Home ଜିଲ୍ଲା ପରିକ୍ରମା ଧାମନଗର ବୈତରଣୀ ନଦୀର ଆନନ୍ଦପୁର ଠାରେ ବେଆଇନ୍ ବାଲି ଖନନ ଉପରେ ଖଣି ବିଭାଗର ଚଢାଉ,...

ଧାମନଗର ବୈତରଣୀ ନଦୀର ଆନନ୍ଦପୁର ଠାରେ ବେଆଇନ୍ ବାଲି ଖନନ ଉପରେ ଖଣି ବିଭାଗର ଚଢାଉ, ଗଡାକୁ ଲୋକ ଦେଖାଣିଆ କଟାଗଲା

31

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧୀନ ଆନନ୍ଦପୁର ପଞ୍ଚାୟତର ଚାଲିଥିବା ବେଆଇନ୍ ବାଲିଘାଟ ଉପରେ ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଖଣି ବିଭାଗର ଭଦ୍ରକ ଜିଲା କ୍ଷେତ୍ର ଅଧିକାରୀ ଅନିଲ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ସକାଳୁ ଆନନ୍ଦପୁରରେ ପହଞ୍ôଚ ଚଢାଉ କରିଥିଲା । ଧାମନଗର ତହସିଲଦାର ଦୀପକ ଦାସ, ସୁପରଭାଇଜର ଧନେଶ୍ୱର ମାରାଣ୍ଡି, ସୋଧ ରାଜସ୍ୱ ନିରୀକ୍ଷକ ଚୁଲବୁଲ ସିଂହ ମଧ୍ୟ ଏହି ଚଢଉରେ ସାମିଲ ହୋଇଥିଲେ । ଚଢଉ ପାଇଁ ଧାମନଗର ଥାନା ପକ୍ଷରୁ ପୁଲିସ୍ ସହାୟତା ଯୋଗାଇ ଦିଆଯାଇଥିଲା । ଏନଫୋର୍ସମେଣ୍ଟ ଟିମ୍ ପ୍ରଥମେ ଦିହୁଡି ଆନନ୍ଦପୁର-ସିଦ୍ଧେଶ୍ୱର ବୈତରଣୀ ସେତୁ ନିକଟରେ ପହଞ୍ôଚ ଆନନ୍ଦପୁର ମୌଜାର ପ୍ଲଟ୍ ନଂ ୬୩୬ ରେ କୃଷ୍ଣ ଯେନାଙ୍କ ପାଳରେ ହୋଇଥିବା ପୁରୁଣା ଗାଡା ଓ ତାର ପୂର୍ବ ଦିଗକୁ ପ୍ଲଟ୍ ନଂ ୬୩୭ ରେ ହୋଇଥିବା ନୂଆ ଗଡାକୁ ଅନୁଧ୍ୟାନ କରିଥିଲେ । ସୈରାତ ଉତ୍ସ ନିଲାମ ନଥିବାବେଳେ ଦୁଇଟି ଯାକ ଗଡା ବେଆଇନ୍ ଭାବେ କରାଯାଇ ବୈତରଣୀ ନଦୀ ଗର୍ଭରୁ ବାଲି ଉଠାଯାଉଥିଲା । ଏଡ଼ଫୋର୍ସମେଣ୍ଟ ଟିମ୍ ଟିକନିଖି ବୁଲି ଦେଖିବା ପରେ ଡୋଜର ଡକାଇଥିଲା । ହେଲେ ସ୍ଥାନୀୟ ବାଲି ଚୋରମାନେ ପରସ୍ପର ଭିତରେ କଥାବାର୍ତ୍ତା ହୋଇ ଆଖପାଖରେ ଥିବା ଡୋଜର ମାଲିକଙ୍କୁ ଭୟଭୀତ କରିଥିଲେ ଓ ଘାଟକୁ ନଆସିବାକୁ ଚେତାବନୀ ଦେଇଥିଲେ । ଡୋଜର ନଆସିବାରୁ ଏନଫୋର୍ସମେଣ୍ଟ ଟିମ୍ ପ୍ରାୟ ଦେଢଘଣ୍ଟା ଧରି ଅପେକ୍ଷା କରି ରହିଥିଲେ । ଶେଷରେ ବାଲି ମାଫିଆଙ୍କ ବାଲି ଚୋରିରେ ସହଯୋଗ କରୁଥିବା ଗୋଟିଏ ଡୋଜରକୁ ମଗାଇଲେ ।

