ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଉତ୍କଳକେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜନ୍ମଜୟନ୍ତୀ ଆଜି ଧାମନଗର ସ୍ଥିତ ମହତାବ ସେବାସଦନ ଧାମନଗର ଠାରେ ପାଳିତ ହୋଇଯାଇଛି। ସେବାସଦନର ପରିଚାଳକ ବାସୁଦେବ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜନ୍ମଜୟନ୍ତୀ ଉତ୍ସବରେ ସାହିତ୍ୟିକ ରସାନନ୍ଦ ମହାପାତ୍ର, ସାଂସଦ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ଜିଲ୍ଳାପରିଷଦ ସଭ୍ୟ ସୁରଥଚନ୍ଦ୍ର ସେଠୀ, ବରିଷ୍ଠବିଜେପି ନେତା ଅଶୋକ କୁମାର ପୁହାଣ, ଆଇନ୍ଜୀବୀ ଦେବାଶିଷ ସାମଲ, ଶିକ୍ଷକ ନେତା ହେମେନ୍ଦ୍ର ନାଥ ମହାନ୍ତି, ଧାମନଗର ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ଆଇନ୍ଜୀବୀ ଅମରେନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ବେହେରା, ଜୟନୁଲ ଆବେଦିନ୍, ବିଜେଡ଼ି ନଗର ସଭାପତି ସୁଶାନ୍ତ କୁମାର ରାଉତ, ସାମ୍ବାଦିକ ସୁଧାକର ଦାଶ, ସେକ୍ ଜାଫର ଅଲ୍ଲୀ ପ୍ରମୁଖ ଯୋଗଦେଇ ନବଉତ୍କଳର ନିର୍ମାତା ଡ଼ଃ ମହତାବଙ୍କ ସୁଗୁଣ ଓ ଆଦର୍ଶ କାର୍ଯ୍ୟାବଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଡ଼ଃ. ହରେକୃଷ୍ଣ ମହତାବ ବ୍ୟକ୍ତି ଓ ଅନୁଷ୍ଠାନରୁ ଉର୍ଦ୍ଧ୍ୱରେ ଥିବା ଏକ ବହୁମୁଖି ପ୍ରତିଭାଧାରୀ ବିରଳ ବ୍ୟକ୍ତିତ୍ୱ ଥିଲେ ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନସ ରଂଜନ ସାହୁ, ବରିଷ୍ଠ ସାମ୍ବାଦିକ ଦୀନବନ୍ଧୁ ଦାଶ, କିଶାନ ରାଉତ, କୈଳାଶ ଗୁପ୍ତା, ବୈକୁଣ୍ଠନାଥ ସାହୁ, ଗୋଲାମ ଜିଲ୍ଳାନି ହବିବି, ସରୋଜ କୁମାର ସେଠୀ, ଅନନ୍ତ ଜେନା, ସୁଶାନ୍ତ ରାଉତ, ସଂଜୀବ ମହାନ୍ତି, ବିବେକାନନ୍ଦ ସାମଲ, ସତ୍ୟବ୍ରତ ପ୍ରଧାନ, ଶିକ୍ଷାବିତ୍ ଅଭିମନ୍ୟୁ ମଲ୍ଲିକ୍, ଶିକ୍ଷକ ମନୋଜ କୁମାର ସିଂହ ପ୍ରମୁଖ ଯୋଗଦେଇ ମହତାବଙ୍କ ଗୁଣାବଳି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ।