ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୁହାଯାଏ ଦ୍ୱିତୀୟ ଭଗବାନ ଡ଼ାକ୍ତର ହେଲେ ସେ ଡ଼ାକ୍ତର ଜଦି ମନୋମୁଖି ଭାବରେ ରୋଗୀସେବା କରିବା ଆଳରେ ରୋଗୀଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବେ ସେପରି ଡ଼ାକ୍ତରଙ୍କୁ ରୋଗୀ କିପରି ଭରଷା କରିବେ । ଏପରି ଜଣେ ଅନବିଜ୍ଞ ଡ଼ାକ୍ତର ପାଇଁ ଆଜି ଜଣେ ରୋଗୀ ମୃତ୍ୟୁ ମୁଖରେ ସଂଗ୍ରାମ କରୁଛି । ଏପରି ଏକ ଘଟଣା ଘଟିଛି ଧାମନଗର ବ୍ଲକ ଭଗବାନପୁର ପଂଚାୟତ ପଳିକିରୀ (ଗୋପାଳପୁର) ଗ୍ରାମରେ । ଜଣେ ଗରିବ ମହିଳାଙ୍କ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଯାଇ ଡ଼ାକ୍ତର ଖାଦ୍ୟନାଡ଼ି କାଟିଦେଇଥିବାର ଏକ ଅଭାବନୀୟ ଘଟଣା ଚର୍ଚ୍ଚାକୁ ଆସିଛି । ଚଳିତ ମାସ୧୭ତାରିଖ ଦିନ ୧ଟା ୩୦ ମିନିଟ୍ରେ ଅସ୍ତ୍ରୋପଚାର ପାଇଁ ସରକାରୀ ସ୍ତରରେ ଦିନ ଧାର୍ଯ୍ୟ ହୋଇଥିବା ସ୍ଥଳେ ଭଦ୍ରକରୁ ସ୍ୱତନ୍ତ୍ରଭାବେ ଆସିଥିବା ଡ଼ାକ୍ତର ଅମରେନ୍ଦ୍ର ଜେନା କ୍ଷେତିପ୍ରଭା ବାରିକ(୩୧)ଙ୍କ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିଲେ । ଡାକ୍ତର ଜେନାଙ୍କ ଖାମଖିଆଲ ମନୋଭାବ ଓ ଭୁଲ୍ ଅସ୍ତ୍ରୋପଚାର ହେତୁ କ୍ଷେତିପ୍ରଭାଙ୍କ ଖାଦ୍ୟ ନାଡ଼ିକୁ କାଟିଦେଇ ପୁଣି ଯୋଡ଼ି ଦେଇଥିଲେ । ଘରକୁ ଫେରିବା ପରେ ଗୁରୁତର ହେବାରୁ ୧୮ତାରିଖରେ ଧାମନଗର ଡ଼ାକ୍ତରଖାନାରେ ଡ଼ାକ୍ତରଙ୍କୁ ଦେଖାଇ ଔଷଧ କିଣିନେଇ ଖାଇବା ପରେ ଅବସ୍ଥାର କୌଣସି ପରିବର୍ତନ ହୋଇନଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ୧୯ତାରିଖରେ ଭଦ୍ରକ ଡ଼ାକ୍ତରଖାନାକୁ ନେଇ ସେଠାରେ ପରୀକ୍ଷା କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାଯିବା ସହ ଡ଼ାକ୍ତରମାନେ ତାଙ୍କୁ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ସେଠାରେ ପୁଣି କ୍ଷେତିପ୍ରଭାଙ୍କର ପୁନଶ୍ଚ ଅପରେସନ କରାଯାଇଥିଲା । ଦୀର୍ଘ ଦେଢଘଂଟା ଅସ୍ତ୍ରୋପଚାର ପରେ କଟକ ବଡ଼ ଡ଼ାକ୍ତରଖାନାର ବେଡ଼ରେ ରହି କ୍ଷେତିପ୍ରଭା ଦୀର୍ଘ ୧୧ଦିନପରେ ଡ଼ାକ୍ତର ଡ଼ିସ୍ର୍ଚ୍ଚାଜ କରାଇଦେଇଥିଲେ ଏବଂ ଘରେ ପୁଣି ଅସୁସ୍ଥତା ଅନୁଭବ କରିବାରୁ ଆଜି ଶୁକ୍ରବାର ପୁଣି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।
ଅସ୍ତ୍ରୋପଚାର ସ୍ଥାନରୁ ପୁଣି ଅନବରତ ପୁଜ ବାହାରିବାରୁ ସ୍ୱାମୀ ନିରଂଜନ କ୍ଷେତିପ୍ରଭାଙ୍କୁ ନେଇଥିଲେ । ମାତ୍ର ଅପରେସନ ଠିକ୍ ଅଛି ଓ ରୋଗୀର ଅବସ୍ଥା ଭଲଅଛିବୋଲି କହି ଡ଼ାକ୍ତର ତାଙ୍କୁ ଘରକୁ ବିଦା କରିଦେଇଥିଲେ । ଖବରପାଇ କେତେକ ଗଣମାଧ୍ୟମ ପ୍ରତିନିଧି କ୍ଷେତିପ୍ରଭାଙ୍କ ଘରେ ପହଂଚି ତାଙ୍କ ଚିକିତ୍ସା ସମ୍ପର୍କରେ ପଚାରିଥିଲେ । ସେ କହିଛନ୍ତି ମୁଁ ଜଣେ ଗରିବ ମହିଳା ମୋତେ ଚିକିତ୍ସା