ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନାରେ ଗତକାଲି ନୂଆ ଥାନା ଅଧିକାରୀ ଭାବରେ ପ୍ରଦୀପ କୁମାର ମହନ୍ତ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କ ସ୍ଥାନରେ ଥିବା ରତିକାନ୍ତ ଗିରି ପଦୋନ୍ନତୀ ପାଇ ପୁରୀ ଜିଲ୍ଳାକୁ ଏସ୍ଡ଼ିପିଓ ଭାବରେ ବଦଳି ହୋଇଛନ୍ତି । ନୂଆ ଥାନା ଅଧିକାରୀ ଶ୍ରୀ ମହନ୍ତ ପୂର୍ବରୁ ଭଦ୍ରକ ଜିଲ୍ଳା ହେଡ଼କ୍ୱାଟରରେ ଇନିସ୍ପେକ୍ଟର ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କର ପଦୋନ୍ନତୀ ହୋଇ ଧାମନଗର ଥାନାକୁ ବଦଳି ହୋଇଛନ୍ତି । ତେବେ ଧାମନଗର ଭଳି ଏକ ସମ୍ବେଦନଶୀଳ ଓ ଭାଇଚାରା ଅଂଚଳରେ ଶ୍ରୀ ମହନ୍ତ ସଫଳରା ସହିତ କାର୍ଯ୍ୟ କରିବେବୋଲି ସମସ୍ତଙ୍କର ଆଶା ରହିଛି ।