Home ଜିଲ୍ଲା ପରିକ୍ରମା ଧାମରାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଯାପିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ଧାମରାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଯାପିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

20

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୧୧ ତାରିଖରୁ ଆରମ୍ଭ ହୋଇ ୬ଦିନ ହେବ ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି । ଏହି ଉଦଯ୍‌ାପିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇ ନିଜ ବକ୍ତବ୍ୟରେ ନାରୀ ସଶସ୍ତିକରଣରେ ବିଜୁ ପଟନାୟକଙ୍କ ଭୂମିକାଏବଂ ନୂତନ ଓଡିଶାରେ ନବିନ ପଟନାୟକଙ୍କ ଭୂମିକା ଉପରେ ନିଜର ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟ ନିଜର ଅଭିଭାଷଣରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କିପରି ନୂଆ ଓଡିଶାର ପରିକଳ୍ପନା ସୁଚାରୂ ରୂପେ ସଫଳ କରିବା ସହ ସାରା ଭାରତରେ ଲଗାତାର ଭାବେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦନ ହୋଇ ପାରିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । ମୂଖ୍ୟବକ୍ତା ଭାବେ ଧାମନଗର ର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗ ଦେଇ ନିଜ ବକ୍ତବ୍ୟ ରଖିବା ସହ ଯୁବ ଓଡିଶା ଯୁବ ସମାଜ ହାତରେ ଓଡିଶାର ଭାଗ୍ୟ କୁ କିପରି ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା କୁ ସାକାର କରାଯାଇଛି ସେ ବିଷୟରେ ନିଜର ମତ ରଖିଥିଲେ ।

ସମ୍ମାନୀତ ଅତିଥି ଭାବେ ଧାମରା ପଂଚାୟତର ସମିତି ସଭ୍ୟ ପ୍ରିୟରଞ୍ଜନ ଜେନା, ଧାମରା ଜୋନର ଜିଲ୍ଲାପରିଷଦ ବଳଭଦ୍ର ଲେଙ୍କା, ସମାଜସେବୀ ଅଭିମନ୍ୟୁ ରାଉତ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଧାମରା ଉଚ୍ଚ ବିଦ୍ୟାଳୟରେ କିପରି +୨ ବିଞାନ, ବାଣିଜ୍ୟ ବିଭାଗ ଖୋଲାଯିବା ସହ ଧାମରାରେ ଏକ ଡିଗ୍ରି ମହାବିଦ୍ୟାଳୟ ଖୋଲା ଯାଇ ପାରିବ ସେ ବିଷୟରେ ଭଦ୍ରକ ସାଂସଦ ଏବଂ ଚାନ୍ଦବାଲି ବିଧାୟକଙ୍କ ନିକଟରେ ଦାବୀ ରଖିଥିଲେ ।ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ପରିଲକ୍ଷିତ ହେଉଥିବାରୁ କିପରି ଚାନ୍ଦବାଲି ବିଧାୟକ ଏବଂ ଭଦ୍ରକ ସାଂସଦ ନୂତନ ଶ୍ରେଣୀ ଗୁହ ନିର୍ମାଣ କୁ ଅୃନମୋଦନ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀଙ୍କ ସହ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଦାବୀ ରଖିଥିଲେ । ଆଜିର ଏହି ଉଦଯାପିତ ଉତ୍ସବରେ ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ମନୋରଞ୍ଜନ ମଲିକ ଅତିଥି ପରିଚୟ ପ୍ରଦାନ , ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ରାଉତ ବିଦ୍ୟାଳୟର ଯୋଜନା ଏବଂ ପରିକଳ୍ପନା ଉପରେ ନିଜର ଭାଷଣ ରଖିଥିଲେ । ପରେ ଏହି ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ବିଭାଗରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯ।।ଇଥିଲା । ଉଦଯାପିତ ଉତ୍ସବର ଶେଷ ଶୋପାନରେ ମନୋରଞ୍ଜନ ମଲିକ ଧନ୍ୟବାଦ ଅର୍ପଣ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟର ଅଧ୍ୟାପକ, ବିଜୟ କୁମାର ସାହୁ, ରାଜେନ୍ଦ୍ର ନାରାୟଣ ରାଉତ, ବିଜୟ କୁମାର ରାଉତ, ମମତା ପାଢୀ, ଲକ୍ଷ୍ମୀଧର ବେହେରା, ମନୋରଞ୍ଜନ ମଲିକ, ରାଜା ଦାସ, ନିଶାକର ପାତ୍ର, ମହିମା ପଲେଇ, ଉଶାରାଣୀ ବେହେରା, ଜଗନ୍ନାଥ ଦାସ, ମାନସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.