ଆଳରେ ମାରିଦେବାପାଇଁ ଚେଷ୍ଟା ଚଳାଇଛନ୍ତି । ମୋର ରୋଗ ଠିକ୍ ଭାବରେ ଭଲ ହୋଇନଥିବାବେଳେ ମୋର ଜୋରଜବରଦସ୍ତ ଭାବେ ଘରକୁ ପଠାଇ ଦେଉଛନ୍ତି । ମୋର ଅର୍ଥର ଅଭାବ ଥିବାରୁ ମୋର ରୋଗକୁ କିପରି ଭାବରେ ଭଲ କରିବି ଏବଂ ମୋର ସ୍ୱାମୀ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପାଖରେ ଏତେ ଅର୍ଥ ନାହିଁ ମୋ ରୋଗକୁ ଭଲକରିବା ପାଇଁ । ଡ଼ାକ୍ତରଙ୍କର ଭୁଲ ଅସ୍ତ୍ରୋପ୍ରଚାର ଯୋଗୁ ମୁଁ ଆଜି ଜୀବନ ମରଣ ଦୋଛକିରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ହେଲେ ଡ଼ାକ୍ତର ମୋତେ ଘରକୁ ଡ଼ାକ୍ତର ମୋତେ ବିଦା କରିବା କାରଣ ଜାଣିପାରୁନାହିଁ । ମୋତେ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହିତ ମୋ ରୋଗ ଚିକିତ୍ସା ନିମନ୍ତେ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାପାଇଁ ସେ ଆକୂଳ ନିବେଦନ କରିଥିଲେ । ସୂଚନା ଯୋଗ୍ୟଯେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୁତି ବିଭାଗ ଡ଼ାକ୍ତର ଅମରେନ୍ଦ୍ର ଜେନା ଗତମାର୍ଚ୍ଚ ମାସ ୧୬ତାରିଖରେ ବାଁଶଡ଼ା ଥାନା ଛେଡ଼ାକ ଗ୍ରାମର କୁନିଲତା ନାମ୍ନୀ ଜଣେ ମହିଳାଙ୍କ ଜନ୍ମନିୟନ୍ତ୍ରଣ ଅପରେସନ ବେଳେ ଅସାବଧାନତା ବଶତ ଗର୍ଭନାଡ଼ି କାଟିବା ସ୍ଥାନରେ ମଳଦ୍ୱାର ନାଡ଼ି କାଟିଦେଇଥିଲେ । ଯନ୍ତ୍ରଣାରେ ଛଟପଟ କୁନିଲତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡ଼ାକ୍ତରଖାନାରେ ପୁନଃଶ୍ଚ ଅପରେସନ କରାଯିବା ସହ ବହୁ ଅର୍ଥ ଖର୍ଚ୍ଚ ପରେ ଏବେ ସେ ରୋଗ ଶଯ୍ୟାରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଉଭୟ ଘଟଣାରେ ଅସାବଧାନତା ତଥା ଖାମଖିଆଲି ହେତୁ ଜୀବନ ସହ ଖେଳିଥିବା ଡ଼ାକ୍ତର ଜେନାଙ୍କ ପ୍ରତି ଆଜି ସୁଦ୍ଧା ରାଜ୍ୟସରକାର କିମ୍ବା ବିଭାଗୀୟ ଅଧିକାରୀ କୌଣସି ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନାହାନ୍ତି ତୁରନ୍ତ କ୍ଷେତିପ୍ରଭାକୁ କ୍ଷେତିପୂରଣ ସହ ତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାମୀ ନିରଂଜନ ଦାବି କରିଛନ୍ତି । କ୍ଷେତିପ୍ରଭାର ସେପରି ଏତେ କ୍ଷେତି ଘଟିନାହିଁ ଆମେ ତାକୁ ଦୁଇଦିନ ନଜରରେ ରଖି ଇଂଜେକ୍ସନ ଦେଇଛୁ ଦୁଇଦିନ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ପରେ ପୁଣି ଉନ୍ନତ ଚିକିତ୍ସା ନିମନ୍ତେ ଆମ୍ଭ ନିଜ ଦାୟିତ୍ୱରେ ଚିକିତ୍ସା କରିବୁବୋଲି ଧାମନଗର ମେଡ଼ିକାଲ ଅଫିସର ଦୀପକ ନାୟକ ପ୍ରକାଶ କରିଛନ୍ତି । ତେବେ ଏପରି ଭୁଲ ଅସ୍ତ୍ରୋପଚାର କରି ମହିଳାଙ୍କୁ ଗୁରୁତର କରିଥିବାରୁ ଡ଼ାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବ୍ଲକ କଂଗ୍ରେସ ସଭାପତି ଅଭିଷେକ ରାଉତ ଦାବି କରିଛନ୍ତି ।