ଭଦ୍ରକ, ୧୧ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଠାରେ ଥିବା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନ ହୋଇଯାଇଛି । ଏହି ଉତ୍ସବରେ ଧାମରା ଅଂଚଳରେ ଥିବା ଯୁବ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଲ ଲକ୍ଷ୍ୟ । ବିଶେଷ କରି ଏହି କାର୍ଯ୍ୟକ୍ରମରେ କ୍ରୀଡା ସମାଜସେବା, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ତଥା ଏହି କାର୍ଯ୍ୟକ୍ରମର ସଂପାଦକ ପ୍ରଭାତ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୫ନଂ ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା, ସମ୍ମାନୀୟ ଅତିଥି ଭାବେ ଜାଗୁଳା ପଂଚାୟତର ପୂର୍ବତନ ସରପଂଚ ତଥା ସମାଜସେବୀ ସୁରେଶ ମାହୁନ୍ତ ଏବଂ ମୁଖ୍ୟ ବକ୍ତା ଭାବେ ଧାମରା ପଂଚାୟତର ସମିତି ସଭ୍ୟ ପ୍ରିୟରଞ୍ଜନ ଜେନା(ପାପା) ପ୍ରମୁଖ ଆସନ ଅଂଲକୃତ କରିଥିଲେ । ସମସ୍ତ ଅତିଥି ଗଣ ରାଜ୍ୟ ସରକାରଙ୍କ ଯୁବ ପିଢୀଙ୍କ ଖେଳ ପ୍ରତି ଥିବା ଉତ୍ସାହକୁ ଗୁରୁତ୍ୱ ଦେବା ସହ ଖେଳାଳି ମାନଙ୍କୁ ଆଗକୁ ନେବା ପାଇଁ ସମନ୍ୱିତ ଯୁବ ବିକାଶ ଯୋଜନାରେ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ଆଗକୁ ବଢି ପାରିବେ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଥମରେ ଅତିଥି ମାନେ ପ୍ରଦ୍ୱୀପ ପ୍ରଜ୍ୱଳନ କରିବା ପରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତମ ନୃତ୍ୟ , ଲାଇବ୍ରେରିଆନ ମନୋରଞନ ମଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଇଂରାଜୀ ବିଭାଗର ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ରାଉତ ଏହାକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ୫ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଖେଳ,ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ୩୩ଗୋଟି ପ୍ରତିଯୋଗିତାରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଆସନ୍ତା ୧୬ତାରିଖରେ ଉଦଯାପିତ ହେବ । ଆଜି ଅନୁଷ୍ଠିତ ହୋଇଥିବା ଉଦଘାଟନ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ, ରାଜେନ୍ଦ୍ର ନାରାୟଣ ରାଉତ, ବିଜୟ କୁମାର ରାଉତ, ମମତା ପାଢୀ, ଲକ୍ଷ୍ମୀଧର ବେହେରା, ମନୋରଞ୍ଜନ ମଲିକ, ରାଜା ଦାସ, ନିଶାକର ପାତ୍ର, ମହିମା ପଲେଇ, ଉଶାରାଣୀ ବେହେରା, ରାଜନୀତି ବିଭାଗର ଅଧ୍ୟାପକ ଜଗନ୍ନାଥ ଦାସ, ମାନସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।







