Home ଓଡ଼ିଶା ଧାମନଗର ୩୧ ପଂଚାୟତରେ ୭୯ ବୁଥ ଉତ୍ତେଜନା ପ୍ରବଣ, ୫୧ ଜଣ ୱାର୍ଡ଼ ସଭ୍ୟ ଅପ୍ରତିଦ୍ୱନ୍ଦୀ

ଧାମନଗର ୩୧ ପଂଚାୟତରେ ୭୯ ବୁଥ ଉତ୍ତେଜନା ପ୍ରବଣ, ୫୧ ଜଣ ୱାର୍ଡ଼ ସଭ୍ୟ ଅପ୍ରତିଦ୍ୱନ୍ଦୀ

40

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କରୋନା କଟକଣା ମଧ୍ୟରେ ପ୍ରଚାର ଚାଲିଥିବାବେଳେ କାଁ ଭାଁ କେତେକ ସ୍ଥାନରେ ଦଳୀୟ କର୍ମୀମାନେ କରୋନା କଟକଣାକୁ ନମାନି ଭୋଜିଭାତରେ ମସଗୁଲ ହେଉଛନ୍ତି। ତେବେ ଚଳିତ ନିର୍ବାଚନରେ ଧାମନଗର ଓ ଧୂଷୁରୀ ଥାନା ଅଂଚଳର ୪୦୫ବୁଥରେ ମୋଟ ୧, ୫୫, ୬୫୦ଜଣ ଭୋଟର ସେମାନଙ୍କ ମତଦାନ ଦେବାର ଥିବାବେଳେ ଧୂଷୁରୀ ଥାନା ଅଂଚଳର ୪୪ଟି ସ୍ଥାନରେ ଉତ୍ତେଜନା ପ୍ରବଣ ବୁଥ ଥିବାବେଳେ ସେଥିମଧ୍ୟରୁ କଟ୍ଟସାହି, ଭଟ୍ଟସାହି, ରଇପୁର ବୁଥରେ ଅତି ଉତ୍ତେଜନା ପ୍ରବଣ ବୁଥ ଥିବାବେଳେ ଧାମନଗର ଥାନା ଅଂଚଳର ୩୫ଟି ବୁଥ୍‌ରେ ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ପଧାନୀ, ଭଗବତପୁର, ରାଧାବଲ୍ଲଭପୁର, ଖଡ଼ିପଦା ଓ କଲ୍ୟାଣୀ ବୁଥ ଅତି ଉତ୍ତେଜନା ପ୍ରବଣ ବୁଥ ଭାବରେ ଚିହ୍ନଟ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳା ଭାବରେ ନିରପେକ୍ଷ ନିର୍ବାଚନ ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ସେହିପରି ୩୧ ପଂଚାୟତରେ ମୋଟ ୯୬୩ଜଣ ୱାର୍ଡ଼ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ସେଥିରୁ ଯାଂଚରେ ୫୭ଜଣ କଟିବା ଓ ୧୨୮ଜଣ ପ୍ରାର୍ଥୀତ୍ୱ ପ୍ରତ୍ୟାହାର ପରେ ମଇଦାନରେ ମୋଟ ୭୮୦ଜଣ ୱାର୍ଡ଼ମେମ୍ବର ପ୍ରାର୍ଥୀ ଅଛନ୍ତି। ଅପରପକ୍ଷେ ୧୦୯ ସରପଂଚ ଓ ୮୯ଜଣ ସମିତିସଭ୍ୟ ପ୍ରାର୍ଥୀ ଥିବାବେଳେ କୌଣସି ପଂଚାୟତରେ ଅପ୍ରତିଦ୍ୱନ୍ଦି ନାହାନ୍ତି। ତେବେ ଭଗବାନପୁର ପଂଚାୟତରେ ଜଣେ, କୋଠାର ୪ଜଣ, ଧୂଷୁରୀ ୨ଜଣ, ଦଇପୁର ଜଣେ, ବୟାଂଡ଼ିହ ଜଣେ, ଆନନ୍ଦପୁର ଜଣେ, ଖଡ଼ିପଦା ୨ଜଣ, ଦଳାଙ୍ଗ ୨ଜଣ, ମୁସ୍ତଫାପୁର ଜଣେ, ସୋହଡ଼ା ୩ଜଣ, ଅସୁରାଳି ୨ଜଣ, କାଶିମପୁର ଜଣେ, ଫତେପୁର ଜଣେ, ଗଢିଆ ୩ଜଣ, ରଇପୁର ୩ଜଣ, ଅର୍ଜ୍ଜୁନପୁର ୫ଜଣ, ନଦୀଗାଁ ୫ଜଣ, ପାଳସାହି ୨ଜଣ, ଭଟ୍ଟସାହି ୪ଜଣ, ହସନାବାଦ ୭ଜଣଙ୍କୁ ମିଶାଇ ମୋଟ ୫୧ଜଣ ୱାର୍ଡ଼ମେମ୍ବର ପ୍ରାର୍ଥୀ ଅପ୍ରତିଦ୍ୱନ୍ଦି ଥିବା ଜଣାଯାଇଛି। ତେବେ ଏହି ନିର୍ବାଚନରେ ବିଶେଷ କରି କଂଗ୍ରେସ, ବିଜେପି ଓ ବିଜେଡ଼ି ପକ୍ଷରୁ ବିଭିନ୍ନ ପଂଚାୟତରେ ପ୍ରାର୍ଥୀ ଦେଇଥିବାବେଳେ ପ୍ରଥମକରି ଏଥର ଆପ୍ ଦଳ ମଧ୍ୟ କେତେକ ସ୍ଥାନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢୁଥିବାରୁ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.