ଡୋଜର ପହଞ୍ôଚବା ପରେ ଦୁଇଟି ଯାକ ପ୍ଲଟ୍‌ରେ ହୋଇଥିବା ଗଡାକୁ କାଟିଥିଲେ । ବାଲି ଉଠାଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ସ୍ଥାନୀୟ ଲୋକେ ଦାବି କରୁଥିଲେ ଯେ ନଦୀବନ୍ଧ ପାଖରେ ଓ ନଦୀ ଗର୍ଭରେ କରାଯାଇଥିବା ଗଡାକୁ ସଂପୂର୍ଣ୍ଣ ଭାବେ ତାଡିଦେବାକୁ । ହେଲେ ଏନଫୋର୍ସମେଣ୍ଟ ଟିମ୍ ଦୁଇଟି ଗଡାରେ ମାତ୍ର ଅଳ୍ପ ତାଡି ଦେଇଥିଲେ । ଏ ଦୁଇଟି ଗଡାରେ ଗାତ ଖୋଳିଦେଇ ଉତ୍ତେଇପୁରର ମଲ୍ଲିମାହାରାରେ ଚାଲିଥିବା ବେଆଇନ୍ ଘାଟରେ ବି ଚଢଉ କରିଥିଲେ । ଅନୁରୂପ ଭାବେ ଗାତଟିଏ କରିଦେଇଥିଲେ । ଖଣି ବିଭାଗ କ୍ଷେତ୍ର ଅଧିକାରୀଙକ୍ ନେତୃତ୍ୱରେ ଆସିଥିବା ଏନଫୋର୍ସମେଣ୍ଟ ଟିମ୍‌ର ଏଭଳି କାର୍ଯ୍ୟ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ବାଲି ମାଫିଆ ହସୁଥିଲେ । ନିଜ ପାଖରେ ଡୋଜର ଥିବାରୁ ଗୋଟିଏ ଘଣ୍ଟାରେ ଏ ଗାତ ବନ୍ଦ ହୋଇଯିବ ଓ ପୁଣି ବାଲି ଉଠାଇ ହେବ ବୋଲି ସେମାନେ କହୁଛନ୍ତି । ଲୋକଙ୍କ କହିବା କଥା ଯେ, ଦୁଇଟି ଯାକ ଗଡାକୁ ସଂପୂର୍ଣର୍ ଭାବେ ଖୋଳି ଦେଇଥିଲେ । ପୁଣି ଗୋଯିଏ ଗଡା କରିବାକୁ ସମୟ ଲାଗିଥାନ୍ତା । ଖର୍ଚ୍ଚାନ୍ତ ହୋଇନଥାନ୍ତେ । ଏଣୁ ବାଲି ଉଠାଇବା ବନ୍ଦ ରହିଥାନ୍ତା । ହେଲେ ଖଣି ବିଭାଗ ତାହା ନକରି ପିଲା ଖେଳ ଭଳି ଛୋଟ ଛୋଟ ଗାତ କରି ପଳାଇଗେଲ । ତେବେ ତିନିଟି ଯାକ ଘାଟରେ ଆଗାମୀ ଦିନରେ ୧୪୪ ଧାରା ଜାରି କରାଯିବ ବୋଲି ଖଣି ବିଭାଗ କ୍ଷେତ୍ର ଅଧିକାରୀ ଅନିଲ କୁମାର ଦାସ କହିଛନ୍ତି । ଏହି ତିନିଟି ସ୍ଥାନରେ ଗତ ଦୁଇବର୍ଷ ହେଲା ବେଆଇନ୍ ଭାବେ ବାଲି ଉଠାଯାଉଥିଲା । ଏଥିରେ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିଲା । ତେବେ ଆଜିର ଏହି ଚଢାଉ ପରେ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲେ ମଧ୍ୟ ପୁଣି ବାଲି ଚୋରା ଚାଲାଣ ପାଇଁ ପ୍ରସ୍ତୁତି ହୋଇଗଲେଣି । ଆଗକୁ ବାକି ରହିଲା କେତେଦୂର ବାଲିଚୋରା ଚାଲାଣ ବନ୍ଦ ରହିବ ନା ଚାଲୁ ରହିବ, ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.