Home ଜିଲ୍ଲା ପରିକ୍ରମା ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା

ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା

33

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ପଂଚାୟତରେ ଥିବା ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନା ମହାଳିକ ଏବଂ ମୋ ସ୍କୁଲ ଅଭିଯାନର ସଭାପତି ନରହରି ମଲିକ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଏହି ବିଞାନ ମେଳାକୁ ଉଦଘାଟନ କରିଥିଲେ । ଏହି ବିଦ୍ୟାଳୟର ୧୦ମ ଶ୍ରେଣୀରେ ଅଧ୍ୟୟନ ରତ ୧୩୦ଜଣ ଛାତ୍ରଛାତ୍ରୀ ୧୦ଟି ଗ୍ରୁପରେ ଭାଗ ହୋଇ ୧୦ଟି ପ୍ରକଳ୍ପ ନିର୍ମାଣ କରି ଏହି ବିଞାନ ମେଳାରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ପ୍ରକଳ୍ପ ଭାବେ ଭବିଷ୍ୟତର ସହର ଟି ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ବିଶ୍ୱ ତାପୟାନ କୁ ଦ୍ୱିତୀୟ ଏବଂ ଅମ୍ଲ ବର୍ଷା ପାଇଁ ନିର୍ମାଣ ହୋଇଥିବା ପ୍ରକଳ୍ପଟି ତୃତୀୟ ସ୍ଥାନ ଗ୍ରହଣ କରିଥିଲା । ଏହି ଚୟନ ହୋଇଥିବା ପ୍ରକଳ୍ପ ଗୁଡିକୁ ବ୍ଲକ ସ୍ତରୀୟ ବିଞାନ ମେଳା ପାଇଁ ଚୟନ କରାଯାଇଛି । ଗ୍ରୁପ ୧ ପ୍ରଥମ ସ୍ଥାନ, ଗ୍ରୁପ ୫ ଦ୍ୱିତୀୟ ସ୍ଥାନ ଏବଂ ଗ୍ରୁପ ୩ ତୃତୀୟ ସ୍ଥାନ ଗ୍ରହଣ କରିଛି ।

ଆଗାମୀ ବିଦ୍ୟାଳୟ ବାର୍ଷିକୋତ୍ସବ ଚୟନ ହୋଇଥିବା ପ୍ରକଳ୍ପ ଏବଂ ସେହି ଗ୍ରୁପ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବ । ବିଞାନ ଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ୟ ଏବଂ ଶିକ୍ଷୟତ୍ରୀ ମନିଷା ମହାଳିକଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ୧୦ଟି ଗ୍ରୁପର ୧୩୦ଜଣ ଛାତ୍ରଛାତ୍ରୀ ଏହି ବିଞାନ ମେଳାରେ ସ୍ଥାନ ପାଇଥିବା ପ୍ରକଳ୍ପ ଗୁଡିକୁ ନିର୍ମାଣ କରିଥିଲେ । ବିଚାରପତି ରମେଶ ଚନ୍ଦ୍ର ନାୟକ ଏବଂ ଅଭିମନ୍ୟୁ ନାୟକ ଏହି ୩ଟି ପ୍ରକଳ୍ପକୁ ଚୟନ କରିଥିଲେ । ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ନରହରି ମଲିକ, ଏସଏମସି ସଭାପତି ବିକାଶ ଜେନା, ସିଆରସିସି ରଣଜିତ ଜେନା ଆସନ ଅଂଳକୃତ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପତି ଦାସ, ସୁନୀଲ କୁମାର ମାରାଣ୍ଡି, କୁସୁମ ଲତା ସେଠୀ, ସ୍ୱାତି ଶୁଭରେଖା ମହାନ୍ତି, ରାମ ଚନ୍ଦ୍ର ମାରାଣ୍ଡି, ସୁପ୍ରଭା ଦେୟ, ସୁଶୀଳା କର, ଜ୍ୟୋତ୍ସା ପ୍ରଭା ସାହୁ, କାହ୍ନୁଚରଣ ଟୁଡୁ, କନକ ଲତା ପଣ୍ଡା, ମାନୁ ମୁର୍ମୁ, ହୃଶିକେଶ ମହାରଣା, ଚିରଞିବ ମଲିକ, ଅଜୟ ନାୟକ, ସୁଶାନ୍ତ କୁମାର ଗିରି ,ପ୍ରଶାନ୍ତ କୁମାର ଦାସ ଏବଂ ପ୍ରଧାନ ଶିକ୍ଷକ ଟୁନା ମହାଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.