Home ଜିଲ୍ଲା ପରିକ୍ରମା ଧାମରାରେ ଆଦାନୀ ବିରୋଧୀ ମହା ଚେତାବନୀ ସମାବେଶ, ଓଡିଆଙ୍କୁ ଉପେକ୍ଷା ଛାଡ,ନଚେତ ଓଡିଶା ଛାଡ-ନବନିର୍ମାଣ କୃଷକ...

ଧାମରାରେ ଆଦାନୀ ବିରୋଧୀ ମହା ଚେତାବନୀ ସମାବେଶ, ଓଡିଆଙ୍କୁ ଉପେକ୍ଷା ଛାଡ,ନଚେତ ଓଡିଶା ଛାଡ-ନବନିର୍ମାଣ କୃଷକ ସଂଘ

28

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେତାଜୀ ଜୟନ୍ତରୁ ନବନିିର୍ମାଣ କୃଷକ ସଂଗଠନ ଆରମ୍ଭ କରିଥିବା ପଦଯାତ୍ରାର ଆଜି ଶେଷ ଦିନରେ ଧାମରା ବନ୍ଦର ନିକଟରେ ଶେଷ ହୋଇଛି । ଆଜିର ଏହି ମହା ଚେତାବନୀ ସମାବେଶରେ ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିବା ବେଳେ ଏହି ପଦଯାତ୍ରା ଭଦ୍ରକ ର ଗାନ୍ଧି ପଡିଆରୁ ଆରମ୍ଭ ହୋଇଥିଲା । ଏହି ପଦଯାତ୍ରାରେ ଯୋଗ ଦେଇଥିବା ମହିଳା ଏବଂ ପୁରୁଷ ମାନେ ବିଶାଳ ରାଲିରେ ଆସି ଧାମରା ବନ୍ଦର ଆଗରେ ଆଦାନୀ ବିରୋଧୀ ସ୍ଲୋଗାନ ମାନ ଦେଇଥିଲେ । ପରେ ଆସି ଡିଆଇ ରୋଡ ଠାରେ ଜାତୀୟ ପତାକା ଉତୋଳନ କରିବା ପରେ ଏକ ସଭାର ଆୟୋଜନ କରିଥିଲେ । ଏହି ସଭାରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ ସଭାପତିତ୍ୱ କରିଥିବା ବେଳେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ଉଦବୋଧନରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ସାମ୍ବାଦିକ ଓ ରାଜନେତା ସତ୍ୟପ୍ରକାଶ ନାୟକ ଯୋଗ ଦେଇ ଧାମରା ବନ୍ଦର କମ୍ପାନୀର ଆଜି ଭଳି ଦିନରେ କିପରି ଓଡିଆ ମାନଙ୍କୁ ଉପେକ୍ଷା କରିବା ସହ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ସେ ବିଷୟରେ ନିଜର ବକ୍ତବ୍ୟ ରଖୀଥିଲେ ।

ରାଜ୍ୟ ସୁଚନା ଅଧିକାର ଆନ୍ଦୋଳନର ଆବାହକ ପ୍ରଦ୍ୱୀପ ପ୍ରଧାନ ଯୋଗ ଦେଇ କିପରି ରାଜ୍ୟ ଏବଂ କେନ୍ଦ୍ର ସରକାର ଅହେତୁକ ଅନୁକମ୍ପା ଦେଖାଇ ରାଜ୍ୟକୁ ଲୁଟ କରିବା ସହ ରାଜନେତା ମାନେ ନିଜର ପୁଞି ବଢା ଚାଲିଛନ୍ତି ଏଥି ସହ ରାଜ୍ୟରେ ଥିବା ଖଣି ଖାଦନ କୁ ଲୁଟ କରାଯାଇଛି ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ନିଜ ବକ୍ତବ୍ୟରେ ଏହି ମହାଚେତାବନୀ ସମାବେଶ ଆଗାମୀ ଦିନରେ ଧାମରା ବନ୍ଦର ,ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ଥ ହେବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିମାଇଁ ରାଏ, ଉମାକାନ୍ତ ଭାରତ, ରଶ୍ମିରଞ୍ଜନ ସ୍ୱାଇଁ,ମନଓର ଅଲ୍ଲି, ତ୍ରିଲୋଚନ ପଣ୍ଡା, ଜାହିରୀ ଖାଁ, ଡଃ କୁଳମଣୀ, ଅଟଳ ବିହାରୀ ନାୟକ, ଅଗଣୀ ଚରଣ ଜେନା, ମାନଓ ଚନ୍ଦ୍ର ସାହୁ, ସୀତାକାନ୍ତ ସାହୁ, ଗଗନ ବିହାରୀ ମହାନ୍ତି, କୃଷ୍ନଚନ୍ଦ୍ର ବିଶ୍ୱାଳ, ବିବେକାନନ୍ଦ ଜେନା, ପ୍ରଦ୍ୱିପ ସାମଲ, ରବିନ୍ଦ୍ର ନାଥ ପଣ୍ଡା,ଗୌରହରି ନାୟକ, ସାବିର ଖାଁ, ଶଶିକାନ୍ତ ଦତ, ପିତବାସ ମହାନ୍ତି, ପ୍ରଭାତ ମହାନ୍ତି, ରମେଶ ଗିରି,ଅନାମ ପାଳ, ବିନୋଦ ନାୟକ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟରଖିଥିଲେ । ଶାନ୍ତି ଶୃଙ୍ଖଳା ବ୍ୟାହତ ହେବା ଆଶଙ୍କାରେ ଚାନ୍ଦବାଲି ଏସଡିପିଓ, ବାଂଶଡା ଥାନାଧିକାରୀ, ଧାମରା ଥାନାଧିକାରୀ, ଧାମରା ସାମୁଦ୍ରିକ ଥାନାଧିକାରୀ, କରଞଆଡିଆ ଥାନାଧିକାରୀ ସହ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.