Home ଜିଲ୍ଲା ପରିକ୍ରମା ଧାମରାରେ ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ, ଡାକସେବା ବନ୍ଦ

ଧାମରାରେ ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ, ଡାକସେବା ବନ୍ଦ

41

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଗ୍ରାମୀଣ ଡାକ ସେବକ ଙ୍କ ପକ୍ଷରୁ ଦିଆଯାଇଥିବା ଧର୍ମଘଟ ଡାକରାରେ ଆଜି ଧାମରା ଠାରେ ଥିବା ସବ ପୋଷ୍ଟ ଅଫିସ ଠାରେ ୫ଟି ଗ୍ରାମୀଣ ଡାକ ଘରର ୧୪ଜଣ କର୍ମଚାରୀ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବୀ ଅନୁଯାୟୀ ଗ୍ରାମୀଣ ଡାକ କର୍ମଚାରୀ ଦୀର୍ଘ ଦିନର ସେବା ଯୋଗାଇ ଆସୁଥିବା ସେମାନଙ୍କୁ ସରକାରୀ କର୍ମଚାର ଘୋଷଣା କରିବା ସହ ଦୈନିକ କାର୍ଯ୍ୟ ନିର୍ଘଂଟ ୮ଘଂଟା ସ୍ଥିର କରାଯିବା ସହ ପ୍ରତି ୧୨ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ଲାଗୁ କରିବା, ସମସ୍ତ ଗ୍ରାମୀଣ ଡାକ ସେବକ ମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ, ସେମାନଙ୍କୁ ପେନସନ ପ୍ରଦାନ,ଗ୍ରାଚ୍ୟୁଇଟି ଏବଂ ସେଭେରାନ୍ସ ଭତା ବାବଦରେ ୫ଲକ୍ଷ ଟଙ୍କା ପ୍ରଦାନ କରିବା ସହ ମାସିକିଆ ଦିଆଯାଉଥିବା ଟାର୍ଗେଟ ନାଁରେ ଜୁଲମ ବନ୍ଦ କରିବାକୁ ସେମାନେ ଦାବୀ ରଖିଛନ୍ତି । ଏହି ଦାବୀ ସରାକାର ମାନି ନ ନେବା ପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ ଦିଆଯାଇଥିବା ଧର୍ମଘଟ ଚାଲୁ ରହିବ । ଆଜି ୫ଟି ବ୍ରାଂଚର ୧୪ଜଣ କର୍ମଚାରୀ ଧାମରା ସବପୋଷ୍ଟ ଅଫିସ ଆଗରେ ବସି ଧାରଣା ଅବ୍ୟାହତ ରଖିଥିବା ବେଳେ ଆଜି ଡାକ ସେବା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଂପୂର୍ଣ ବନ୍ଦ ହୋଇଯାଇଛି । ନରସିଂହପୁର ହାଟ, ସରସ୍ୱତୀ, କଇଥଖୋଲା, ଦୋସିଙ୍ଗା ଏବଂ କିଶୋର ପ୍ରସାଦ ଠାରେ ଥିବା ଗ୍ରାମୀଣ ଡାକ ସେବା ଯୋଗାଉଥିବା ପ୍ରତାପ ରାଉତ, ବିଜୟ ସାହୁ, ଅଜୟ ସାହୁ, ଓମ ପ୍ରକାଶ ମାଇତି, ଦେବାସିଶ ମାଇତି, ରାକେଶ ଦାସ, ରେଖାବତି ଜେନା, ଦୀପକ ଦଣ୍ଡପାଟ, ପୂଜାରିଣୀ ସାହୁ, ନମିତା ରାଣି ଚାନ୍ଦ, ପତିତ ପାବନ ପାତ୍ର, ପ୍ରଣବ କୁମାର ପରିଡା, ଅବନ୍ତି ସେଠି,ଏବଂ ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଧାରଣାରେ ବସିଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.