Home ଜିଲ୍ଲା ପରିକ୍ରମା ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପିଆରଆଇ ସଭ୍ୟଙ୍କ ଧାରଣା

ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପିଆରଆଇ ସଭ୍ୟଙ୍କ ଧାରଣା

43

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଡିଓ, ସହକାରୀ ଯନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷଙ୍କ ଅଗଣତାନ୍ତ୍ରୀକ, ମନମୁଖୀ ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ଆଜି ଧାମନଗର ପଂଚାୟତ ସମିତିର କେତେକ ପିଆରଆଇ ସଭ୍ୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନେ ଅଭିଯୋଗ କରିଛନ୍ତି ଯେ ୧୫ ତମ ସିଏଫସି ୨୦୨୦-୨୧ର ପ୍ରସ୍ତୁତ ହୋଇଥିବା ବାର୍ଷିକ ପ୍ରକଳ୍ପ ଖସଡାରେ ସରକାର ନିୟମକୁ ଉଲଘଂନ ଓ ପଂଚାୟତ ସଭ୍ୟସଭ୍ୟାଙ୍କୁ ଅଣଦେଖା । ସିଏଫସି, ଏସଏଫସି ଅନୁଦାନ ବଟଂନରେ କେତେକ ପଂଚାୟତକୁ ସଂପୂର୍ଣ୍ଣ ବାଦ ଦେବା ଓ ପାତରଅନ୍ତର କରାଯାଇଛି । ଟିଏମସି ସମ୍ବଦ୍ଧୀୟ ସମସ୍ତ ଅର୍ଥ ରାଶି ପଇଠ କରିବା ଜାଣିଶୁଣି ବିଳମ୍ବ କରିବା । ଉଦ୍ଦେଶ୍ୟ ମୂଳକ ଭାବେ ପଂଚାୟତ ଜନପ୍ରତିନିଧିଙ୍କ ଅଗୋଚରରେ ଓ ଅସହମତିରେ କର୍ମଚାରୀମାନଙ୍କୁ ବଦଳି କରିବା । ସରପଂଚ ମାନଙ୍କ ଅଗୋଚରରେ ବେଆଇନ ଭାବେ ସ୍ୱେଚ୍ଛାଗ୍ରହୀ ନିଯୁକ୍ତି କରିବା ଆଦି ବ୍ଲକରେ କରାଯାଉଛି । ଏନେଇ ପୂର୍ବରୁ ବାରମ୍ବାର ବିଡିଓଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଜାଣିଶୁଣି କେତେକ ନିଦ୍ଧିଷ୍ଟ ଦଳର ସମର୍ଥିତ ସରପଂଚ ଓ ସମିତିସଭ୍ୟଙ୍କୁ ହଇରାଣ କରାଯାଉଛି । ଆଜି ଏହାକୁ ବିରୋଧ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲାପରିଷଦ ସଭ୍ୟ ମନୋରଂଜନ ମଲ୍ଲିକ ଓ ସୁରଥ ସେଠୀ, ସରପଂଚ ପ୍ରଫୁଲ୍ଲ ପାତ୍ର, ମନୋଜ କୁମାର ରାୟମହାପାତ୍ର, ନିମାଇଁ ନାୟକ, ରାଜେନ୍ଦ୍ର ସାହୁ, ଗୟାଧର ନାୟକ, ଅନିରୁଦ୍ଧ ସାହୁ, ରାଜୀବ ନାୟକ, ପ୍ରମୋଦ ସୂତାର, ବିଜେପି ନେତା ଅଶୋକ କୁମାର ପୁହାଣ, ଅରବିନ୍ଦ ପତି, ଚତୁଭୁଜ ନାୟକ, ଦୀପ୍ତିରଂଜନ ନାୟକ, ରାମଚନ୍ଦ୍ର ମିଶ୍ର, ଶ୍ରୀକାନ୍ତ ନାୟକ, ରମେଶ ସାହୁ, ଅମର ବେହେରା, ପ୍ରଶାନ୍ତ ନାୟକ, ଯୁଧିଷ୍ଠିର ମଲିକ, ସ୍ମୃତିରଂଜନ ପଣ୍ଡା, ଅଖିଳ ଜେନା, ମିନାକ୍ଷୀ ଶତପଥୀ, ସରସ୍ୱତୀ ବେହେରା, ବୀରେନ୍ଦ୍ର ଜେନା ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ । ଏହି ସମସ୍ୟାର ସମାଧାନ କରାନଗଲେ ଏହି ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.