି ଚୋରୀକୁ ପ୍ରଶ୍ରୟ ଦେଉଥିବା ସମସ୍ତ ଅଭିଯୁକ୍ତଙ୍କୁ କେବେ ଗିର‘ କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.