Home ଜିଲ୍ଲା ପରିକ୍ରମା ଧାମନଗର : ସାମ୍ବାଦିକଙ୍କ ମାତୃ ବିୟୋଗ

ଧାମନଗର : ସାମ୍ବାଦିକଙ୍କ ମାତୃ ବିୟୋଗ

161

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଖଡିପଦା ପଞ୍ଚାୟତର କାଞ୍ଜିଆପାଳ ଗ୍ରାମର ଧର୍ମପରାୟଣ ମହିଳା ନିରୁପମା ରଥ (୬୬)ଙ୍କ ଆଜି ପରଲୋକ ଘଟିଛି । ତାଙ୍କର ଦୁଇଦିନ ହେବ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ କଟକ ଡାକ୍ତରଖାନା ନେଇଥିବା ବେଳେ ଆଜି ତାଙ୍କର ପରଲୋକ ଘଟିଛି । ଧାମନଗର ଅଞ୍ଚଳର ବିଶିଷ୍ଟ ସମାସେବୀ ତଥା ସାମ୍ବାଦିକ ଦେବାଶିଷ ରଥଙ୍କ ମା’ ଅଟନ୍ତି । ସ୍ୱର୍ଗତା ନିରୁପମା ଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି । ଖବର ପାଇ ପୂର୍ବତନ ସରପଞ୍ଚ ଅତିଶ କୁମାର ନନ୍ଦ, ପୂର୍ବତନ ସମିତି ସଭ୍ୟ ପ୍ରତାପ ସାମଲ, ସମାଜସେବୀ ରବିନ୍ଦ୍ର ପାଣିଗ୍ରାହୀ, ସାମ୍ବାଦିକ ପ୍ରଦୀପ ମହାପାତ୍ର, ମଦନ ମୋହନ ଦାଶ, ପ୍ରଶାନ୍ତ କୁମାର ସାହୁ, ସରୋଜ ଦାସ, ଜ୍ଞାନେନ୍ଦ୍ର ସାହୁ, ସରୋଜ କୁମାର ସେଠୀ ପହଞ୍ôଚ ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.